Maharashtra Politics: ଆଦିତ୍ୟ ଠାକରେଙ୍କ ରହସ୍ୟ ଖୋଲିଦେଲେ ଶିବସେନା ସାଂସଦ ରାହୁଲ ଶେବାଲେ
Advertisement
Article Detail0/zeeodisha/odisha1384757

Maharashtra Politics: ଆଦିତ୍ୟ ଠାକରେଙ୍କ ରହସ୍ୟ ଖୋଲିଦେଲେ ଶିବସେନା ସାଂସଦ ରାହୁଲ ଶେବାଲେ

Rahul Shewale targets Aditya Thackeray:  ଶିବସେନା ସାଂସଦ ରାହୁଲ ଶେୱାଲେ ଦଳର ଯୁବ ନେତା ଆଦିତ୍ୟ ଠାକରେଙ୍କ ବିଦେଶ ଗସ୍ତ ବାବଦରେ ଏକ ସମ୍ବେଦନଶୀଳ ଖୁଲାସା କରିଛନ୍ତି। 

Maharashtra Politics: ଆଦିତ୍ୟ ଠାକରେଙ୍କ ରହସ୍ୟ ଖୋଲିଦେଲେ ଶିବସେନା ସାଂସଦ ରାହୁଲ ଶେବାଲେ

Rahul Shewale expose Aaditya Thackeray: ଦଳର ଯୁବଶାଖା ନେତା ଆଦିତ୍ୟ ଠାକେରଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଶିବସେନା ସାଂସଦ ରାହୁଲ ଶେୱାଲେ। ଏନେଇ ସେ କହିଛନ୍ତି ଯେ ଯେତେବେଳେ ଦଳର ସଭାପତି ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହୃଦଘାତ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେତେବେଳେ ଆଦିତ୍ୟ ଠାକରେ ସ୍ୱିଜରଲ୍ୟାଣ୍ଡ ଗସ୍ତ କରିଥିଲେ। ହେଲେ ସ୍ୱିଜାରଲାଣ୍ଡ ଗସ୍ତ କରି ସେଠାରେ କ'ଣ କରୁଥିଲେ ବୋଲି ଆଦିତ୍ୟ ଠାକେରଙ୍କୁ ପ୍ରଶ୍ନ କରିଛନ୍ତି  ଶିବସେନା ସାଂସଦ ରାହୁଲ ଶେୱାଲେ। 

ଶିବସେନା ସାଂସଦ ରାହୁଲ ଶେୱାଲ (Shiv Sena MP Rahul Shewale) ଦଳର ଯୁବ ନେତା ଆଦିତ୍ୟ ଠାକରେଙ୍କ ବିଦେଶ ଗସ୍ତ ବାବଦରେ (Aaditya Thackerays Foreign Tour) ଏକ ସମ୍ବେଦନଶୀଳ ଖୁଲାସା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଯେତେବେଳେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ (Shiv Sena President Uddhav Thackeray) ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ଯୁବରାଜ ଆଦିତ୍ୟ ଠାକରେ ସ୍ୱୀଜରଲ୍ୟାଣ୍ଡ ଠାର ଏକ ପବ୍‌ରେ (Aaditya Thackeray in Switzerland Pub) ଉପଭୋଗ କରୁଥିଲେ।

ଶିବସେନା ସିନ୍ଦେ ଗୋଷ୍ଠୀର (Shiv Sena Shinde Faction) ସାଂସଦ ରାହୁଲ ଶେୱାଲେ କହିଛନ୍ତି, 'ଉଦ୍ଧବ ଠାକରେ ଅନେକ ଥର କହିଛନ୍ତି ଯେ ଆମେ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛୁ। ହେଲେ ସେ ଏହା କହୁ ନାହାଁନ୍ତି ନାହିଁ ଯେ ଯେତେବେଳେ ଉଦ୍ଧବ ଠାକରେ ଅସୁସ୍ଥ ଥିଲେ ସେତେବେଳେ ଯୁବରାଜ ନିଜେ ସ୍ୱୀଜରଲ୍ୟାଣ୍ଡରେ ଥିଲେ। ସେଠାରେ ଶିଳ୍ପ ମନ୍ତ୍ରୀଙ୍କ ଏକ ଆଲୋଚନା ହେବାର ଥିଲା, ହେଲ ଆଦିତ୍ୟ ଠାକରେ ପରିବେଶ ମନ୍ତ୍ରୀ ହୋଇ ଶିଳ୍ପ ମନ୍ତ୍ରୀଙ୍କ ଲାଗି ଆୟୋଜିତ ସମ୍ମିଳନାରେ ଯୋଗ ଦେବାକୁ ସ୍ୱୀଜରଲାଣ୍ଡ ଗସ୍ତ (Aaditya Thackerays Switzerland Tour) କରିଥିଲେ। ଯେତେବେଳେ ଉଦ୍ଧବ ଠାକରେ ଅପରେସନ୍ କରାଯାଉଥିଲା ସେତେବେଳେ ଯୁବରାଜ ସ୍ୱାଜରଲ୍ୟାଣ୍ଡ ଠାର ଏକ ପବ୍‌ରେ ମଜା କରୁଥିଲେ। ଏହି ସମ୍ବନ୍ଧରେ ସମସ୍ତ ବିବରଣୀ ଶୀଘ୍ର ଉପସ୍ଥାପିତ ହେବ। ଆଦିତ୍ୟ ଠାକରେ ମଧ୍ୟ ଜଣେ ମହିଳା ସାଂସଦଙ୍କୁ ସାଙ୍ଗରେ ନେଇ ସ୍ୱୀଜରଲାଣ୍ଡ ଯାଚ୍ରା କରିଥିଲେ।

Also Read: Maharashtra Politics: ଉଦ୍ଧବ ଠାକରେଙ୍କୁ ତଗଡା ଝଟକା ଦେଇପାରନ୍ତି ଏକନାଥ ସିନ୍ଦେ

ଦୁର୍ନୀତି ଅଭିଯୋଗରେ ଉଦ୍ଧବ ଠାକରେଙ୍କ ସରକାର ଗାଦିଚ୍ୟୁତ ହେବା ପ୍ରସଙ୍ଗରେ ଜବାବ ଦେଇଛନ୍ତି ଶିବସେନା ସାଂସଦ ରାହୁଲ ଶେୱାଲ। ଏନେଇ ସେ କହିଛନ୍ତି କିଛି ଲୋକ କ୍ରମାଗତ ଭାବେ ଟଙ୍କା କଥା ଉଠାଉନ୍ତି। ଯୁବରାଜ ତାଙ୍କ ଭାଷଣରେ ଟଙ୍କା କଥା କହୁଛନ୍ତି। ହେଲେ ଯୁବରାଜ ତାଙ୍କ ପିଲା ଦିନ ଟଙ୍କାରେ ଅତିବାହିତ କରିଛନ୍ତି ଏବଂ ଏହା ମଧ୍ୟରେ ସେ ବଡ଼ ହୋଇଛନ୍ତି। ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଯେତେବେଳେ ଛଗନ ଭୁଜବଳ (Chhagan Bhujbal) ଶିବସେନା (Shiv Sena) ଛାଡିଥିଲେ, ସେତେବେଲେ ଆମେ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ (Shiv Sena Founder Bala Saheb Thackeray) ସହ ଦୃଢ ଭାବେ ଛିଡ଼ା ହୋଇଥିଲୁ। ଯୁବରାଜ ଆଦିତ୍ୟ ଠାକରେ ତାଙ୍କ ପିତା ଉଦ୍ଧବ ଠାକରେଙ୍କୁ ଏକଥା ପଚାରିବା ଉଚିତ୍ ଯେ ସେ ସେହି ସମୟରେ ବାଲା ସାହେବଙ୍କୁ ସମର୍ଥନ କରିବା ପାଇଁ ସେ ଆମକୁ କେତେ ଟଙ୍କା ଦେଇଥିଲେ?