Birthday of PM Modi: ଆସନ୍ତାକାଲି ନିଜର ୭୩ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯୫୦ ମସିହା ସେପ୍ଟମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏ ଦେଶ ସ୍ୱାଧିନ ହେବା ପରେ ଜନ୍ମଗ୍ରହଣ କରିଛନ୍ତି।  


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ସ୍ୱତନ୍ତ୍ର ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (PM Modis Birthday)। ଏନେଇ ତାମିଲନାଡୁ ବିଜେପି (Tamilnadu BJP) ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଘୋଷଣା। ସେପ୍ଟମ୍ବର ୧୭ ତାରିଖ  ଜନ୍ମଗ୍ରହଣ କରୁଥିବା ଶିଶୁଙ୍କୁ ସୁନା ମୁଦି ଶିଶୁଙ୍କୁ ଉପହାରରେ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ। ଏନେଇ କେନ୍ଦ୍ର ମତ୍ସ୍ୟ ପାଳନ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏଲ୍.ମୁରୁଗାନ୍ (Union Minister L Murugan) ଗୁରୁବାର କହିଛନ୍ତି ଯେ ଆମେ ଚେନ୍ନାଇ ଠାରେ ଥିବା ସରକାରୀ ଆରଏସଆର ଡାକ୍ତରଖାନାକୁ ଚିହ୍ନଟ କରିଛୁ ଏବଂ ନିଷ୍ପତ୍ତି ନେଇଛୁ ଯେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ପିଲାଙ୍କୁ ସୁନା ମୁଦି ଉପହାରରେ ପ୍ରଦାନ କରାଯିବ।


ଏହି ମୁଦି ପ୍ରାୟ ୨ ଗ୍ରାମ ସୁନାରେ ତିଆରି ହେବ। ଏହା ସହିତ ଏହାର ମୂଲ୍ୟ ପାଖାପାଖି ୫ ହଜାର ଟଙ୍କା ହେବ। ତାମିଲନାଡୁ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଆରଏସଆର ଡାକ୍ତରଖାନାରେ ପ୍ରାୟ ୧୦-୧୫ ପ୍ରସବ ହେବା ନେଇ ଅନୁମାନ କରିଛି।  ନବଜାତ ଶିଶୁଙ୍କୁ ସୁନା ମୁଦି ଉପହାରରେ ଦେବା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଏଲ୍.ମୁରୁଗାନ୍ କହିଛନ୍ତି ଯେ, ଏହା କୌଣସି ମାଗଣା ଉପହାର ପ୍ରଦାନ ନୁହେଁ। କେବଳ ସେହି ଦିନ ଅର୍ଥାତ ୧୭ ସେପ୍ଟମ୍ବରରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ୱାଗତ କରି ଆମେ ଆମର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛୁ। କେବଳ ମୁଦି ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଅନ୍ୟ ଯୋଜନା ସହିତ ବିଜେପି ୭୨୦ କିଲୋଗ୍ରାମ ମାଛ ବଣ୍ଟନ କରିବ ବୋଲି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। 


Also Read: Blood Donation Drive: ରକ୍ତ ନେଇଯିବେ ନରେନ୍ଦ୍ର ମୋଦି! ଜାଣନ୍ତୁ କାରଣ


ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଦ୍ୱାରା ପଠାଯାଇଥିବା ୩ ପୃଷ୍ଠାର ଚିଠି ଅନୁଯାୟୀ ସମସ୍ତ ରାଜ୍ୟକୁ ପୂର୍ବ ବର୍ଷ ଆୟୋଜିତ ହୋଇଥି୍ବା କାର୍ଯ୍ୟକ୍ରମ ପରି ଏହି ଉତ୍ସବକୁ ସେବା ସପ୍ତାହ ଭାବେ ପାଳନ କରିବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମ ଅଧିନରେ  ରକ୍ତଦାନ ଏବଂ ଚିକିତ୍ସା ଶିବିର ଆୟୋଜନ ଅନ୍ତର୍ଭୂକ୍ତ ରହିଛି। ବିଜେପି  ନେତୃତ୍ୱ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ନା କୌଣସି କେକ୍ କଟାଯିବ ନା କୌଣସି ଯଜ୍ଞ କରାଯିବ।  


ଅନ୍ୟପଟେ ଦିଲ୍ଲୀସ୍ଥିତ ଏକ ରେସ୍ତୁରାଁ ମାଲିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ଏକ ସ୍ୱତନ୍ତ୍ର ଥାଳି' ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। କନ୍ନୌଟ୍ ପ୍ଲେସ ଠାରେ ଥିବା ARDOR 2.0 ରେସ୍ତୁରାଁ ଠାରେ ଏକ ୫୬ ଡିସ ରହିଥିବା ଥାଳି ପ୍ରଦାନ କରାଯିବ। ଗ୍ରାହକ ଉଭୟ ଆମିଷ-ନିରାମିଷ ଥାଳିରେ ଏହି ବିକଳ୍ପ ପାଇବେ। ରେସ୍ତୁରାଁ ମାଲିକ ସୁମିତ କଲାରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତି ମୋର ବହୁତ ସମ୍ମାନ ରହିଛି। ସେ ଆମ ଦେଶର ଗର୍ବ। ଆମେ ତାଙ୍କ ଜନ୍ମଦିନରେ କିଛି ସ୍ୱତନ୍ତ୍ରୀ ଉପହାର ଦେବାକୁ ଚାହୁଁଛୁ। ଆମେ ଏହି ଥାଳି ଲଞ୍ଚ କରିବାକୁ ସ୍ଥିର କରିଛୁ। ଆମେ ଏହାର ନାମ "୫୬ ଇଞ୍ଚ ମୋଦୀ ଜୀ' ରଖିଛୁ। ଆମେ ତାଙ୍କୁ ଏହି ପ୍ଲେଟ ଉପହାର ଦେବାକୁ ଚାହୁଁଛୁ।  ଆମ ଚାହୁଁଛୁ ଯେ ସେ ଏଠାକୁ ଏହି ଥାଳି ଖାଆନ୍ତୁ। ହେଲେ ସୁରକ୍ଷାଗତ କାରଣରୁ ଆମେ ଏହା କରିପାରିବୁ ନାହିଁ। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଯେଉଁମାନେ ତାଙ୍କୁ ଅତି ଭଲ ପାଆନ୍ତି।