ଲକ୍ଷ୍ନୌ: ସୋମବାର ଦ୍ୱାରକା ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତିନିଧି ସ୍ୱାମୀ ଅବିମୁକ୍ତେଶ୍ୱରନନ୍ଦ କହିଛନ୍ତି ଜଣେ ସନ୍ଥ ମହନ୍ତ ହୋଇପାରେ ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। କାରଣ ଜଣେ ବ୍ୟକ୍ତି କୌଣସି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେଲେ ତାଙ୍କୁ ଧର୍ମନିରପେକ୍ଷତାର ଶପଥ ନେବାକୁ ପଡିଥାଏ। ତାହେଲେ ସେ ଧାର୍ମିକ ହେଲେ କିପରି ବୋଲି ପ୍ରଶ୍ନ କରିଛନ୍ତି ସେ।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଦ୍ୱାରକା ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତିନିଧୀ ସ୍ୱାମୀ ଅବିମୁକ୍ତେଶ୍ୱରନନ୍ଦ। ମୁଖ୍ୟମନ୍ତ୍ରୀ ଯୋଗୀ ଜଣେ ସନ୍ଥ ହେବା ପ୍ରସଙ୍ଗରେ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଜଣେ ବ୍ୟକ୍ତି ଏକ ସମୟରେ ଦୁଇଟି ଶପଥ ନେଇ ପାରିବେ ନାହିଁ। ଜଣେ  ସନ୍ଥ ମହନ୍ତ ହୋଇପାରନ୍ତି ହେଲେ ସେ କେବେ ଜଣେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଖିଲାଫତର ଏହି କାର୍ଯ୍ୟ ମୁସଲମାନଙ୍କ ସହିତ କରାଯାଇଥାଏ। ସେଠାରେ ଧର୍ମଚାର୍ଯ୍ୟ ରାଜା ହୋଇଥାନ୍ତି।


ଦ୍ୱାରକା ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ସର୍ବଦା କଂଗ୍ରେସ ନେତାଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି ଏବଂ ଗତ ବର୍ଷ ମାଘ ମେଳା ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମନକାମେଶ୍ୱର ମନ୍ଦିର ପରିସରରେ ତାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।


Also Read: ଅଯୋଧ୍ୟା ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ବାଚନ ନ ଲଢିବାକୁ ନେଇ ଏପରି କହିଲେ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ


ଗଙ୍ଗା କୂଳରେ ଚାଲିଥିବା ମାଘ ମେଳାରେ ଯୋଗ ଦେବା ଅବସରରେ ସ୍ୱାମୀ ଅବିମୁକ୍ତେଶ୍ୱରନନ୍ଦ କହିଛନ୍ତି ଏଥର ଏହି ମେଳାକୁ ବହୁତ ଅଣଦେଖା କରାଯାଇଛି। ମେଳାର ଅବ୍ୟବସ୍ଥା ଦେଖାଯିବାକୁ ନେଇ କେତେକ ସାଧୁସନ୍ଥ ଅନଶନ ଏବଂ ଆତ୍ମଦାହ କରିବାକୁ କହିଛନ୍ତି। ଯଦି ସରକାରରେ ସାମିଲ ଥିବା ଲୋକ ନିର୍ବାଚନରେ ​​ବ୍ୟସ୍ତ ଅଛନ୍ତି ତାହେଲେ ସରକାରୀ ଅଧିକାରୀ କାହିଁକି ଅବ୍ୟବସ୍ଥାକୁ ସୁଧାରିବା କାହିଁକି ପଦକ୍ଷେପ ନେଉନାହାନ୍ତି।


ଗଙ୍ଗା ନଦୀରେ ଜଳସ୍ତର ବଢିବା ପ୍ରସଙ୍ଗରେ ସେ କହିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ନଦୀ ଜଳ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା ରହିଛି ମାତ୍ର କାହିଁକି ନିୟନ୍ତ୍ରିତ ଉପାୟରେ ଜଳ ପ୍ରବାହିତ ହେଉନାହିଁ। ଜଳ ସ୍ତର ବୃଦ୍ଧି ହେତୁ ଅନେକ ଲୋକଙ୍କୁ ସେମାନଙ୍କ ଶିବିର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡି଼ଛି। 


ଧର୍ମକ୍ଷେତ୍ରରେ ରାଜନୈତିକ ନେତାଙ୍କ ହସ୍ତକ୍ଷେପ ବଢିବା ଉପରେ ସ୍ୱାମୀ ଅବିମୁକ୍ତେଶ୍ୱରନନ୍ଦ କହିଛନ୍ତି ସମସ୍ତ ରାଜନୈତିକ ଦଳ ଧର୍ମକ୍ଷେତ୍ରରେ ଅତିକ୍ରମଣ କରୁଛନ୍ତି। ଏ କ୍ଷେତ୍ରରେ କିଛି ଦଳ ଆଗକୁ ଯାଇ ଥାଇ ପାରନ୍ତି କିମ୍ବା ପଛରେ ରହିଥାଇପାରିନ୍ତି। ଏକଥା ଏପରି ସ୍ତରରେ ପହଞ୍ଚିଛି ଯେ ସେମାନେ କେବଳ ଧାର୍ମିକ ଲୋକଙ୍କ ସହ ସମ୍ପର୍କ ରଖୁନାହିଁ, ବରଂ ସେମାନେ ସେମାନଙ୍କ ଲୋକଙ୍କୁ ଧାର୍ମିକ ସ୍ଥାନରେ ବସାଇବାରେ ଲାଗିଛନ୍ତି।


Also Read: ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?


ରାଜନୈତିକ ଦଳ ସେମାନଙ୍କ କଥା କହିବା ପାଇଁ ସେମାନଙ୍କ ଲୋକଙ୍କୁ ଧାର୍ମିକ ସ୍ଥାନରେ ବସାଉଛନ୍ତି। ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ଚାହାଁନ୍ତି ଧର୍ମଚାର୍ଯ୍ୟ ସେମାନଙ୍କ ଭାଷା କୁହନ୍ତୁ। ପୁରାତନ ପୁସ୍ତକରୁ ଧର୍ମକୁ କହୁଥିବା ଲୋକମାନେ ସେମାନଙ୍କୁ ଚାପୁଡ଼ା ଦେଉଛନ୍ତି ଏବଂ ଏପରି ଲୋକଙ୍କୁ ପଦବୀରୁ ହଟାଇବା ନୀତି ଜାରି ରହିଛି। ଲୋକେ ସଠିକ୍ ଲୋକଙ୍କୁ, ସଠିକ୍ ଦଳ ବାଛିବା ଉଚିତ ଯାହା ଦ୍ୱା ରା ସରକାର ଗଠନ ପରେ ସେମାନଙ୍କୁ ଅନୁତାପ କରିବାକୁ ପଡିବ ନାହିଁ।