ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ
Advertisement
Article Detail0/zeeodisha/odisha1042841

ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ

ଯଦି ବିଜେପି ସରକାର ପୁନଃର୍ବାର କ୍ଷମତାସୀନ ହୁଏ ସମ୍ବିଧାନର ୨୯-୩୦ ଧାରା ଶେଷ ହେବ। 

ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ହେଲେ ସଦ୍ୟ ରାଜ୍ୟର ମୋରଦାବାଦ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଏସ.ଟି ହାସନ ଏଭଳି ବିବୃତ୍ତି ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ପୁନର୍ବାର ବିଜେପି ସରକାର ଗଠନ ହୁଏ ତାହେଲଲେ ଦେଶରେ ସମାନ ନାଗରିକ ସଂହିତା ଲାଗୁ କରାଯିବ। ଏହା ପରେ ମୁସଲମାନ ପୁନର୍ବାର ବିବାହ କରିପାରିବେ ନାହିଁ ବୋଲି କହିଛନ୍ତି ସାଂସଦ ହାସନ। 

ମୋରଦାବାଦ ଲୋକସଭା ଆସନର (Moradabad Lok Sabha) ସମାଜବାଦୀ ପାର୍ଟି ସାଂସଦ ଏସ.ଟି ହାସନ (Samajwadi Party MP ST Hasan) କହିଛନ୍ତି ସମ୍ପ୍ରଦାୟ ପାଇଁ, ହିନ୍ଦୁସ୍ତାନ ପାଇଁ, ଉତ୍ତର ପ୍ରଦେଶ ପାଇଁ, ହିନ୍ଦୁ-ମୁସଲମାନ ଏକତା ପାଇଁ କହୁଛି ନିର୍ବାଚନ ଆସିବାକୁ ଚାହୁଁଛି। ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଏଥର ବିଭାଜିତ ହୁଅନ୍ତୁ ନାହିଁ। ଆମର ଏକମାତ୍ର ଲକ୍ଷ୍ୟ ହେଉଛି ବିଜେପି ଭଳି ଶକ୍ତିକୁ ପରାସ୍ତ କରିବା। ବିଜେପି ସୃଷ୍ଟି କରିଥିବା ଆଭ୍ୟନ୍ତରୀଣ ପରିସ୍ଥିତିକୁ ଆମେ ଏପର୍ଯ୍ୟନ୍ତ ହୃଦୟଙ୍ଗମ କରିପାରିବୁ ନାହିଁ। ୧୦ ବର୍ଷ ପରେ ଆମେ ଜାଣିବା ଆମେ କେଉଁଠାରେ ପହଞ୍ଚିଛୁ। 

Also Read: 'ସରକାର ଆସିଲେ ଆମେ ପରିସ୍ରାରେ ଦୀପ ଜାଳିବୁ' ବିବାଦୀୟ ବୟାନ ଦେଇ ଫସିଲେ ସମାଜବାଦୀ ପାର୍ଟି ନେତା

ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଏକ ଆଇନ ଆସୁଛି। ଆମେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ପ୍ରଦର୍ଶନ କରିଥିଲୁ। ଆମେ ୩୭୦ ଧାରା ହଟାଇବାକୁ ବିରୋଧ କରିଥିଲୁ। ଆମେ ଏ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିଥିଲୁ। ଯଦି ସମାନ ନାଗରିକ ସଂହିତା ଆସେ ତାହେଲେ ମୁସଲମାନ ବ୍ୟକ୍ତିଗତ ବ୍ୟକ୍ତିଗତ ଅଧିକାର ଶେଷ ହେବ। ଆମର ଅଧିକାର ଶେଷ ହୋଇଯିବ। ଆମେ ପୁନର୍ବାର ବିବାହ କରିବାକୁ ସମର୍ଥ ହେବୁ ନାହିଁ। 

Also Read: ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ

ଯଦି ବିଜେପି ସରକାର ପୁନଃର୍ବାର କ୍ଷମତାସୀନ ହୁଏ ସମ୍ବିଧାନର ୨୯-୩୦ ଧାରା ଶେଷ ହେବ। ଏହା ସହିତ ଜାମିୟା ମିଲିଆ ଇସଲାମିଆ, ମୋରାଦାବାଦ ମୁସଲିମ ଡିଗ୍ରୀ କଲେଜ ଭଳି ଶିକ୍ଷାନୁଷ୍ଠାନର ସଂଖ୍ୟାଲଘୁ ସ୍ଥିତି ସମାପ୍ତ ହୋଇଯିବ। ସେଥିପାଇଁ ମୁଁ  ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ ବିଜେପି ଭଳି ଶକ୍ତିକୁ ପରାସ୍ତ କରିବାକୁ ଏକଜୁଟ ହୋଇ ଭୋଟ୍ ଦିଅ। 

Also Read: ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନ ଦେଇ ବନ୍ଧାହେଲେ ସମାଜବାଦୀ ପାର୍ଟି ନେତା ଅନଦାନ ଖାନ

ସମାଜବାଦୀ ପାର୍ଟି ସାଂସଦଙ୍କ ଏପରି ଅଜବ ଧରଣର ବିବୃତ୍ତି ଉପରେ ଜବାବ ରଖି ବିଜେପି ନେତା ଅମିତ ମାଲବୀୟ କହିଛନ୍ତି ସେମାନେ ସ୍ପଷ୍ଟ କରୁଛନ୍ତି ଯେ ଯଦି ସମାନ ନାଗରିକ ସଂହିତା ନିୟମ ଆସେ ତାହେଲେ  ଆପଣ ଆଉ ବିବାହ କରିପାରିବେ ନାହିଁ। ଏଭଳି ଲୋକଙ୍କ ଦ୍ୱାରା ମହିଳା ଅଧିକାରର ଉପେକ୍ଷା କରିବା ମଧ୍ୟ ଏକ ଅପରାଧ।