ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଧମକ; କହିଲେ `ଆସୁଛି ଆମ ସରକାର, ଗଣି ଗଣି ନେବୁ ପ୍ରତିଶୋଧ`
ସମାଜବାଦୀ ପାର୍ଟି ନେତାଙ୍କ ବିବାଦୀୟ ବୟାନର ଭିଡ଼ିଓକୁ ଉତ୍ତେଜନାମୂଳକ ବୋଲି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ରାଜନୈତିକ ଦଳ। ନିର୍ବାଚନ ଦିନକୁ ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତାଙ୍କ ବିବାଦୀୟ ବୟାନବାଜି ସେତିକି ବଢିବାରେ ଲାଗିଛି। ସଦ୍ୟ ରାଜ୍ୟର ଦକ୍ଷିଣ ମେରଠ ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଆଦିଲ ଚୌଧୁରୀଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି।
ଯେଉଁଥିରେ ସେ ନିର୍ବାଚନ ଜିତିବା ପରେ ପ୍ରତିଶୋଧ ନେବା କଥା କହୁଛନ୍ତି। ସମାଜବାଦୀ ପାର୍ଟି ନେତାଙ୍କ ବିବାଦୀୟ ବୟାନର ଭିଡ଼ିଓକୁ ଉତ୍ତେଜନାମୂଳକ ବୋଲି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
ଏନେଇ ଭାଇରାଲ ହୋଇଥିବା ଭିଡି଼ଓରେ ଦକ୍ଷିଣ ମେରଠ ଆସନର (Meerut South Assembly Constituency) ସମାଜବାଦୀ ପାର୍ଟି (Samajwadi Party) ଏସପି ବିଧାୟକ ପ୍ରାର୍ଥୀ (SP MLA Candidate) ଆଦିଲ ଚୌଧୁରୀଙ୍କୁ (Adil Chaudhary) ଏକ ନିର୍ବାଚନୀ ସଭା କରୁଥିବାର ଦେଖାଯାଉଛି। ଯେଉଁଥିରେ ସେ ତାଙ୍କ ସମର୍ଥକଙ୍କୁ କହୁଛନ୍ତି ଆପଣ ନିଶ୍ଚିତ ରୁହନ୍ତୁ ଆମ ଦଳର ସରକାର ଗଠନ ହେଉଛି। ଇଂଶା ଆହ୍ଲା ସେମାନଙ୍କୁ ଛାଡିବେ ନାହିଁ। ଯେଭଳି ଭାବେ ଆମ ଉପରେ ଅତ୍ୟାଚାର କରାଯାଉଛି ତାହାର ପ୍ରତିଶୋଧ ନିଆଯିବେ। ଯେଉଁଥିପାଇଁ ସେମାନେ ୧୦୦ ଥର ଆଗକୁ ଭାବିବେ ଏହା କିପରି ହୁଏ। ସେମାନେ ଘରୁ କିପରି ବାହାରକୁ ବାହାରିବେ। ମୋର ଭାଇ ଏହି ଲଢେଇ ଯୁଦ୍ଧ ଛୋଟ ନୁହେଁ।
Also Read: ଏନକାଉଣ୍ଟର ପରେ ପ୍ରତିଶୋଧ ନେବାକୁ ଧମକ ଦେଲେ ସମାଜବାଦୀ ପାର୍ଟି ବିଧାୟକ ଅସଲମ ଚୌଧୁରୀ
ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ଏହି ବିବାଦୀୟ ବୟାନର ଭିଡି଼ଓ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରିଛି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ନିର୍ବାଚନ ଜିତିବା ପରେ ହିନ୍ଦୁଙ୍କ ଠାରୁ ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି ନେତା। ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ଦଳର ଉଦ୍ଦେଶ୍ୟ କ’ଣ ଏବଂ ଯଦି ସେ ନିର୍ବାଚନ ଜିତନ୍ତି ତାହେଲେ ସେ ହିନ୍ଦୁଙ୍କ ସହ କ'ଣ କରିବେ?
ଏ ପ୍ରସଙ୍ଗରେ ଟ୍ୱିଟ କରି ବିଜେପି ଜାତୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର ଟ୍ୱିଟ କରି କହିଛନ୍ତି ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଦିଲ ଚୌଧୁରୀ କହୁଛନ୍ତି, "ଯଦି ଆମ ସରକାର ଆସେ ତାହେଲେ ହିନ୍ଦୁଙ୍କୁ ଛାଡ଼ିବୁ ନାହିଁ ଏବଂ ସେମାନଙ୍କ ଠାରୁ ପ୍ରତିଶୋଧ ନେବୁ। ସମାଜବାଦୀ ପାର୍ଟି ଏପରି ଗୁଣ୍ଡା ମାଫିଆଙ୍କୁ ଟିକେଟ ଦେଇ କେଉଁ ଉତ୍ତମ ପ୍ରଦେଶ ଗଠନ କରିବାକୁ ଚାହୁଁଛି। ଏଭଳି ଗୁଣ୍ଡାଙ୍କ ପାଇଁ ରାଜ୍ୟରେ ପୁନର୍ବାର ଯୋଗୀ ସରକାର ଗଠନ ହେବା ଆବଶ୍ୟକ। ଯାହା ଦ୍ୱାରା ଏଭଳି ଅପରାଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।
ଗତ ୨୦୧୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢି ଦକ୍ଷିଣ ମେରଠ ଆସନରୁ ପରାସ୍ତ ହୋଇଥିଲେ ଆଦିଲ ଚୌଧୁରୀ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏହି ମେଣ୍ଟ ଆଧାରରେ କଂଗ୍ରେସ ଖାତାରେ ପଡି଼ଥିଲା। ଚଳିତ ୨୦୨୨ ନିର୍ବାଚନରେ ସେ ଏହି ଆସନରୁ ଏସପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ବିଜେପି ପକ୍ଷରୁ ବର୍ତ୍ତମାନର ବିଧାୟକ ଡ.ସୋମେନ୍ଦ୍ର ତୋମାର ନିର୍ବାଚନ ଲଢୁଛନ୍ତି। ବିଜେପି ବିଧାୟକ ତୋମାର ଗତ ୨୦୧୭ ନିର୍ବାଚନରେ ବିଏସପି ପ୍ରାର୍ଥୀ ହାଜୀ ୟାକୁବ କ୍ୟୁରେସୀଙ୍କୁ ୩୫ ହଜରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ।
Also Read: UP Poll 2022: ନିର୍ବାଚନ ମୈଦାନରେ ଦଳ, ଜେଲରେ ଦଳୀୟ ପ୍ରାର୍ଥୀ!
ଏହାପୂର୍ବରୁ ଆଉ ଏକ ଭିଡି଼ଓ କୈରାନା ଆସନରୁ ମଧ୍ୟ ଆସିଛି। ଯେଉଁଥିରେ ଏସପି ପ୍ରାର୍ଥୀ ନାହିଦ ହାସନଙ୍କ ସମର୍ଥକ ଭୋଟ୍ ନେବାକୁ ଆସିଥିବା ଆରଏଲଡି ପ୍ରାର୍ଥୀଙ୍କ ସାମ୍ନାରେ ଜାଟ ସମ୍ପ୍ରଦାୟକୁ ଧମକ ଦେଉଥିବାର ନଜର ଆସୁଛନ୍ତି। ଏନେଇ ସେମାନେ କହିଛନ୍ତି, ଆମର ଚୌଧୁରୀ ନାହିଦ ହାସନ ଜେଲରୁ ଥାଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିକନ୍ଦରପୁର ଗ୍ରାମରେ ୨୪ ହଜାର ଜାଟ ଅଛନ୍ତି। ଯଦି ସେମାନେ ଭୋଟ୍ ଦେବେ ନାହିଁ ତାହାଲେ ଏଠାରେ ଆମେ ୮୦-୯୦ ହଜାର ମୁସଲମାନ ଅଛୁ। ଯଦି ଆମର ଚୌଧୁରୀଙ୍କ ସହିତ କିଛି ଭୁଲ୍ ହୁଏ ତାହେଲେ ଆମେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଗୋଟିଏ ମିନିଟ୍ ସମୟ ମଧ୍ୟ ନେବୁ ନାହିଁ।