Blood Donation Drive: ରକ୍ତ ନେଇଯିବେ ନରେନ୍ଦ୍ର ମୋଦି! ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1351491

Blood Donation Drive: ରକ୍ତ ନେଇଯିବେ ନରେନ୍ଦ୍ର ମୋଦି! ଜାଣନ୍ତୁ କାରଣ

National Voluntary Blood Donation Day: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିର ଅଭିଯାନରେ ଏକ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ରକ୍ତଦାନ ସମ୍ପର୍କିତ ତଥ୍ୟ ଲାଇଭ ଅପଡେଟ କରାଯିବ।  

Blood Donation Drive: ରକ୍ତ ନେଇଯିବେ ନରେନ୍ଦ୍ର ମୋଦି! ଜାଣନ୍ତୁ କାରଣ

Blood Donation Campaign: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ନିଶ୍ଚୟେ। ହେଲେ ଏହା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ସେପ୍ଟମ୍ବର ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଚଳିତ ୭୩ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି। ତାଙ୍କର ଜନ୍ମଦିନ ଦିନ ଅବସରରେ ଆୟୋଜିତ ହେଉଛି ଏକ ରକ୍ତଦାନ ଶିବିର। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିର ଅଭିଯାନରେ ଏକ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ରକ୍ତଦାନ ସମ୍ପର୍କିତ ତଥ୍ୟ ଲାଇଭ ଅପଡେଟ କରାଯିବ।  

ରକ୍ତଦାନ ଅମୃତ ମହୋତ୍ସବ (Blood Donation Drive) ଆରୋଗ୍ୟ ସେତୁ ପୋର୍ଟାଲ (Aarogya Setu Portal) ଜରିଆରେ ସ୍ୱେଚ୍ଛାକୃତ ରକ୍ତଦାନ (Voluntary Blood Donation) ଶିବିର ଲାଗି ପଞ୍ଜୀକରଣ କରାଯିବ। ଯାହା ମାଧ୍ୟମରେ ଲୋକଙ୍କୁ ରକ୍ତ ଦାନ କରିବାକୁ ଏବଂ ମାନବିକତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଅଭିଯାନର ଏକ ଅଂଶ ହେବାକୁ ଆହ୍ୱନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ପକ୍ଷରୁ ଏହି ଅଭିଯାନ ସମ୍ପର୍କରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପତ୍ର ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଏହି ଅଭିଯାନ ଜାତୀୟ ସ୍ବେଚ୍ଛାସେବୀ ରକ୍ତ ଦାନ ଦିବସ (National Voluntary Blood Donation Day) ଅର୍ଥାତ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ଜାରି ରହିବ। ଯେ କୌଣସି ସୁସ୍ଥ ବ୍ୟକ୍ତି ଯାହାର ବୟସ ୧୮ ବର୍ଷରୁ ଅଧିକ, ଏହି ଅଭିଯାନରେ ଯୋଗ ଦେଇ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିପାରିବେ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇ-ରକ୍ତକୋଷ ପୋର୍ଟାଲ (E-Raktkosh Portal) ଜରିଆରେ ବ୍ଲଡ ବ୍ୟାଙ୍କ (Blood Bank) ପଞ୍ଜୀକୃତ କରିବା ଏବଂ ରକ୍ତ ଦାନ ସମ୍ପର୍କିତ ତଥ୍ୟ ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଏବଂ ବେସରକାରୀ ବ୍ଲଡ ବ୍ୟାଙ୍କ ଠାରେ ଉପଲବ୍ଧ ବ୍ଲଡ ଗ୍ରୁପ୍ (Blood Group) ଅନୁଯାୟୀ, ଇ-ରକ୍ତକୋଷ ପୋର୍ଟାଲ ଜରିଆରେ କେତେ ପରିମାଣର ରକ୍ତ ଉପଲବ୍ଧ ରହିଛି ତାହା ପ୍ରଦର୍ଶିତ କରାଯିବ। ସାଧାରଣ ଲୋକମାନେ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ରକ୍ତର ଉପଲବ୍ଧତା ବାବଦରେ ଜାଣିପାରିବେ। ଏହି ପୋର୍ଟାଲ ଲିଙ୍କ୍ ଆରୋଗ୍ୟ ସେତୁ ଆପ (Aarogya Setu App) ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ।

Also Read: PM Modi: 'ଭାରତ ଇତିହାସରୁ ସବୁଦିନ ପାଇଁ ଲିଭିଗଲା ରାଜପଥ'

ଯଦି କ୍ଷମତା ଠାରୁ ଅଧିକ ଲୋକ ବ୍ଲଡ ବ୍ୟାଙ୍କ ଆସନ୍ତି ଏବଂ ସେମାନେ ରକ୍ତ ଦେବାରେ ଅସମର୍ଥ ହୁଅନ୍ତି, ସେମାନଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ସେମାନଙ୍କର ତଥ୍ୟ ସଂଗ୍ରହ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ରକ୍ତଦାନ ପାଇଁ ଫୋନ କରି ଡକାଯିବ।

ପ୍ରାୟ ୩୫୦ ମିଲି ରକ୍ତରେ ୩ ଜଣଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଦେଶରେ ପ୍ରତି ୨ ସେକେଣ୍ଡରେ ଜଣେ ବ୍ୟକ୍ତି ରକ୍ତ ଆବଶ୍ୟକ କରିଥାନ୍ତି। କୋରୋନା ସମୟରେ ୧ କୋଟି ୪୬ ଲକ୍ଷ ୟୁନିଟ୍ ରକ୍ତ ଆବଶ୍ୟକତା ରହିଥିଲା। ମାତ୍ର କେବଳ ୧ କୋଟି ୨୫ ଲକ୍ଷ ୟୁନିଟ ରକ୍ତ ଉପଲବ୍ଧ ହୋଇଥିଲା। ଦେଶରେ ସରକାରୀ ଏବଂ ବେସରକାରୀ ସମେତ ପ୍ରାୟ ୩୯୦୦ ବ୍ଲଡ ବ୍ୟାଙ୍କ ରହିଛି। ହେଲେ ଏହି ବ୍ଲଡ ବ୍ୟାଙ୍କ ରେ ମଧ୍ୟ ରକ୍ତ ଅଭାବ ଦେଖାଦେଇଛି। ଏହାକୁ ନଜରରେ ରଖି ଦେଶର ସମସ୍ତ ବ୍ଲଡ ବ୍ୟାଙ୍କ କୁ ଏହି ପୋର୍ଟାଲ ଜରିଆରେ ଯୋଗଦେବାକୁ କୁହାଯାଉଛି।