CM KCR targets Modi Govt: ଆସନ୍ତା ବର୍ଷ ହେବାକୁ ଯାଉଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ଦେଶରେ ବିଭାଜନକାରୀ ରାଜନୀତି କରୁଛି। ସାରା ଦେଶରେ ଅଣ-ବିଜେପି ସରକାରକୁ ଗାଦିଚ୍ୟୁଚ କରିବାକୁ ବିଜେପି  ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ କେନ୍ଦ୍ରକୁ ଟାର୍ଗେଟ କରି ସେ କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାରେ ବସିଥିବା ମନ୍ଦ ଲୋକଙ୍କ ବିଦାୟ ପରେ ଦେଶ ତଥା ରାଜ୍ୟ ଭଲ ହୋଇପାରିବ।


COMMERCIAL BREAK
SCROLL TO CONTINUE READING

ରାଜ୍ୟର (Telangana) ରଙ୍ଗାରେଡ୍ଡୀ ଜିଲ୍ଲାରେ (Ranga Reddy District) ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samithi) ଟିଆରଏସ ମୁଖ୍ୟ (TRS President) ତଥା ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ (Telangana Chief Minister) କେ.ଚନ୍ଦ୍ରଶେଖର ରାଓ (K. Chandrashekar Rao) ଅଭିଯୋଗ କରି କହିଛନ୍ତି ଯେ ଗତ ୨୦୧୪ ବର୍ଷରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ବିଭାଜନ (Partition of Undivided Andhra Pradesh) ପରେ ତେଲେଙ୍ଗାନାକୁ ମିଳିବାକୁ ଥିବା କୃଷ୍ଣ ନଦୀ ଜଳ (Krishna River Water) ବାବଦରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ମୋଦି ସରକାରଙ୍କ (Modi Government) ଉଦ୍ଦେଶ୍ୟରେ ପଚାରି ସେ କହିଛନ୍ତି କେନ୍ଦ୍ରରେ ଅଯୋଗ୍ୟ ସରକାର ହଟାଇବା ପରେ ଯାଇ ଆମେ ଉପକୃତ ହୋଇପାରିବୁ। ଆଗାମୀ ଦିନରେ ଆମର ତେଲେଙ୍ଗାନା ମଧ୍ୟ ଜାତୀୟ ରାଜନୀତିରେ (Indian Politics) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆବଶ୍ୟକ। ଜାତୀୟ ରାଜନୀତିରେ ଆମେ ନିଜ ଚେଷ୍ଟା କରିବା ଆବଶ୍ୟକ ନା ନାହିଁ। ଆମେ ଆଗକୁ ବଢିବା ଠିକ ନା ଭୁଲ।


Also Read: KCR Targets PM Modi: ଦେଶରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି


ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR) କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାରେ ବସିଥିବା ମନ୍ଦ ଲୋକଙ୍କ ବିଦାୟ ପରେ ଦେଶର ପ୍ରାୟଶ୍ଚିତ ହୋଇପାରିବ ଏବଂ ସୁବର୍ଣ୍ଣ ତେଲେଙ୍ଗାନା (Golden Telangana) ଗଠନ ହେବ। ସେ କହିଛନ୍ତି ଯେ ତେଲେଙ୍ଗାନା ଦେଶର ଜାତୀୟ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ। ଯାହା ପ୍ରମାଣ କରିବ ଯେ ଧାର୍ମିକ ପାଗଳାମିର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହି ଦେଶରେ କୌଣସି ସ୍ଥାନ ନାହିଁ। ଯେଉଁମାନେ ଲୋକଙ୍କୁ ଭାଗ କରି ସମାଜରେ ଅଶାନ୍ତି ସୃଷ୍ଟି କରିଛନ୍ତି। ଏକ ଗଅଣତାନ୍ତ୍ରିକ ଉପାୟରେ ବିରୋଧ ଦଳର ସରକାରକୁ ଗାଦିଚ୍ୟୁଚ କରିଛନ୍ତି। 


Also Read: ରାଜ୍ୟ ପରେ ଦେଶ ରାଜନୀତିକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ KCR; ବଦଳିବ TRS ନାଁ


ଗତ ଅପ୍ରେଲ ୨୭ ତାରିଖରେ ଦଳର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ ଦଳୀୟ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଜାତୀୟ ରାଜନୀତିକୁ ଆଣିବା ଲାଗି ନିକଟରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ତେଲେଙ୍ଗାନା ବିଦେଶ ବିଭାଗ ଶାଖା ସଂଯୋଜକ ବି.ଗଣେଶ ଏହି ପ୍ରସ୍ତାବ ଆଗତ କରିଥିଲେ। ଯେଉଁଥିରେ ଟିଆରଏସ ଅଧ୍ୟକ୍ଷଙ୍କୁ ସମର୍ଥନ ଦେବା ଲାଗି ଘୋଷଣା ହୋଇଥିଲା। ଏନେଇ ଆୟୋଜିତ ହୋଇଥିବା ବୈଠକରେ ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ତେଲେଙ୍ଗାନା ବାସିନ୍ଦା ଦେଶର ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ବେଶ ଲମ୍ବା ସମୟ ଧରି ଜାତୀୟ ରାଜନୀତିରେ ଅଣ କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପ୍ରୟାସ କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ଦେଶର ତୃତୀୟ ସାମ୍ମୁଖ୍ୟର କୌଣସି ଆବଶ୍ୟକତା ନାହିଁ। ତୃତୀୟ ସାମ୍ମୁଖ୍ୟ ବଦଳରେ ସେ ଏକ ଜାତୀୟ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।