UP Poll 2022: ନିର୍ବାଚନ ମୈଦାନରେ ଦଳ, ଜେଲରେ ଦଳୀୟ ପ୍ରାର୍ଥୀ!
ପୋଲିସ ନାହିଦ ହାସନଙ୍କ ବିରୋଧରେ କଠୋର ଗୁଣ୍ଡା ଆଇନ ଲାଗୁ କରିଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଟିକେଟ ବଣ୍ଟନ ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ଅଭିଯାନରେ ଲାଗି ପଡିଛନ୍ତି ସବୁ ଦଳ। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ସରଗରମ ହୋଇଉଠୁଛି ରାଜନୀତି।
ହେଲେ ନିର୍ବାଚନ ପୂର୍ବରୁ ଘଟିଯାଇଥିବା ଏକ ଘଟଣା ଉତ୍ତର ପ୍ରଦେଶ ରାଜନୀତିରେ (Uttar Pradesh Politics) ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟର କୈରାନା ବିଧାନସଭା ଆସନରୁ (Kairana Assembly Constituency) ସମାଜବାଦୀ ପାର୍ଟି (Samajwadi Party) ଏସପି ବିଧାୟକ ପ୍ରାର୍ଥୀ (SP MLA Candidate) ଭାବେ ନିର୍ବାଚନ ଲଢୁଥିବା ନାହିଦ ହାସନଙ୍କୁ (Nahid Hasan) ଶନିବାର ଦିନ ଏକ ସ୍ୱତନ୍ତ୍ର କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ (Judicial Custody) ପଠାଯାଇଛି। ଏହା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିଲା।
Also Read: ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ହ୍ରାସ କଲେ ମିଳିବ ଲାଭ: ସମାଜବାଦୀ ପାର୍ଟି ସାଂସଦ
ପୋଲିସ ନାହିଦ ହାସନଙ୍କ ବିରୋଧରେ କଠୋର ଗୁଣ୍ଡା ଆଇନ ଲାଗୁ କରିଛି। ଶାମଲି ଜିଲ୍ଲାର କୈରାନା ଠାରେ ଏକ ସ୍ୱତନ୍ତ୍ର ସାଂସଦ/ବିଧାୟକ ଅଦଲତରେ ତାଙ୍କୁ ହାଜର କରାଯାଇଥିଲା। ଯେଉଁଠାରେ ଜଜ୍ ସୁବୋଧ ସିଂ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
Also Read: ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ
ଏନେଇ ମତ ରଖି କୈରାନା ଥାନା (Kairana Police Station) ପ୍ରଭାରୀ ଅନିଲ କାପରୱନ କହିଛନ୍ତି ଗତ ବର୍ଷ ନାହିଦ ହାସନଙ୍କ ସମେତ ମୋଟ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଧିକାଂଶ ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତି ପାଇଯାଇଥିଲେ କିନ୍ତୁ ସେ ଅଦାଲତରେ ଆତ୍ମସମର୍ପଣ କରିବାରେ ବିଫଳ ହୋଇଥିଲେ। ଏହା ପରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।