କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ହାତ ଧରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପିଏମ ମୋଦିଙ୍କ କଟ୍ଟର ବିରୋଧି ଭାବେ ଜଣାଶୁଣା ଯଶୋୱନ୍ତ ସିହ୍ନା। ଦଳରେ ସାମିଲ ହେଉ ହେଉ ତାଙ୍କୁ ଟିଏମସି ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ତାଙ୍କୁ ଦଳର ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ସ୍ଥାନ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଦଳୀୟ ନେତୃବୃନ୍ଦଙ୍କ ସହ ତାଙ୍କର ମତଭେଦ ହେବା କାରଣରୁ ୩ ବର୍ଷ ପୂର୍ବେ ବିଜେପି ଛାଡି ଦେଇଥିଲେ ଯଶୋୱନ୍ତ ସିହ୍ନା। ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minster) ଅଟଳବିହାରୀ ବାଜପେୟୀଙ୍କ (Atal Bihari Vajpayee) ସରକାରରେ ସେ ବୈଦେଶିକ ବ୍ୟାପର ବିଭାଗ (Foreign Affairs Ministry), ଅର୍ଥ ମନ୍ତ୍ରଣାଳୟ (Finance Ministry) ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଜେପି (BJP) ବିରୋଧି ଲଢେଇରେ ତୃଣମୂଳ କଂଗ୍ରେସ (Trinamool Congress) ଟିଏମସି ସୁପ୍ରିମୋ (TMC Supremo) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀଙ୍କୁ (Mamata Banerjee) ସମର୍ଥନ ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିହ୍ନ। 


Also Read: ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo


 


ଟିଏମସି ହାତ ଧରିବା ପୂର୍ବରୁ ଦଳର ସୁପ୍ରିମୋଙ୍କ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଥିଲେ  ୧୯୯୯ ମସିହାରେ ଯେତେବେଳେ କନ୍ଧାର ଠାରେ ଆଇସି-୮୧୪ ବିମାନକୁ ଅପହରଣ କରି ରଖାଯାଇଥିଲା ସେତେବେଳେ ମମତା ବାନାର୍ଜୀ ଅପହୃତ ମୁକ୍ତ କରିବା ଲାଗି ନିଜକୁ ବନ୍ଧକ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଯେତେବେଳେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନକୁ ଅପହରଣ କରିବା ପରେ ଆତଙ୍କବାଦୀ ଏହାକୁ କାନ୍ଧାର ନେଇ ଯାଇଥିଲେ  ସେତେବେଳେ କ୍ୟାବିନେଟରେ ହୋଇଥିବା ଆଲୋଚନା ହୋଇଥିଲା ନିଜେ ମମତା ବାନାର୍ଜୀ ନିଜକୁ ବନ୍ଧକ ରଖିବା ଲାଗି ପ୍ରସ୍ତାବ ଦେଇଥିଲେ। ହେଲେ ଏନେଇ ସର୍ତ୍ତ ଏପରି ହେବା ଆବଶ୍ୟକ ଅପହୃତଙ୍କୁ ଆତଙ୍କବାଦୀ ପ୍ରଥମେ ମୁକ୍ତ କରିବା ପରେ ସେ ତାଙ୍କ ଅଧିନକୁ ଯିବେ। ଏହା ପରେ ଯେଉଁ ବଳିଦାନ ଦେବାକୁ ପଡିବ ସେ ଦେଶ ପାଇଁ ଦେବାକୁ ପ୍ରସ୍ତୁତ ଅଛନ୍ତି। ମମତା ବାନାର୍ଜୀ ତାଙ୍କର ପ୍ରଥମ ଦିନରୁ ଜଣେ 'ଯୋଦ୍ଧା' ଥିଲେ ଏବଂ ତାଙ୍କର ଯୁଦ୍ଧ କରିବାର ସାହାସ ରହିଛି। 


Also Read: West Bengal Election 2021: TMC ହାତ ଧରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ Yashwant Sinha


ଯଶୋୱନ୍ତ ସିହ୍ନା ୧୯୯୦ ମସିହାରେ ଚନ୍ଦ୍ରଶେଖରଙ୍କ ସରକାରରେ ଅର୍ଥମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇଥିଲେ ଏବଂ ଏହା ପରେ ବାଜପେୟୀ କ୍ୟାବିନେଟ ମଧ୍ୟ ଏହି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ।  ୨୦୧୮ରେ ବିଜେପି ଛାଡିବା ପର ଠାରୁ ସେ କେନ୍ଦ୍ରରେ କ୍ଷମତାସୀନ ମୋଦ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଆସୁଛନ୍ତି।