MLA Raja Singh on Telangana Police: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ରାଜ୍ୟର ଗୋସମାହାଲ ବିଧାନସଭା ଆସନର ବିଧାୟକ ରାଜା ସିଂହଙ୍କୁ ଗିରଫ ପୁନର୍ବାର ଗିରଫ କରିଛି ତେଲେଙ୍ଗାନା ପୋଲିସ। ଏହି ମାମଲାରେ ତାଙ୍କୁ ଗତ ୨୩ ତାରିଖ ମଙ୍ଗଳବାର ଗିରଫଦାରୀ ପରେ ଜାମିନ ମିଳିଥିଲା। ହେଲେ ପୁଣି ଥରେ ୨୫ ତାରିଖ ଗୁରୁବାର ତାଙ୍କୁ ପୁଣିଥରେ ଗିରଫ କରିଥିଲା ପୋଲିସ। 


COMMERCIAL BREAK
SCROLL TO CONTINUE READING

ନିଜର ଗିରଫଦାରୀ ପୂର୍ବରୁ ତେଲେଙ୍ଗାନୀ (Telangana) ଗୋସମାହାଲ ବିଧାନସଭା ଆସନର (Goshamahal Assembly Constituency) ବିଧାୟକ ରାଜା ସିଂହ (MLA Raja Singh) ଏକ ଭିଡିଓ ଜାରି କରିଥିଲେ। ସେ ତେଲେଙ୍ଗାନା ପୋଲିସ (Telangana Police) ଉଦ୍ଦେଶ୍ୟରେ ଜୋରଦାର ବର୍ଷିଥିଲେ। ତେଲେଙ୍ଗାନା ପୋଲିସ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ (Hyderabad MP Asaduddin Owaisi) ଓୱେସିଙ୍କ ସଖି କଣ୍ଢେଇ ବୋଲି କହିଛନ୍ତି ସେ। ମୁଁ କାହାକୁ ଭୟ କରିବି ନାହିଁ। ମୁଁ ମରିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଗୋସମାହାଲ ବିଧାୟକ। 


Also Read: Telangana MLA Raja Singh: ବିବାଦୀୟ ବୟାନ ମାମଲାରେ ଗିରଫଦାରୀ ପରେ ମିଳିଲା ଜାମିନ


ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଅଭିଯୋଗରେ ତେଲେଙ୍ଗାନା ପୋଲିସ ନିଲମ୍ବିତ ବିଜେପି ବିଧାୟକ ରାଜ ସିଂହଙ୍କୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା। ଏହା ପୂର୍ବରୁ ଗୁରୁବାର ଦିନ ପୋଲିସ ତାଙ୍କ ବିରୋଧରେ ଦୁଇଟି ପୁରୁଣା ମାମଲାରେ ବିଧାୟକଙ୍କୁ ନୋଟିସ ଜାରି କରିଥିଲା। ଯଦିଓ ବିବାଦୀୟ ବୟାନ ଦେବା ମାମଲାରେ ବିଧାୟକ ରାଜା ସିଂହଙ୍କୁ ଗିରଫ କରିବା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରା ଯାଇଥିଲା। ଶାହିନାଥଗଞ୍ଜ ଏବଂ ମଙ୍ଗଲହାଟ ଥାନା ପକ୍ଷରୁ ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା 41A ଅନୁଯାୟୀ ନୋଟିସ ଜାରି କରା ଯାଇଥିଲା।


ମଙ୍ଗଳହାଟ ଥାନା ବିଧାୟକ ରାଜା ସିଂହଙ୍କ ବିରୋଧରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ସମୟରେ ଭାଇରାଲ ହୋଇଥିବା ଏକ ଭିଡିଓ ଲାଗି ନୋଟିସ ଜାରି କରିଥିଲା। ଯେଉଁଥିରେ ସେ ନିର୍ବାଚନ ବେଳେ ମତାଦାତାଙ୍କୁ ଧମକାଇ ଥିବା ନେଇ ଅଭିଯୋଗ ହୋଇଥିଲା। ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅନ୍ୟପଟେ ଶାହିନାଥଗଞ୍ଜ ଥାନା ଗତ ଅପ୍ରେଲ ମାସରେ ବେଗମ୍ ବଜାରରେ ବିବାଦୀୟ ଭାଷଣ ଦେବା ମାମଲାରେ ଏକ ନୋଟିସ ଜାରି କରିଥିଲା। 


Also Read: Prophet Muhammad Row: ବିଜେପି ବିଧାୟକ ରାଜା ସିଂହଙ୍କ ବୟାନକୁ ନେଇ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ


ବିଧାୟକ ରାଜା ସିଂହଙ୍କ ବିବାଦୀୟ ବୟାନକୁ ନେଇ ପ୍ରବଳ ବିରୋଧ କରାଯିବା ପରେ ଗତ ମଙ୍ଗଳବାର ତାଙ୍କୁ ଗିରଫ କରିଥିଲା ପୋଲିସ। ମାତ୍ର ସେହିଦିନ ତାଙ୍କୁ ହାଇଦ୍ରାବାଦ ସହରର ନାମପଲ୍ଲୀ ଅଦାଲତ ଜାମିନ ପ୍ରଦାନ କରିଥିଲେ। ନାମପଲ୍ଲୀସ୍ଥିତ ୧୪ତମ ଅତିରିକ୍ତ ମେଟ୍ରୋପଲିଟାନ କୋର୍ଟ (Hyderabad Nampally Additional Metropolitan Court) 141A ଅଧିନରେ ବିଧାୟକଙ୍କୁ ନୋଟିସ ଦେଇ ନ ଥିବାରୁ ପୋଲିସର ରିମାଣ୍ଡ ରିପୋର୍ଟ ଖାରଜ କରିଦେଇଥିଲେ। ଧର୍ମ ଆଧାରରେ ଲୋକଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସମେତ ରାଜ୍ୟର ବିଭିନ୍ନ ଥାନାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଦୁଇଟି ଥାନାରେ ମାମଲା ରୁଜୁ ହେବା ପରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।


Also Read: Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ


ମାତ୍ର ବିଧାୟକଙ୍କ ପକ୍ଷରୁ ଜାମିନ ଆବେଦନ ଉପରେ ପକ୍ଷ ରଖି ତାଙ୍କ ଓକିଲ ଅଦାଲତଙ୍କ ଧ୍ୟାନ ଆକର୍ଷଣ କରି କହିଥିଲେ ଯେ ଭାରତୀୟ ଦଣ୍ଡବିଧି ସଂହିତା ଅଧୀନରେ ଥିବା ଧାରା ଆଧାରରେ ପୋଲିସ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ପାଳନ କରୁନାହିଁ। ଯେଉଁଥିରେ ୭ ବର୍ଷର ସଜ୍ଜା ରହିଛି।