UP Assembly Election 2022: କେଉଁ ଦିନ ସରକାର ଗଠନ କରିବ ବିଜେପି?
Advertisement

UP Assembly Election 2022: କେଉଁ ଦିନ ସରକାର ଗଠନ କରିବ ବିଜେପି?

ଏହି ନିର୍ବାଚନରେ ଦଳ ପ୍ରଚଣ୍ଡ ବହୁମତ ହାସଲ କରିଥିଲେ ମଧ୍ୟ ସରକାର କିମ୍ବା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ବିଜେପି ନେତୃବୃନ୍ଦ। 

UP Assembly Election 2022: କେଉଁ ଦିନ ସରକାର ଗଠନ କରିବ ବିଜେପି?

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଏହି ନିର୍ବାଚନରେ ଦଳ ପ୍ରଚଣ୍ଡ ବହୁମତ ହାସଲ କରିଥିଲେ ମଧ୍ୟ ସରକାର କିମ୍ବା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ବିଜେପି ନେତୃବୃନ୍ଦ। ଏନେଇ ରାଜଧାନୀ ଲକ୍ଷ୍ନୌ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ମନ୍ଥନ। 

ସଦ୍ୟ ମିଳିଥିବା ଖବର ମୁତାବକ ହୋଲି ପରେ ମାର୍ଚ୍ଚ ୨୦, ୨୧ କିମ୍ବା ୨୨ ତାରିଖରେ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ। ଏହି ଦିନ ତାଙ୍କ ସହ ଶପଥ ନେଇ ପାରେ ତାଙ୍କର ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ। ଏଥର କ୍ୟାବିନେଟରେ ଜାତିଗତ ସମୀକରଣକୁ କିପରି ସୁଦୃଢ କରାଯିବ ସେନେଇ ଚାଲିଛି ବିଚାର ବିମର୍ଶ। ଦଳ ବିଶ୍ୱାସ କରେ ଯେ ଏଥର କ୍ୟାବିନେଟ ଗତ ଥର ଅପେକ୍ଷା ଭିନ୍ନ ଦୃଶ୍ୟମାନ ହୋଇପାରେ। ଏହାକୁ ନଜରରେ ରଖି କ୍ରମାଗତ ଭାବେ ବୈଠକ ଚାଲିଛି।

Also Read: ଏହି ଦିନ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

କ୍ୟାବିନେଟ ଗଠନ ସମ୍ପର୍କରେ କରାଯାଉଥିବା ଯୋଜନାରେ ଜାତିଗତ ସମୀକରଣ ଉପରେ ମଧ୍ୟ ନଜର ରଖାଯାଇଛି। କେଉଁ ଜାତିର କେତେଜଣ ମନ୍ତ୍ରୀ ରହିବା ଉଚିତ୍ ସେନେଇ ଚାଲିଛି ଚର୍ଚ୍ଚା। ଏହା ବ୍ୟତୀତ ମନ୍ତ୍ରୀମଣ୍ଡଳରେ ମହିଳା ବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଯାଉଛି। ବିଜେପି ବିଶ୍ୱାସ କରେ ଯେ ୨୦୨୨ ବିଧାନସଭା ନିର୍ବାଚନରେ ବିଭିନ୍ନ ବର୍ଗର ​​ମହିଳାଙ୍କ ଭୋଟ ଦଳକୁ ମିଳିଛି। ସେମାନଙ୍କୁ ସଠିକ୍ ଭାବରେ ପ୍ରତିନିଧିତ୍ୱ ପ୍ରଦାନ କରାଯିବା ଆବଶ୍ୟକ। 

ଏହା ବ୍ୟତୀତ କ୍ୟାବିନେଟରେ ଆଞ୍ଚଳିକ ସମୀକରଣ ତଥା ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏଥର କ୍ୟାବିନେଟ ଗଠନ କରିବା ବେଳେ ମନ୍ତ୍ରୀ ପଦ ପାଇବାକୁ ଯଉଥିବା ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୈଷୟିକ ପ୍ରସଙ୍ଗରେ ସେମାନେ କେତେ ଉନ୍ନତ ଅଛନ୍ତି ତାହାକୁ ଏକ ଆଧାର ଭାବେ ଗଣାଯିବ।  

ମୋଟାମୋଟି ଭାବେ ଏଥର ଦ୍ୱିତୀୟ ପାଳି ସରକାରର ମନ୍ତ୍ରୀମଣ୍ଡଳରେ ବିଜେପି ପଛୁଆ ବର୍ଗ, ମହିଳା, ଅନୁସୂଚିତ ଜାତି, ଜାତିଗତ ଏବଂ ଆଞ୍ଚଳିକ ସମୀକରଣ, ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି କ୍ୟାବିନେଟ ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। 

Also Read: UP Election 2022: BJP ବିଜୟ ପରେ ପଦରୁ ଇସ୍ତଫା ଦେଲେ CM Yogi Adityanath

ହୋଲି ପରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌ ଗସ୍ତ କରି ଦଳୀୟ ବିଧାୟକଙ୍କ ମତାମତ ନେବା ପରେ ସରକାର ଗଠନ କରିବା ଲାଗି ରଣନୀତି ପ୍ରସ୍ତୁତ କରିବେ। ଏହା ମଧ୍ୟ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ମାର୍ଚ୍ଚ ୨୦-୨୨ ତାରିଖ ମଧ୍ୟରେ ତାଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।