Aditya Thackeray targets Eknath Shinde: ମହାରାଷ୍ଟ୍ରର ବିକାଶକୁ ନେଇ ମୁଖ୍ୟମନ୍ତ୍ର ଏକନାଥ ସିନ୍ଦେଙ୍କୁ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ। ଟାଟା-ଏୟାରବସ୍ ପ୍ରକଳ୍ପର କ୍ଷୟକ୍ଷତି ପାଇଁ ସେ ମୁଖ୍ୟମନ୍ତ୍ର ସିନ୍ଦେଙ୍କୁ ନିନ୍ଦା କରି କହିଛନ୍ତି ଯେ, ତାଙ୍କର ବିଶ୍ୱାସଘାତକତା ଏବଂ ରାକ୍ଷସ ଅଭିଳାଷ ଯୋଗୁଁ ମହାରାଷ୍ଟ୍ର ପଛରେ ପଡିଛି। ବର୍ତ୍ତମାନ ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ତୁଳନାରେ ମହା ବିକାଶ ଅଘାଡ଼ି କେନ୍ଦ୍ର ସହିତ ଭଲ କାମ କରିଥିବା କହିଛନ୍ତି ଶିବସେନା ନେତା।


COMMERCIAL BREAK
SCROLL TO CONTINUE READING

ଆଦିତ୍ୟ ଠାକରେ (Aditya Thackeray) କହିଛନ୍ତି ଯେତେବେଳେ ମହାରାଷ୍ଟ୍ରରେ (Maharashtra) ମହାବିକାଶ ଅଘାଡ଼ି ସରକାର (Maha Vikas Aghadi Government) କ୍ଷମତାସୀନ ଥିଲା, ସେତେବେଳେ କେନ୍ଦ୍ର ସହିତ ଆମର ଡବଲ୍ ଇଞ୍ଜିନ୍ ସମ୍ପୂର୍ଣ୍ଣ ଭଲ କାମ କରିଥିଲା। ହେଲେ ଏହି ଅସାମ୍ବିଧାନିକ ସରକାର କ୍ଷମତାକୁ ଆସିବା ପରେ ଏକ ଇଞ୍ଜିନ ବିଫଳ ହୋଇଯାଇଛି। ମହାରାଷ୍ଟ୍ରକୁ ଯେଉଁ ନିବେଶ (Investment) ଆସିବା କଥା ତାହା ଅନ୍ୟ ରାଜ୍ୟକୁ ଚାଲିଯାଉଛି। ଗତ ୨୦୧୪ ବର୍ଷରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଭାଷ ଦେଶାଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୬.୬ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆଣିଛନ୍ତି।


ଯେତେବେଳେ ମୁଁ ଡାଭୋସ (Davos) ଯାଇଥିଲି ସେତେବେଳେ ସୁଭାଷ ଦେଶାଇ ଏବଂ ନିତିନ ରାଉତ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିପାରିଥାନ୍ତେ। ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହି ସମୟ ଅବଧିରେ କେନ୍ଦ୍ର ସେହି ସମାନ ସରକାର ଥିଲା। ଯଦି ମହାବିକାଶ ଅଘାଡ଼ି ସରକାର କେନ୍ଦ୍ର ସହିତ କାର୍ଯ୍ୟ କରି ମହାରାଷ୍ଟ୍ରରେ ପୁଞ୍ଜି ବିନିଯୋଗ କରିପାରୁଛି, ତାହେଲେ ବର୍ତ୍ତମାନ କ୍ଷମତାସୀନ ସରକାରର ଇଞ୍ଜିନ କାହିଁକି ବିଫଳ ହେଉଛି? 


Also Read: Maharashtra Politics: ଆଦିତ୍ୟ ଠାକରେଙ୍କ ରହସ୍ୟ ଖୋଲିଦେଲେ ଶିବସେନା ସାଂସଦ ରାହୁଲ ଶେବାଲେ


ୟୁରୋପୀୟ ବିମାନ ଚଳାଚଳ ସଂସ୍ଥା ଏୟାରବସ୍ (European Airline Airbus) ଏବଂ ଟାଟା ସମୂହ (Tata Group) ୨୨ ହଜାର କୋଟି ଟଙ୍କା ମୂଲ୍ୟର ଏକ ସାମରିକ ବିମାନ (Military Plane) ଉତ୍ପାଦନ କାରଖାନା ଆରମ୍ଭ କରୁଛନ୍ତି। ଏହି ପରିଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୁଜୁରାଟ ଭଦୋଦରାକୁ (Gujarat Vadodara) ଚୟନ କରାଯାଇଛି। ହେଲେ ଏହି ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜୁରାଟ ସ୍ଥାନାନ୍ତର ହୋଇଯିବା ପରେ ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭୀସ୍ ସରକାର (Shinde Fadnavis Government) ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।


ଆଦିତ୍ୟ ଠାକରେ ଦାବି କରିଛନ୍ତି ଯେ ଏହା ହେଉଛି ଚତୁର୍ଥ ପ୍ରମୁଖ ପ୍ରକଳ୍ପ ଯେଉଁଥି ପାଇଁ ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟକୁ ଚୟନ କରାଯାଇଥିଲା। ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ୍ ସେମିକଣ୍ଡକ୍ଟର ପ୍ରକଳ୍ପ (Vedanta Foxconn Semi Conductor Oroject), ମେଡିକାଲ୍ ଡିଭାଇସ୍ ପାର୍କ (Medical Device Park), ବଲକ୍ ଡ୍ରଗ୍ ପାର୍କ (Bulk Drug Park) ଏବଂ ଟାଟା-ଏୟାରବସ୍ ପ୍ରକଳ୍ପ (Tata Airbus Project) ଯୋଜନା କରାଯାଇଥିଲା। ହେଲେ ବର୍ତ୍ତମାନ ଏହି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଯାଇଛି। କୌଣସି ନିବେଶକଙ୍କ ସରକାରଙ୍କ ଉପରେ ବିଶ୍ୱାସ ନାହିଁ। ଆଇନ ଶୃଙ୍ଖଳା, ପୁଞ୍ଜି ବିନିଯୋଗ କିମ୍ବା କୃଷି ହେଉ ବର୍ତ୍ତମାନ ଧ୍ୟାନ କେବଳ ରାଜନୀତି ଉପରେ ଦିଆଯାଉଛି।