ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ହ୍ରାସ କଲେ ମିଳିବ ଲାଭ: ସମାଜବାଦୀ ପାର୍ଟି ସାଂସଦ
Advertisement
Article Detail0/zeeodisha/odisha1049952

ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ହ୍ରାସ କଲେ ମିଳିବ ଲାଭ: ସମାଜବାଦୀ ପାର୍ଟି ସାଂସଦ

ବିବାହ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଇଛି। ବିବାହ ପାଇଁ 18 ବର୍ଷ ହେଉଛି ଯଥେଷ୍ଟ। 

ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ହ୍ରାସ କଲେ ମିଳିବ ଲାଭ: ସମାଜବାଦୀ ପାର୍ଟି ସାଂସଦ

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସ ବଢାଇବାକୁ ବିରୋଧ କରିଛନ୍ତି ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଡ.ଶଫିକୁର୍ର ରେହମାନ ବର୍କ। ଏନେଇ ସେ କହିଛନ୍ତି ଝିଅଙ୍କ ବିବାହ ବୟସ ବଢାଇଲେ ସେମାନଙ୍କ ମନରେ ଅଧିକ ମୌଜ ମସ୍ତି କରିବାର ଅଭ୍ୟାସ ବଢିବ।

ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ (Uttra Pradesh) ସମ୍ଭଲ ଲୋକସଭା ଆସନର (Sambhal Lok Sabha Seat) ସମାଜବାଦୀ ପାର୍ଟି ସାଂସଦ (Samajwadi Party Lok Sabha MP) ଡ.ଶଫିକୁର୍ର ରେହମାନ ବର୍କ (Dr.Shafiqur Rahman Barq) କହିଛନ୍ତି ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ଯଦି ୧୫ ବର୍ଷ ହ୍ରାସ କରାଯାଏ ତାହେଲେ ଏହା ଭଲ ହେବ। ୧୪ ବର୍ଷ ବୟସରେ ଝିଅ ମାନେ ବଡ଼ ହୋଇଯାଇଥାନ୍ତି।  ଏହି ବୟସ ହେଉଛି ସେମାନଙ୍କ ବିବାହ ପାଇଁ ଉପଯୁକ୍ତ ସମୟ।

Also Read: ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ

ବିବାହ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଇଛି। ବିବାହ ପାଇଁ 18 ବର୍ଷ ହେଉଛି ଯଥେଷ୍ଟ। ଏହା ହେଉଛି ସତ୍ୟ ଝିଅ ମାନେ ୧୪ ବର୍ଷ ବୟସରେ ବଢିଯାଇଥାନ୍ତି। ୧୮ ବର୍ଷ ପରେ ଗରିବ ଝିଅଙ୍କ ବିବାହ ବହୁ କଷ୍ଟରେ ହୋଇଥାଏ। ଯାହାଙ୍କ ମଧ୍ୟରୁ ଅନେକ ସେମାନଙ୍କ ଜୀବନସାରା ଅବିବାହିତ ରହିଥାନ୍ତିଯ। ଅଧିକ ବୟସରେ ବିବାହ କରିବା ଠିକ୍ ନୁହେଁ।

Also Read: ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା

ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ବୟାନ ଦେବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଡ.ଶଫିକୁର୍ର ରେହମାନ ବର୍କ। ସଂସଦରେ ରାଷ୍ଚ୍ରଗୀତ ବନ୍ଦେ ମାତରମ ଗାଇବାକୁ ସେ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି। ଏନେଇ ସେ କହିଛନ୍ତି ଇସଲାମରେ ଆଲ୍ଲାଙ୍କ ବ୍ୟତୀତ ଅନ୍ୟ କାହାର ମହିମା ଗାନ କରିବାର ଅନୁମତି ନାହିଁ। ସଂସଦରେ ପାରିତ ହୋଇଥିବା ଟ୍ରିପଲ ତଲାକ ଆଇନକୁ ମଧ୍ୟ ସେ ଦୃଢ ବିରୋଧ କରିଥିଲେ। ସରକାର ଧାର୍ମିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଆବଶ୍ୟକ ନୁହେଁ ବୋଲି ସେ କହିଛନ୍ତି।