UP Poll 2022: BJP କୁ ଲାଗିଲା ଝଟକା, ଦଳ ଛାଡି଼ଲେ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
Advertisement
Article Detail0/zeeodisha/odisha1068072

UP Poll 2022: BJP କୁ ଲାଗିଲା ଝଟକା, ଦଳ ଛାଡି଼ଲେ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଦଳିତ, ପଛୁଆବର୍ଗ, କୃଷକ, ବେକାର ଯୁବକ ଏବଂ କ୍ଷୁଦ୍ର ତଥା ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ଚରମ ଅବହେଳା କାରଣରୁ ମୁଁ ଉତ୍ତର ପ୍ରଦେଶ କ୍ୟାବିନେଟରୁ ଇସ୍ତଫା ପ୍ରଦାନ କରୁଛି।  

UP Poll 2022: BJP କୁ ଲାଗିଲା ଝଟକା, ଦଳ ଛାଡି଼ଲେ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ସ୍ଥିର ହେବା ପରେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ବିଭିନ୍ନ ଦଳ ପକ୍ଷରୁ ରାଜ୍ୟର ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ନେତାଙ୍କ ଦଳ ବଦଳ କାର୍ଯ୍ୟ ମଧ୍ୟ ବାଦ ପଡ଼ିନାହିଁ।

ଚଳିତ ୨୦୨୨ ଉତ୍ତର ପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପୂର୍ବରୁ ଦଳ ଏବଂ ମନ୍ତ୍ରୀ ପଦ ଛାଡ଼ି ସମାଜବାଦୀ ପାର୍ଟି (Samajwadi Party) ହାତ ଧରିଛନ୍ତି ଉତ୍ତର ପ୍ରଦେଶ ଶ୍ରମ ମନ୍ତ୍ରୀ (UP Labour Minister) ସ୍ୱାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya)।  ଗତ ୨୦୧୭ ବିଧାନସଭା ନିର୍ବାଚନରେ ସେ ବିଏସପି (BSP) ଛାଡ଼ି ବିଜେପି (BJP) ହାତ ଧରିଥିଲେ। ରାଜ୍ୟ ରାଜନୀତିରେ ସେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ (BSP Supremo Mayawati) ଡାହାଣ ହାତ ଭାବେ ଜଣାଶୁଣା ଥିଲେ।    

ଇସ୍ତଫା ଦେବା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ବିଜେପି ପଛୁଆବର୍ଗ, ଦଳିତ, କୃଷକ ତଥା ଲଘୁ ଏବଂ ମଧ୍ୟମ ବର୍ଗୀୟ ବ୍ୟବସାୟୀ ବିରୋଧି। ଏହି କାରଣରୁ ମୁଁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କରିଛି। ଏନେଇ ଟ୍ୱିଟ କରି ଦଳିତ, ପଛୁଆବର୍ଗ, କୃଷକ, ବେକାର ଯୁବକ ଏବଂ କ୍ଷୁଦ୍ର ତଥା ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ହୋଇଥିବା ଅବହେଳା କାରଣରୁ ମୁଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କରିଛି। 

Also Read: UP Poll 2022: ପ୍ରାର୍ଥୀ ଚୟନ କରିବାକୁ ଅଣ୍ଟା ଭିଡ଼ିଲା BJP; କାହାର କଟିବ ଟିକେଟ?

ନିଜ ଇସ୍ତଫା ବାବଦରେ ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଲେଖିଥିବା ପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରମ, ନିଯୁକ୍ତି ଏବଂ ସମନ୍ୱୟ ବିଭାଗ ମନ୍ତ୍ରୀ ଭାବେ ବିପରୀତ ପରିସ୍ଥିତି ତଥା ବିଚାରଧାରାରେ ରହି ମନଯୋଗ ସହକାରେ ମନ୍ତ୍ରୀ ପଦର ଦାୟିତ୍ୱ ନିର୍ବାହ କରିଛି। ହେଲେ ଦଳିତ, ପଛୁଆବର୍ଗ, କୃଷକ, ବେକାର ଯୁବକ ଏବଂ କ୍ଷୁଦ୍ର ତଥା ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ଚରମ ଅବହେଳା କାରଣରୁ ମୁଁ ଉତ୍ତର ପ୍ରଦେଶ କ୍ୟାବିନେଟରୁ ଇସ୍ତଫା ପ୍ରଦାନ କରୁଛି।  

ଦଳରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସାମିଲେ ହେବା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ  ଅଖିଲେଶ ଯାଦବ ଟ୍ୱିଟ କରି କହିଛନ୍ତି ସମତା-ସମାନତା ପାଇଁ ସଂଗ୍ରାମ କରୁଥିବା ଲୋକପ୍ରିୟ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ତାଙ୍କ ସହ ଆସିଥିବା ଅନ୍ୟ ସମସ୍ତ ନେତା, କର୍ମୀ ଏବଂ ସମର୍ଥକଙ୍କୁ ଦଳ ପକ୍ଷରୁ ସ୍ୱାଗତ କରୁଛି। ସାମାଜିକ ନ୍ୟାୟର ଏକ ବିପ୍ଳବ ହେବ। ୨୦୨୨ ନିର୍ବାଚନରେ ପରିବର୍ତ୍ତନ ହେବ। 

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦୀର୍ଘ ଦିନ ଧରି ଦଳ ବିରୁଦ୍ଧରେ ନାରାଜ ହୋଇଉଠିଥିଲେ। ସେ ନିଜ ଲାଗି, ପୁଅ ପାଇଁ ଏବଂ ତାଙ୍କର ଅନେକ ସମର୍ଥକଙ୍କ ପାଇଁ ଟିକେଟ୍ ମାଗୁଥିଲେ। ମାତ୍ର ଏହାକୁ ବିଜେପି ପକ୍ଷରୁ ଖାରଜ କରି ଦିଆଯାଇଥିଲା। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ ନାଁ ନାହିଁ ତାହା ନିଶ୍ଚିତ ନଥିଲା। ତାଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ବର୍ତ୍ତମାନ ଉତ୍ତର ପ୍ରଦେଶ ବଦାଁୟୁ ଲୋକସଭା ଆସନର ସାଂସଦ ଅଛନ୍ତି।  

Also Read: UP Poll 2022: ଏକୁଟିଆ ହୋଇଯାଇଛନ୍ତି Akhilesh Yadav! ସାମ୍ନାରେ ରହିଛି ଜବରଦସ୍ତ ଆହ୍ୱାନ

ଏନେଇ ବିଜେପି ପକ୍ଷରୁ ତାଙ୍କୁ କୁହାଯାଇଥିଲା ଆପଣଙ୍କ ଝିଅ ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ଆପଣ ଏହାକୁ ଜାରି ରଖିପାରନ୍ତି। ଏଭଳି ପରିସ୍ଥିତିରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପାଖରେ ଇସ୍ତଫା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା।

ଦଳ ଛାଡ଼ିବା ପ୍ରସଙ୍ଗରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଟାର୍ଗେଟ କରି ବିଜେପି ନେତା ଗୌରବ ଭାଟିଆ ଟ୍ୱିଟ୍ କରି ତାଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ ଲେଖିଛନ୍ତି 'କେଶବ ପ୍ରସାଦ ମୌର୍ଯ୍ୟ= ସୂର୍ଯ୍ୟ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ= ଅନ୍ଧକାର'।