Assam CM on Madrassa: ଦେଶର ସମସ୍ତ ବିଦ୍ୟାଳୟରେ ସମାନ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା। ଏନେଇ ସେ କହିଛନ୍ତି ବର୍ତ୍ତମାନ 'ମଦ୍ରାସା' ଶବ୍ଦର ଅସ୍ତିତ୍ୱ ସମ୍ପୂର୍ଣ୍ଣ ରୂପେ ହଟାଯିବା ଆବଶ୍ୟକ। ଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଡାକ୍ତର, ଇଞ୍ଜିନିୟର, ପ୍ରଫେସର ଏବଂ ବୈଜ୍ଞାନିକ ହେବା ପାଇଁ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ଆବଶ୍ୟକ।


COMMERCIAL BREAK
SCROLL TO CONTINUE READING

ଯେପର୍ଯ୍ୟନ୍ତ ମଦ୍ରାସା ଶବ୍ଦ ରହିବ ସେ ପର୍ଯ୍ୟନ୍ତ ପିଲା ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ଚିନ୍ତା କରିପାରିବେ ନାହିଁ। ଯଦି ଆପଣ ପିଲାଙ୍କୁ କୁହନ୍ତି ଯେ ମାଦ୍ରାସା ଠାରେ ପାଠ ପଢିଲେ ସେମାନେ ଡାକ୍ତର କିମ୍ବା ଇଞ୍ଜିନିୟର ହୋଇପାରିବେ ନାହିଁ। ଏକଥା ଶୁଣିବା ପରେ ସେମାନେ ନିଜେ ମଦ୍ରାସା ଯିବାକୁ ମନା କରିଦେବେ।


ପିଲାଙ୍କର ମାନବାଧିକାର ଉଲ୍ଲଂଘନ କରାଯାଇ ସେମାନଙ୍କୁ  ମାଡ୍ରାସା ଠାରେ ଭର୍ତ୍ତି କରାଯାଉଛି। ବିଦ୍ୟାଳୟରେ ବିଜ୍ଞାନ, ଇଂରାଜୀ, ଗଣିତ ପରି ବିଷୟ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ବିଦ୍ୟାଳୟରେ ସାଧାରଣ ଶିକ୍ଷା ରହିବା ଉଚିତ୍। ଘରେ ଧାର୍ମିକ ଶିକ୍ଷା ଦିଆଯାଇପାରେ। ହେଲେ ବିଦ୍ୟାଳୟରେ ପିଲା ଡାକ୍ତର, ଇଞ୍ଜିନିୟର୍, ପ୍ରଫେସର ଏବଂ ବୈଜ୍ଞାନିକ ହେବା ପାଇଁ ଅଧ୍ୟୟନ କରିବା ଆବଶ୍ୟକ। ପିଲାଙ୍କୁ ଘରେ ମଧ୍ୟ କୁରାନ ବାବଦରେ ଶିକ୍ଷା ଦିଆଯାଇ ପାରିବ।


Also Read: କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'


ମଦ୍ରାସା ଠାରେ ପଢୁଥିବା ଛାତ୍ର ବହୁତ ପ୍ରତିଭାଶାଳୀ ହୋଇଥାନ୍ତି। କୁରାନ ସହ ଜଡ଼ିତ ପ୍ରତ୍ୟେକ ଶବ୍ଦ ବାବଦରେ ସେମାନେ ଅବଗତ ରହିଥାନ୍ତି। ଏହାର ଜବାବ ରଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା କହିଛନ୍ତି ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ। କୌଣସି ମୁସଲମାନ ଭାରତ ବର୍ଷରେ ଜନ୍ମ ହୋଇନାହାଁନ୍ତି। ଦେଶରେ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ଥିଲେ। ଯଦି କୌଣସି ମୁସଲିମ ପିଲା ବହୁତ ମେଧାବୀ ହୋଇଥାନ୍ତି ତାହେଲେ ଏହାର ଆଂଶିକ ଶ୍ରେୟ ସେମାନଙ୍କ ହିନ୍ଦୁ ଅତୀତକୁ ଦିଆଯିବା ଆବଶ୍ୟକ।।


ରାଜ୍ୟ ଜନସଂଖ୍ୟାର ୩୬% ପ୍ରତିଶତ ହେଉଛନ୍ତି ମୁସଲମାନ। ସେମାନେ ୩ ଭାଗରେ ବିଭକ୍ତ। ଯଥା ସ୍ୱଦେଶୀ ମୁସଲମାନ ଯାହାର ସଂସ୍କୃତି ଆମ ସହ ସମାନ। ଧର୍ମାନ୍ତରିତ ମୁସଲମାନ ଆମେ ସେମାନଙ୍କୁ ଦେଶୀ ମୁସଲିମ କହିଥାଉ। କାରଣ ସେମାନଙ୍କ ଘର ଅଗଣାରେ  ତୁଳସୀ ଗଛ ରହିଥାଏ। ବିସ୍ଥାପିତ ମୁସଲିମ ଯିଏ ନିଜକୁ ମିୟାଁ ମୁସଲମାନ କହିଥାନ୍ତି।   


Also Read: ସରକାରୀ ଅର୍ଥରେ ପଢାଯିବନି କୁରାନ, ନଭେମ୍ବରରୁ ଆସାମରେ ବନ୍ଦ ହେବ ସରକାରୀ ମଦ୍ରାସା!


ଧର୍ମନିରପେକ୍ଷ ଶିକ୍ଷା ବ୍ୟବସ୍ଥାରେ ଆଗକୁ ବଢାଇ ରାଜ୍ୟର ସମସ୍ତ ସରକାରୀ ମଦ୍ରାସା କୁ ବିଲୋପ କରି ସାଧାରଣ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ଆସାମ ସରକାର। ହେଲେ ଏହି ମାମଲା ଗୌହାଟି ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।