Shivsena Dussehra Rally: ପ୍ରତିବର୍ଷ ଦଶହରା ଶିବସେନା ପକ୍ଷରୁ ଆୟୋଜିତ ହୋଇଥାଏ ବାର୍ଷିକ ରାଲି। ଚଳିତ ବର୍ଷ ଦଶହରା ଅବସରରେ ଆୟୋଜିତ ହେବାକୁ ଯାଉଥିବା ଦଳୀୟ ରାଲି ଉପରେ ପ୍ରତିକ୍ରିୟା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସୋମବାର କହିଛନ୍ତି ଯେ ମୁମ୍ବାଇସ୍ଥିତ ଶିବାଜୀ ପାର୍କ ଠାରେ ଦଳର ଦଶହରା ରାଲି ଅନୁଷ୍ଠିତ ହେବ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କ ଦଳକୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନା ନାହିଁ ତାହାକୁ ନେଇ ସେ ନିଶ୍ଚିତ ନୁହଁନ୍ତି। ହେଲେ ଯାହା ହୋଇଗଲେ ମଧ୍ୟ ଶିବାଜୀ ପାର୍କ ଠାରେ ଶିବସେନା ଦଶହରା ରାଲି ଆନୁଷ୍ଠିତ ହେବ ବୋଲି କହିଛନ୍ତି ଉଦ୍ଧବ ଠାକରେ।


COMMERCIAL BREAK
SCROLL TO CONTINUE READING

ମୁମ୍ବାଇସ୍ଥିତ ଶିବାଜୀ ପାର୍କ (Mumbai Shivaji Park) ଠାରେ ଆୟୋଜିତ ହେବ ଶିବସେନା ଦଶହରା ରାଲି (Shivsena Dussehra Rally)। ଏହି ରାଲିରେ ସମଗ୍ର ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଶିବସୈନିକ (Shiv Sainik) ଆସି ପହଞ୍ଚିବେ। ଶିବସେନା ଦଶହରା ରାଲି ପାଇଁ ମହାରାଷ୍ଟ୍ର ସରକାର (Maharashtra Govt) ଅନୁମତି ଦେବେ ନା ନାହିଁ ସେ ନେଇ ଆମେ ଅବଗତ ନାହୁଁ। ଆମେ ରାଲି କରିବୁ। ଅନ୍ୟମାନେ ରାଲି କରିବେ ନା ନାହିଁ ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାହାର ରକ୍ତରେ ବିଶ୍ୱସ୍ତତା ଅଛି ସେ ହେଉଛନ୍ତି ଶିବସେନା (Shivsena)। ଶିବସେନା ଦେଶଦ୍ରୋହୀ ନୁହେଁ ବରଂ ଶିବ ସୈନିକଙ୍କ ରକ୍ତରେ ବଳୀୟାନ ହୋଇଛି। ମହାରାଷ୍ଟ୍ରରେ ଅନେକ ଘଟଣା ଘଟୁଛି। ଯାହା ବିଷୟରେ ମୁଁ ଦଶହାର ଜଣାଇବି କହିଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena Chief Uddhav Thackeray)।


ସାଧାରଣତଃ ଲୋକେ ଶାସକ ଦଳ ସହିତ ଯାଆନ୍ତି। ହେଲେ ଲୋକେ ଶିବସେନା ପାଖକୁ ଫେରୁଛନ୍ତି। ମୁଁ ଯାହା କହିବାକୁ ଚାହୁଁଛି ତାହା ଆପଣଙ୍କୁ ମୁଁ ଦଶହରା ରାଲିରେ କହିବି। ବିଜେପି (BJP) ବିରୋଧରେ ବର୍ଷି ଉଦ୍ଧବ ଠାକରେ କହିଛନ୍ତି ଯେ ଶିବସେନା ହିନ୍ଦୁତ୍ୱ (Hindutva) ଛାଡି ଦେଇଛି ବୋଲି ଲୋକଙ୍କ ମଧ୍ୟରେ ଏକ ଗୁଜବ ପ୍ରଚାର କରାଯାଉଛି ହେଲେ ମୁଁ କହିବାକୁ ଚାହେଁ ଯେ ଶିବସେନା ହିନ୍ଦୁତ୍ୱ ଛାଡି ନାହିଁ। ମାତୋଶ୍ରୀ ଦ୍ୱାରା ସବୁବେଳେ ସେମାନଙ୍କ ପାଇଁ ଖୋଲା ରହିଛି ଯେଉଁମାନେ ଭାବନ୍ତି ଯେ ପ୍ରକୃତ ହିନ୍ଦୁତ୍ୱ କେବଳ ଶିବସେନା। ମହାରାଷ୍ଟ୍ର ଏବଂ ହିନ୍ଦୁତ୍ୱ ପରିଚୟକୁ ଦୃଢ କରିବା ପାଇଁ ମୁଁ ଏକାଠି ହେବାକୁ ନିବେଦନ କରୁଛି ବୋଲି କହିଛନ୍ତି ଶିବସେନା ଅଧ୍ୟକ୍ଷ। 


Also Read: Maharashtra Politics: ଦଶହରା ରାଲିକୁ ନେଇ ମୁହାଁମୁହିଁ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ


ଏହାପୂର୍ବରୁ ପୂର୍ବରୁ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ଯୁବଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ (Aditya Thackeray) କହିଛନ୍ତି ଯେ ବାର୍ଷିକ ଦଶହରା ରାଲି ଆୟୋଜନ କରିବା ପାଇଁ ପ୍ରଶାସନିକ ଅଧିକାରୀ ତାଙ୍କ ଦଳର ଆବେଦନକୁ ଗ୍ରହଣ କରୁନାହାଁନ୍ତି। ଗତ ଜୁନ ମାସରେ ଦଳରେ ହୋଇଥିବା ବିଭାଜନ ପରେ ପ୍ରଥମ ଥର ପାଇଁ ଶିବସେନା ପକ୍ଷରୁ ଦଶହରା ରାଲି ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ପାଳିତ ଦଶହରା ପାଳନ କରାଯିବ। ଗତ ଜୁନ ମାସରେ ହୋଇଥିବା ବିଦ୍ରୋହ ପରେ ଶିବସେନା ଏବେ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ (Shivsena Thackeray Faction) ନେଉଥିବା ବେଳେ ଅନ୍ୟ ଗୋଷ୍ଠୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନେତୃତ୍ୱରେ ପରିଚାଳିତ ହେଉଛି।