ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଆସନ୍ତା ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଯୋଗୀ। ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କୁ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ଏହା ବ୍ୟତୀତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ପଠାଯିବ। 


COMMERCIAL BREAK
SCROLL TO CONTINUE READING

ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଆନ୍ତଃର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ ଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳର ଶପଥ ଗ୍ରହଣ ଅନୁଷ୍ଠିତ ହେବ। ଏହି ସମାରୋହ ପ୍ରାୟ ୪୫ ହଜାର ଲୋକଙ୍କ ସମେତ ୨୦୦ VVIP ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।  


ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ୱିତୀୟ ପାଳି କ୍ୟାବିନେଟ ସହାୟତାରେ ବିଜେପି ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଚଳାଇଛି। ଆଗାମୀ ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ବିଜେପି ଏପରି ନେତାଙ୍କୁ କ୍ୟାବିନେଟରେ ଅନ୍ତର୍ଭୂକ୍ତ କରିବାକୁ ଚାହୁଁଛି ଯାହା ମାଧ୍ୟମରେ ଦଳ ଜନସମର୍ଥନ ସହ ଅଧିକ ଆସନ ହାତେଇ ପାରିବ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ବିଜେପି। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। 


Also Read: କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?


ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ। କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଉତ୍ତର ପ୍ରଦେଶ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଅନ୍ୟପଟେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳୁଛନ୍ତି ଯୋଗୀ ଆଦିତ୍ୟନାଥ। 


ହେଲେ ୨୦୨୨ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ପ୍ରାୟ ସପ୍ତାହେ ପୂରଣ ହୋଇଯାଇଥିଲେ ବିଜେପି ଶାସିତ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରିନଥିବାରୁ ଏହାକୁ ନେଇ ଉଠୁଥିଲା ଅନେକ ପ୍ରଶ୍ନ। ଜ୍ୟୋତିଷ ଶାସ୍ତ୍ର ଉପରେ ଭରସା ରଖୁଥିବା ବିଜେପି ମାର୍ଚ୍ଚ ୧୭ ତାରିଖରେ ପଡିଥିବା ହୋଲାଷ୍ଟକ କାରଣରୁ ଶପଥ ଗ୍ରହଣ ଉତ୍ସବକୁ ଘୁଞ୍ଚାଇ ଦେଇଛି। ଭାରତୀୟ ରୀତିନୀତି ଏବଂ ଧାର୍ମିକ ପରମ୍ପରା ଅନୁସାରେ ହୋଲାଷ୍ଟକ ତିଥିକୁ ଅଶୁଭ ବୋଲି ବିବେଚନା କରାଯାଏ। 


Also Read: UP Assembly Election 2022: କେଉଁ ଦିନ ସରକାର ଗଠନ କରିବ ବିଜେପି?


ଭାରତୀୟ ପରମ୍ପରାରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଭଲ କାର୍ଯ୍ୟକାଳ ଶୁଭ ମୁହୂର୍ତ୍ତ ଆବଶ୍ୟକ। ଅଧିକାଂଶ ଲୋକ ଏହା ଉପରେ ବିଶ୍ୱାସ କରିଥାନ୍ତି। ଏନେଇ ସମୟ ଗଣନା ମଧ୍ୟ କରାଯାଇଥାଏ। ବିଭିନ୍ନ ଦିନରେ ସମୟରେ ଶୁଭ ମୁହୂର୍ତ୍ତ ଭିନ୍ନ ଭିନ୍ନ ହୋଇଥାଏ। ଏହାକୁ ନଜରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ତାରିଖ ବର୍ତ୍ତମାନ ସ୍ଥିର ହୋଇଛି।