ନିର୍ବାଚନ ହାରିବା ପରେ ବିଧାୟକ ହୋଇପାରନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ
ନିର୍ବାଚନ ହାରିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ପୁନର୍ବାର ବିଧାନସଭାକୁ ପଠାଇବାକୁ ଯୋଜନା କରିଛି ସମାଜବାଦୀ ପାର୍ଟି।
ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଅନ୍ୟପଟେ ଗତ ୨୦୧୭ ନିର୍ବାଚନ ତୁଳନାରେ ଏଥର ଅଧିକ ପାଇଥିବା ସମାଜବାଦୀ ପାର୍ଟି ରାଜ୍ୟର ମୁଖ୍ୟ ବିରୋଧି ଦଳ ଆସନରେ ବସିବାକୁ ଯାଉଛି।
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି (BJP) ଛାଡ଼ି ସମାଜବାଦୀ ପାର୍ଟି (Samajwadi Party) ହାତ ଧରିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ (Swami Prasad Maurya) ବିଧାନସଭାକୁ (Uttar Pradesh Assembly) ପଠାଇବାକୁ ଯୋଜନା କରିଛି ଦଳ। ଏହି ନିର୍ବାଚନରେ ସେ ରାଜ୍ୟର କୁଶୀନଗର ଜିଲ୍ଲାରେ ଅବସ୍ଥିତ ଫାଜିଲ ନଗର ଆସନରୁ (Fazilnagar Assembly Constituency) ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ (Samajwadi Party MLA Candidate) ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି।
Also Read: ପରାଜୟ ପରେ ନିଜକୁ କାହିଁକି ନେଉଳ କହିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ?
ନିର୍ବାଚନ ହାରିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ପୁନର୍ବାର ବିଧାନସଭାକୁ ପଠାଇବାକୁ ଯୋଜନା କରିଛି ସମାଜବାଦୀ ପାର୍ଟି। ଏନେଇ କରହଲ ଆସନରୁ ନିର୍ବାଚିତ ହୋଇଥିବା ଦଳୀୟ ସୁପ୍ରିମୋ ତଥା ଆଜମଗଡ଼ ଲୋକସଭା (Azamgarh Lok Sabha) ସାଂସଦ ଅଖିଲେଶ ଯାଦବ (Akhilesh Yadav) ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି। ଏହା ପରେ ସେଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ ପୁଣି ଥରେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ କରହଲ ଆସନରୁ (Karhal Assembly Constituency) ନିର୍ବାଚନ ଲଢିବେ ମୌର୍ଯ୍ୟ।
Also Read: UP Poll 2022: BJP କୁ ଲାଗିଲା ଝଟକା, ଦଳ ଛାଡି଼ଲେ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
ଗତ ରବିବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି। ମୈନପୁର ଜିଲ୍ଲାରେ (Mainpuri District) ଅବସ୍ଥିତ କହହଲ ଆସନରୁ ଅଖିଲେଶ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଏସ.ପି ସିଂହ ବଘେଲଙ୍କୁ (SP Singh Baghel) ୬୭ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଆଗ୍ରା ଲୋକସଭା ଆସନର (Agra Lok Sabha) ସାଂସଦ ହେଉଛନ୍ତି ବଘେଲ। ଏଠାରୁ ବିଧାୟକ ନିର୍ବାଚିତ ହେବା ପାଇଁ ୨ ସାଂସଦଙ୍କ ମଧ୍ୟରେ ମୁକାବିଲା ହୋଇଥିଲା।
Also Read: ବିଜେପି ଛାଡି଼ ସମାଜବାଦୀ ପାର୍ଟିରେ ଯୋଗ ଦେଲେ ବିଦ୍ରୋହୀ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
କୁଶୀନଗର ଜିଲ୍ଲାରେ ଅବସ୍ଥିତ ଫାଜିଲ ନଗର ଆସନରୁ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଏହା ପୂର୍ବରୁ ସେ ତାଙ୍କର ପାରମ୍ପରିକ ପଡରୌନା ଆସନରୁ ୨୦୦୭-୨୨ ପର୍ଯ୍ୟନ୍ତ ବିଧାୟକ ନିର୍ବାଚିତ ହୋଇଥିଲେ। ବହୁଜନ ସମାଜ ପାର୍ଟି ନେତା ମୌର୍ଯ୍ୟ ଗତ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଥିଲେ।