ମେଣ୍ଟ ସହଯୋଗୀକୁ ଭୋଟ ନଦେବାକୁ ଅନୁରୋଧ କଲେ Assam ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1105499

ମେଣ୍ଟ ସହଯୋଗୀକୁ ଭୋଟ ନଦେବାକୁ ଅନୁରୋଧ କଲେ Assam ମୁଖ୍ୟମନ୍ତ୍ରୀ

ମେଣ୍ଟ ସହଯୋଗୀ ଏନପିପି ଦଳକୁ ଭୋଟ ନଦେବାକୁ ଅନୁରୋଧ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। 

ମେଣ୍ଟ ସହଯୋଗୀକୁ ଭୋଟ ନଦେବାକୁ ଅନୁରୋଧ କଲେ Assam ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି କରାଯାଉଥିବା ଦଳୀୟ ପ୍ରଚାର ସମୟରେ ବିଭିନ୍ନ ଦଳର ତାରକା ପ୍ରଚାରକ ନିଜ ଦଳ ଅଥବା ସହଯୋଗୀ ଦଳ ପାଇଁ କରିଥାନ୍ତି ଭୋଟ ଭିକ୍ଷା। ହେଲେ ସଦ୍ୟ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମଷ ମେଣ୍ଟ ସହଯୋଗୀ ଦଳକୁ ଭୋଟ ନଦେବାକୁ ଅନୁରୋଧ କରିଛନ୍ତି ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ।

ଦେଶର ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ (Manipur Assembly Election 2022) ଲାଗି ଶାସକ ଦଳ ବିଜେପି (BJP) ପକ୍ଷରୁ ପ୍ରଚାର କରିବାକୁ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟି (National Peoples Party) ଏନପିପି (NPP) ଦଳକୁ ଥଟ୍ଟା କରିବା ଉଦ୍ଦେଶ୍ୟରେ କହିଛନ୍ତି ​​ଏହାର ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ନାହିଁ। କାରଣ ଏହି ଦଳର କୌଣସି ମୂଲ୍ୟ ନାହିଁ। 

ରାଜ୍ୟର ମୋଇରଙ୍ଗ ବିଧାନସଭା ଆସନରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ଆସାମ ମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ଏନପିପି ସରକାର ନାହିଁ। ଆପଣ ଏନପିପି ମାଧ୍ୟମରେ କେନ୍ଦ୍ର ପାଖରେ କିପରି ପହଞ୍ଚିବେ। ଯଦି ଆପଣ ମଣିପୁରରେ ବିଜେପି ସରକାର ଗଠନ କରନ୍ତି ତାହେଲେ ସିଧାସଳଖ କେନ୍ଦ୍ର ପାଖରେ ପହଞ୍ଚିବେ।  

Also Read: ରାହୁଲ ଗାନ୍ଧୀଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସମ ମୁଖ୍ୟମନ୍ତ୍ରୀ; ତାତି ଉଠିଲା କଂଗ୍ରେସ

ପୂର୍ବୋତ୍ତର ରାଜ୍ୟର ଏହି ନିର୍ବାଚନ ରଣନୀତିକାର ଶର୍ମା କହିଛନ୍ତି ମଣିପୁରରେ ବିଜେପି ଏହାର ଦଳୀୟ ସାମର୍ଥ୍ୟ ବଳରେ ସରକାର ଗଠନ କରିବ। ଏହି ସରକାରରେ ସହଯୋଗୀ ଏନପିପି ଲାଗି କୌଣସି ସ୍ଥାନ ନାହିଁ। ବିଜେପି କାରଣରୁ ମଣିପୁର ସରକାରରେ ଏନପିପି ମନ୍ତ୍ରୀ ନିର୍ବାଚିତ ହୋଇଥିଲେ।

ସମଗ୍ର ପୂର୍ବୋତ୍ତର ଭାରତରେ (North East India) ସରକାର ଗଠନ କରିଥିବା ବିଜେପି ନେତୃତ୍ୱାଧିନ ନର୍ଥ ଇଷ୍ଟ ଡେମୋକ୍ରାଟିକ୍ ଆଲାଏନ୍ସ (North East Democratic Alliance) ଏନଇଡିଏ (NEDA) ମେଣ୍ଟର ଅଂଶୀଦାର ଦଳ ହେଉଛି ଏନପିପି। ଏହି ମେଣ୍ଟର ସଂଯୋଜକ ହେଉଛନ୍ତି ନିଜେ ଆସାମ ମୁଖ୍ୟମନ୍ତ୍ରୀ।