'ସରକାର ଆସିଲେ ଆମେ ପରିସ୍ରାରେ ଦୀପ ଜାଳିବୁ' ବିବାଦୀୟ ବୟାନ ଦେଇ ଫସିଲେ ସମାଜବାଦୀ ପାର୍ଟି ନେତା
Advertisement
Article Detail0/zeeodisha/odisha1042732

'ସରକାର ଆସିଲେ ଆମେ ପରିସ୍ରାରେ ଦୀପ ଜାଳିବୁ' ବିବାଦୀୟ ବୟାନ ଦେଇ ଫସିଲେ ସମାଜବାଦୀ ପାର୍ଟି ନେତା

ଯଦି ଆପଣ ଏପରି ଚମତ୍କାର ଦେଖିବାକୁ ଚାହାଁନ୍ତି ତାହେଲେ ଆସନ୍ତା ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଲାଗି ଭୋଟ୍ ଦିଅନ୍ତୁ। 

'ସରକାର ଆସିଲେ ଆମେ ପରିସ୍ରାରେ ଦୀପ ଜାଳିବୁ' ବିବାଦୀୟ ବୟାନ ଦେଇ ଫସିଲେ ସମାଜବାଦୀ ପାର୍ଟି ନେତା

ଲକ୍ଷ୍ନୌ: 'ସରକାର ଆସିଲେ ଆମେ ପରିସ୍ରାରେ ଜାଳିବୁ ଦୀପ' ଏଭଳି ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି ଜଣେ ସମାଜବାଦୀ ପାର୍ଟି ନେତା। ଏନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡି଼ଓ ଜରିଆରେ କୁହାଯାଉଛି ଯଦି ୨୦୨୨ ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ସରକାର ଗଠନ କରେ ତାହେଲେ ପରିସ୍ରାରେ ଦୀପ ଜଳିବ। ଏପରି ବିବୃତ୍ତି ରଖି ସମାଲୋଚନାର ଶିକାର ହେଉଛନ୍ତି ସମାଜବାଦୀ ପାର୍ଟି ନେତା। 

ଏହି ଭିଡି଼ଓକୁ ଟ୍ୱିଟ କରି ବିଜେପି ନେତା ଅମିତ ମାଲବୀୟ (BJP Leader Amit Malviya) କହିଛନ୍ତି ଯଦି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (SP Govt in Uttar Pradesh) ସରକାର ଗଠନ ହୁଏ ତାହେଲେ ଆମେ ପରିସ୍ରାରେ ଦୀପ ଜାଳିବା କାମ କରିବୁ: ସଲମାନ କ୍ୟୁରେସୀ। ଯଦି ଆପଣ ଏପରି ଚମତ୍କାର ଦେଖିବାକୁ ଚାହାଁନ୍ତି ତାହେଲେ ଆସନ୍ତା ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ସମାଜବାଦୀ ପାର୍ଟି (Samajwadi Party) ଲାଗି ଭୋଟ୍ ଦିଅନ୍ତୁ।

Also Read: ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ

ଭାଇରାଲ ହୋଇଥିବା ଭିଡି଼ଓରେ ଦେଖିବାକୁ ମିଳିଛି କିଛି ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି। ସେଠାରେ ଜଣେ ସମାଜବାଦୀ ପାର୍ଟି ନେତାଙ୍କ (Samajwadi Party Leader) ନାଁ ଥିବା ବ୍ୟାନର ଲଗାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକ ନେତାଙ୍କ ଏଭଳି ବୟାନ ଶୁଣି ତାଳି ବଜାଉଛନ୍ତି। 

Also Read: ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନ ଦେଇ ବନ୍ଧାହେଲେ ସମାଜବାଦୀ ପାର୍ଟି ନେତା ଅନଦାନ ଖାନ

ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖି ଜଣେ ଟ୍ୱିଟର ୟୁଜର କହିଛନ୍ତି ଯଦି ପରିସ୍ରାରେ ଦୀପ ଜଳି ପାରୁଛି ତାହେଲେ ଏହାକୁ ଗାଡିରେ ବ୍ୟବହାର କରି ପରୀକ୍ଷା କରିବା ଆବଶ୍ୟକ। ଏହା ଦ୍ୱାରା ରାତାରାତି ପେଟ୍ରୋଲ ଦାମ କମିଯିବ। ଅନ୍ୟ ଜଣେ ୟୁଜର କହିଛନ୍ତି ବିରୋଧି ଦଳ ଏତେ ଗବେଷଣା କେଉଁଠୁ କରୁଛନ୍ତି। ସେମାନେ ପରିସ୍ରାରେ ଦୀପ ଜାଳୁଛନ୍ତି, ଆଳୁରୁ ସୁନା ତିଆରି କରୁଛନ୍ତି। ଟୀକାକରଣ ଭରତବାସୀ ନାମକ ଜଣେ ୟୁଜର ଟ୍ୱିଟ୍ କରିଛନ୍ତି ଯେ ମୁଁ ଏହା ବୁଝିବାକୁ ଚେଷ୍ଟା କରୁଛି ଯେ ଏହା ପଛରେ ବିଜ୍ଞାନ କ’ଣ?