ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo
Advertisement
Article Detail0/zeeodisha/odisha865475

ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo

ମେଡିକାଲରୁ ଡିସଚାର୍ଜ ହେବା ପରେ ଦଳ ପକ୍ଷରୁ ଚାଲିଥିବା ପ୍ରଚାର ଅଭିଯାନକୁ ଆଗେଇ ନେବା ପାଇଁ ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଟିଏମସି ସୁପ୍ରିମୋ।         

ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଜାରି ରହିଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ଏବେ ପୁଣି ଥରେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଯିଏକି ପ୍ରଚାର କରିବା ସମୟରେ ଆହତ ହେବା ପରେ କୋଲାକାତାସ୍ଥିତ ଏସଏସକେଏମ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥଲେ।   

ମେଡିକାଲରୁ ଡିସଚାର୍ଜ ହେବା ପରେ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଦଳ ପକ୍ଷରୁ ଚାଲିଥିବା ପ୍ରଚାର ଅଭିଯାନକୁ ଆଗେଇ ନେବା ପାଇଁ ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଶାସକ ତୃଣମୂଳ କଂଗ୍ରେସ (Trinamool Congress-TMC) ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)।        

Also Read: ପ୍ରଚାର ବେଳେ ମମତା ବାନାର୍ଜୀ ଆହତ; କୋଲକାତା SSKM ହସ୍ପିଟାଲରେ ଭର୍ତ୍ତି

ଗତ ୧୦ ତାରିଖ ବୁଧବାର ରାଜ୍ୟର ନନ୍ଦିଗ୍ରାମ ବିଧାନସଭା ଆସନରୁ (Nandigarm Assembly Constituency) ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳୀୟ ପ୍ରଚାର କରୁଥିବା ସମୟରେ  ଆହତ ହୋଇଥିଲେ ସେ। ବହୁଚର୍ଚ୍ଚିତ ନନ୍ଦିଗ୍ରାମ ସଂଘର୍ଷର ବର୍ଷ ପୂର୍ତ୍ତି ଅବସରରେ ମାର୍ଚ୍ଚ ୧୪ ତାରିଖ ରବିବାର ଅପରାହ୍ନ ୩ଟା ସମୟରେ କୋଲକାତା ଠାରେ ଆୟୋଜିତ ହେବାକୁ ଥିବା ରାଲିରେ ଯୋଗଦେବେ ଟିଏମସି ସୁପ୍ରିମୋ। 

Also Read: 'ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର ହୋ ଯାତା ହୈଁ'

 

ଏଥର ହ୍ୱିଲ ଚେୟାରରେ (Wheelchair) ବସି ନିର୍ବାଚନ ପ୍ରଚାର କରିବେ ମମତା ବାନାର୍ଜୀ। ଅନ୍ୟପଟେ ଟିଏମସି ପକ୍ଷରୁ ଜାରି ହେବାକୁ ଥିବା ନିର୍ବାଚନୀ ଇସ୍ତାହାର (Election Manifesto) କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ରବିବାର କୋଲାକାତା ଠାରେ ହେବାକୁ ଥିବା ରାଲି ମାୟା ରୋଡ୍ ଠାରୁ ଆରମ୍ଭ ହୋଇ ହାଜରା ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୫ ତାରିଖ ପରୁଲିଆ, ୧୬ ଝାରଗ୍ରାମ, ୧୭ ତାରିଖ ବାଙ୍କୁଡା ଠାରେ ଆୟୋଜିତ ହେଉଥିବା ରାଲିକୁ ସମ୍ବୋଧିତ କରିବେ ଟିଏମସି ସୁପ୍ରିମୋ।   

Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା
 
ଏହି ରାଲି ଆୟୋଜିତ ହୋଇସାରିବା ପରେ ଆସନ୍ତା ୧୭ ବୁଧବାର ଦଳୀୟ  ନିର୍ବାଚନୀ ଇସ୍ତାହାର ଜାରି କରିବ ଟିଏମସି। ପ୍ରଥମେ ଏହି ଘୋଷଣାନାମା ୧୧ ତାରିଖରେ କରାଯିବାର ଥିଲା। ଏହା ପରେ ୧୪ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।