Crack in Congress: ଗୁଲାମ ନବୀ ଆଜାଦଙ୍କ ପରେ ଦଳ ଛାଡିଲେ ୫ କଂଗ୍ରେସ ନେତା
Advertisement
Article Detail0/zeeodisha/odisha1322468

Crack in Congress: ଗୁଲାମ ନବୀ ଆଜାଦଙ୍କ ପରେ ଦଳ ଛାଡିଲେ ୫ କଂଗ୍ରେସ ନେତା

Crack in JK Congress Unit: ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ସମର୍ଥନ ଜଣାଇ ଜାମୁ କାଶ୍ମୀର କଂଗ୍ରେସ କମିଟିର ୫ ଜଣ ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। 

Crack in Congress: ଗୁଲାମ ନବୀ ଆଜାଦଙ୍କ ପରେ ଦଳ ଛାଡିଲେ ୫ କଂଗ୍ରେସ ନେତା

JK Congress Leaders Resignation: ଅଗଷ୍ଟ ୨୬ ତାରିଖ ଶୁକ୍ରବାର କଂଗ୍ରେସ ଛାଡିଥିଲେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ତାଙ୍କୁ ସମର୍ଥନ ଜଣାଇ ଜାମୁ କାଶ୍ମୀର କଂଗ୍ରେସ କମିଟିର ୫ ଜଣ ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳ ଛାଡିଥିବା କଂଗ୍ରେସ ନେତା ହେଉଛନ୍ତି ଜି.ଏମ ସରୁରୀ, ହାଜୀ ଅବଦୁଲ ରସିଦ, ମହମ୍ମଦ ଅମିନ ଭଟ, ଗୁଲଜାର ଅହମ୍ମଦ ୱାନି ଏବଂ ଚୌଧୁରୀ ମହମ୍ମଦ ଆକ୍ରମ। 

ଶୁକ୍ରବାର ଦଳ ଛାଡି଼ବା ବେଳେ ଗୁଲାମ ନବୀ ଆଜାଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୫ ପୃଷ୍ଠାର ଏକ ଇସ୍ତଫା ପତ୍ର ପଠାଇଥିଲେ। ନିଜର ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ସଠିକ୍ ଦିଗରେ ସଂଘର୍ଷ କରିବା ଏବଂ ଲଢିବାର ଇଚ୍ଛା ହରାଇଛି। ଏଭଳି ପରିସ୍ଥିତିରେ ଭାରତ ଯୋଡ ଯାତ୍ରା ପୂର୍ବରୁ ସାରା ଦେଶରେ ଦଳ କଂଗ୍ରେସ ଯୋଡ ଯାତ୍ରା ପାଇଁ ଉଦ୍ୟମ କରିବା ଆବଶ୍ୟକ।

ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଯେତେବେଳେ ତାଙ୍କୁ ଦଳର ଉପାଧ୍ୟକ୍ଷ କରାଯାଇଥିଲା ସେତେବେଳେ ସେ କଂଗ୍ରେସର କାର୍ଯ୍ୟ କରିବାର ପ୍ରଣାଳୀକୁ ଶେଷ କରିଥିଲେ। ସେ ଦଳର ପରାମର୍ଶଦାତା ବ୍ୟବସ୍ଥାକୁ ନଷ୍ଟ କରିଦେଲେ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ଅଧ୍ୟାଦେଶକୁ ଫାଡି ଦେବା ତାଙ୍କର ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି। ଗତ ୨୦୧୪ ଲୋକସଭାରେ ନିର୍ବାଚନ କଂଗ୍ରେସର ପରାଜୟ ପଛରେ ଏହାର ଏକ ମୁଖ୍ୟ କାରଣ ହୋଇଥିଲା।

Also Read: Ghulam Nabi Azad: କଂଗ୍ରେସ ଛାଡିବା ପରେ କ'ଣ ରହିଛି ଭବିଷ୍ୟତର ଯୋଜନା

କଂଗ୍ରେସ ଛାଡିବା ପରେ ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ତାଙ୍କର ଏକ ନୂଆ ରାଜନୈତିକ ଦଳ ଗଠନ କରିବ ବୋଲି ଖବର ମିଳୁଛି। ଜାମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିଏମ ସରୁରୀ ତାଙ୍କ ବାବଦର ଏକ ବଡ଼ ବିବୃତ୍ତି ଦେଇ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ବିଜେପି ହାତ ଧରିବେ ନାହିଁ। ହେଲେ ଖୁବ୍ ଶୀଘ୍ର ସେ ତାଙ୍କର ଏକ ନୂତନ ରାଜନୈତିକ ଦଳ ଗଠନ କରିବେ। ତାଙ୍କର ଅନେକ ସମର୍ଥକ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ଜଣେ ବଡ ନେତା। ସେ କଂଗ୍ରେସକୁ ୫୦ ବର୍ଷ ସମୟ ଦେଇଛନ୍ତି।

ଗତ ଶୁକ୍ରବାର କଂଗ୍ରେସକୁ ଏକ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ (Ghulam Nabi Azad) ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ ସେ କଂଗ୍ରେସ (Congress) ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ନିକଟରେ ଦଳ ଦ୍ୱାରା ମନୋନୀତ ହେବା ପରେ ସେ ଜାମୁ କାଶ୍ମୀର ଅଭିଯାନ କମିଟି ମୁଖ୍ୟ ପଦ ଛାଡି ଦେଇଥିଲେ। ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବରେ ଅବସର ନେବା ପରେ ତାଙ୍କୁ ରାଜ୍ୟସଭା ନିର୍ବାଚନରେ ଅଣଦେଖା କରାଯିବା ପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ। ଦଳର ବ୍ୟାପକ ସଂସ୍କାର ଦାବି କରୁଥିବା ଦଳର G23 ଗୋଷ୍ଠୀର ନେତା ହେଉଛନ୍ତି ସେ।

ନିଜ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କଂଗ୍ରେସକୁ ନଷ୍ଟ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦରେ ଦଳର ଏପରି ଜଣେ ନେତାଙ୍କୁ ବସାଇବେ ଯିଏ ତାଙ୍କ ସଖିକଣ୍ଢେଇ ଭଳି କାମ କରିବେ। ପରଦା ପଛରେ ରହି ଦଳ ସମ୍ପର୍କରେ ସମସ୍ତ ନିଷ୍ପତ୍ତି ନିଜେ ନେବେ। ଆଜାଦ ଅଭିଯୋଗ କରି କହିଛନ୍ତି ଯେ ୨୦୨୦ ବର୍ଷରେ ଯେତେବେଳେ ୨୩ ଜଣ କଂଗ୍ରେସ ନେତା ଦଳର ସଂସ୍କାର ଆଣିବାକୁ ଦାବି କରିଥିଲେ ସେମାନଙ୍କୁ କଂଗ୍ରେସ କାର୍ଯ୍ୟ କମିଟି ବୈଠକରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ଅପମାନିତ କରାଯାଇଥିଲା।

Also Read: Crack in Congress: ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଆସିଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ

ନିଜ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ କଂଗ୍ରେସ ଦଳର ପରିସ୍ଥିତି ଏପରି ହୋଇଛି ଯେ ଦଳର ନେତୃତ୍ୱ ନେବାକୁ ବର୍ତ୍ତମାନ ଛଦ୍ମବେଶୀଙ୍କୁ ବ୍ୟବହାର କରାଯାଉଛି। ଏହି ପରୀକ୍ଷଣ ନିଶ୍ଚିତ ଭାବରେ ବିଫଳ ହେବ। ଦଳ ଏପରି ଭାବରେ ନଷ୍ଟ ହୋଇଯାଇଛି ଯେ ପରିସ୍ଥିତି ହାତରୁ ବାହାରି ଯାଇଛି। ବର୍ତ୍ତମାନ ସମୟରେ ହେବାକୁ ଯାଉଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ କେବେଳ ଲୋକ ଦେଖାଣିଆ ବ୍ୟତୀତ ଆଉ କିଛି ହେବ ନାହିଁ। ଯିଏ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବେ ସେ ସଖିକଣ୍ଢେଇ ଭଳି କାମ କରିବେ। 

କଂଗ୍ରେସ ଜାତୀୟ ରାଜନୀତିରେ ବିଜେପି ଏବଂ ରାଜ୍ୟ ରାଜ୍ୟ ରାଜନୀତିରେ ଆଞ୍ଚଳିକ ଦଳଙ୍କୁ ସ୍ଥାନ ଦେଇଛି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଗୁଲାମ ନବୀ ଆଜାଦ ଅଭିଯୋଗ ଆଣି କହିଛନ୍ତି ଯେ ବିଗତ ୮ ବର୍ଷ ମଧ୍ୟରେ ଦଳୀୟ ନେତୃତ୍ୱ ଏପରି ଜଣେ ଦଳର ସର୍ବୋଚ୍ଚ ପଦରେ ବସାଇବାକୁ ଚେଷ୍ଟା କରିଛନ୍ତି ଯିଏ କୌଣସି କଥାକୁ ଗୁରୁତର ସହ ନିଅନ୍ତି ନାହିଁ।

Also Read: Ghulam Nabi Azad: 'କଥା ଏହା ନୁହେଁ ଯେ ସେ ଛାଡି ଚାଲିଗଲେ, କଥା ଏହା ଯେ ଆମେ ଯାଇ ନାହୁଁ'

ଅଖିଳ ଭାରତୀୟ କଂଗ୍ରେସ କମିଟି ପରିଚାଳନା ଦାୟିତ୍ୱରେ ରହିଥିବା ନେତାଙ୍କ ନିର୍ଦ୍ଦେଶକ୍ରମେ ଜାମୁ ଏକ ନକଲି ଅନ୍ତିମ ସଂସ୍କାର ଶୋଭାଯାତ୍ରା କରାଯାଇଥିଲା ଏବଂ ଏଭଳି ଅନୁଶାନନ ବିହୀନ କାର୍ଯ୍ୟ ପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ଏଆଇସିସି ସାଧାରଣ ସମ୍ପାଦକ ତଥା ରାହୁଲ ଗାନ୍ଧୀଙ୍କ ସମର୍ଥକ ସ୍ୱାଗତ କରିଥିଲେ। ଏହି ଗୋଷ୍ଠୀର ନେତା ସେମାନଙ୍କ ଗୁଣ୍ଡାଙ୍କ ସହାୟତାରେ ପୂର୍ବତନ ମନ୍ତ୍ରୀ କପିଲ ଶିବଲଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇ ଥିଲେ। ଯିଏ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ଅଦାଲତରେ ବିଭିନ୍ନ ମାମଲାରେ ରକ୍ଷା କରୁଥିଲେ। ଦଳରେ ସଂସ୍କାର ଆଣିବା ପାଇଁ ଚିଠି ଲେଖିଥିବା ସେହି ୨୩ ଜଣ ଦଳୀୟ ନେତାଙ୍କ ଏକମାତ୍ର ଅପରାଧ ହେଉଛି ଯେ ସେମାନେ ଦଳର ଦୁର୍ବଳତାର କାରଣ ଏବଂ ଏହାର ପ୍ରତିକାର ବାବଦରେ ଅବଗତ କରାଇଥିଲେ।