ପରାଜୟ ପରେ ନିଜକୁ କାହିଁକି ନେଉଳ କହିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ?
Advertisement
Article Detail0/zeeodisha/odisha1123157

ପରାଜୟ ପରେ ନିଜକୁ କାହିଁକି ନେଉଳ କହିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ?

ମୁଁ ନିର୍ବାଚନ ​​ହାରିଛି ହେଲେ ସାହସ ହାରିନାହିଁ। 

ପରାଜୟ ପରେ ନିଜକୁ କାହିଁକି ନେଉଳ କହିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା ପରାଜୟ ପରେ ପୁଣି ଥରେ ବିବାଦୀୟ ବୟାନ କାରଣରୁ ଚର୍ଚ୍ଚାର ପରିସରକୁ ଆଣିଛନ୍ତି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଏହି ନିର୍ବାଚନରେ ସେ ରାଜ୍ୟର କୁଶୀନଗର ଜିଲ୍ଲାରେ ଅବସ୍ଥିତ ଫାଜିଲନଗର ଆସନରୁ ସମାଜବାଦୀ ମେଣ୍ଟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ କରିଛନ୍ତି।

ନିଜ ବୟାନ ଉପରେ ମତ ରଖି ନିଜକୁ ନେଉଳ ବୋଲି କହିଛନ୍ତି ସ୍ୱାମୀ ପ୍ରସାଦ ମୌଯ୍ୟ (Swami Prasad Maurya)। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ନିଜକୁ ନେଉଳ ବୋଲି କହିବା ସହ ବିରୋଧି ବିଜେପିକୁ ସାପ ବୋଲି କଟାକ୍ଷ କରିଥିଲେ। ଏନେଇ ସେ କହିଥିଲେ ନାଗ ରୂପୀ ଆରଏସଏସ ଏବଂ ବିଜେପି ରୂପୀ ସାପକୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଉତ୍ତର ପ୍ରଦେଶରେ ଶେଷ କରିବା ପରେ ହିଁ ନିଶ୍ୱାସ ନେବ।

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର କୁଶୀନଗର ଜିଲ୍ଲାରେ ଅବସ୍ଥିତ ଫାଜିଲନଗର ଆସନରୁ ସମାଜବାଦୀ ମେଣ୍ଟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ହେଲେ ତାଙ୍କୁ ତାଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର କୁମାର କୁଶୱାହା ୪୫ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। କୁଶୱାହାଙ୍କୁ ୧ ଲକ୍ଷ ୧୬ ହଜାର ୨୯ ଖଣ୍ଡ ଭୋଟ ମିଳିଥିବା ବେଳେ ମୌର୍ଯ୍ୟଙ୍କୁ ୭୧ ହଜାର ୧୫ ଖଣ୍ଡ ଭୋଟ ମିଳିଛି।  

Also Read: UP Election 2022: ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କ ବିରୋଧରେ ଦାଏର ହେଲା ମାମଲା

ନିର୍ବାଚନ ପରାଜୟ ଉପରେ ପ୍ରତିକ୍ରିୟା ରଖି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ମୁଁ ଏହାକୁ ସ୍ୱୀକାର କରିଛନ୍ତି। ମୁଁ ନିର୍ବାଚନ ​​ହାରିଛି ହେଲେ ସାହସ ହାରିନାହିଁ। ଆମେ ଉଠାଇଥିବା ପ୍ରସଙ୍ଗ ବର୍ତ୍ତମାନ ମଧ୍ୟ ଅଛି। ଭବିଷ୍ୟତରେ ମୁଁ ମଧ୍ୟ ଜନସାଧାରଣଙ୍କ ପ୍ରସଙ୍ଗ ଉଠାଇବି। ଆମେ ଜନାଦେଶକୁ ସମ୍ମାନ କରୁ। 

Also Read: ବିଜେପି ଛାଡି଼ ସମାଜବାଦୀ ପାର୍ଟିରେ ଯୋଗ ଦେଲେ ବିଦ୍ରୋହୀ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ପ୍ରଥମ ପାଳି ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କେବଳ ରାଜନୈତିକ ରଣନୀତି ଭାବରେ ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରିନାହାଁନ୍ତି, ବରଂ ତାଙ୍କର ପାରମ୍ପାରିକ ଆସନ ପଡରୌନା ଛାଡି ଫାଜିଲନଗର ପଳାୟନ କରିଥିଲେ। ହେଲେ ସେଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁମାର କୁଶୱାୱା ପରାସ୍ତ କରିଥିଲେ। ତାଙ୍କ ପରାଜୟରେ ପୂର୍ବତନ ଜିଲ୍ଲା ସମାଜବାଦୀ ପାର୍ଟି ସଭାପତି ଇଲିୟାସ ଅନସାରୀଙ୍କ ବିଦ୍ରୋହୀ ଭୂମିକା ଏହାର ମୁଖ୍ୟ କାରଣ ବୋଲି ବିଶ୍ୱାସ କରାଯାଏ।

Also Read: UP Poll 2022: BJP କୁ ଲାଗିଲା ଝଟକା, ଦଳ ଛାଡି଼ଲେ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ଛାଡିଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ସମାଜବାଦୀ ପାର୍ଟି ହାତ ଧରିବା ପରେ ପ୍ରତିକ୍ରିୟା ରଖି ସେ କହିଥିଲେ ବିଜେପି ଦଳିତ ଏବଂ ପଛୁଆବର୍ଗଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ନେଇ ଅଭିଯୋଗ ଆଣିଥିଲେ ସେ।