West Bengal Election 2021: TMC ହାତ ଧରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ Yashwant Sinha
Advertisement
Article Detail0/zeeodisha/odisha865158

West Bengal Election 2021: TMC ହାତ ଧରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ Yashwant Sinha

ପଶ୍ଚିମବଙ୍ଗରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଯିବା ଆବଶ୍ୟକ ଦିଲ୍ଲୀରେ କ୍ଷମତାସୀନ ସରକାର ଯାହା କିଛି କରୁଛନ୍ତି ତାହାକୁ ଦେଶ  ବରଦାସ୍ତ କରିପାରିବ ନାହିଁ। 

West Bengal Election 2021: TMC ହାତ ଧରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ Yashwant Sinha

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ଟିଏମସ ହାତ ଧରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋୱନ୍ତ ସିହ୍ନା। ମାର୍ଚ୍ଚ ୧୩ ତାରିଖ ଶନିବାର କୋଲକାତାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ଏହି ନିର୍ବାଚନରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ହାତ ଧରିବା ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋୱନ୍ତ ସିହ୍ନା (Yashwant Sinha) କହିଛନ୍ତି ଗଣତନ୍ତ୍ରର ଅର୍ଥ ହେଉଛି ଜନପ୍ରତିନିଧି   ୨୪ ଘଣ୍ଟା ଧରି ଜନସାଧାରଣଙ୍କ ସେବା କରିବା। ଦେଶର ଅନ୍ନଦାତା ଗତ ୩ ମାସ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି କେହି ସେମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ନୁହଁନ୍ତି। ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବେ ଦୁର୍ଦ୍ଦିନରେ ଗତି କରୁଛି ହେଲେ ସରକାର ଚିନ୍ତାଶୂନ୍ୟ ହୋଇ ରହିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଟିଏମସି ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ। ପଶ୍ଚିମବଙ୍ଗରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଯିବା ଆବଶ୍ୟକ ଦିଲ୍ଲୀରେ କ୍ଷମତାସୀନ ସରକାର ଯାହା କିଛି କରୁଛନ୍ତି ତାହାକୁ ଦେଶ  ବରଦାସ୍ତ କରିପାରିବ ନାହିଁ। 

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

 

ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଶାସକ ଦଳର ଉଦ୍ଦେଶ୍ୟ ହେଉଛି ଯେ କୌଣସି ପ୍ରକାରେ ନିର୍ବାଚନରେ ଜିତି ଦଳୀୟ ବିଜୟ ବାନା ଉଡାଇବା। ବର୍ତ୍ତମାନର ସରକାର ଲୋକଙ୍କ କଥା ଶୁଣିବା ପରିବର୍ତ୍ତେ  ସେମାନଙ୍କୁ ଦବାଇବାରେ ଲାଗିପଡିଛି। ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ବିଜେପି ସରକାର ଆଉ ବର୍ତ୍ତମାନ ସରକାର ମଧ୍ୟରେ ଆକାଶପାତାଳ ଫରକ ରହିଛି। ସେତେବେଳେ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳର କଥା ଶୁଣୁଥିଲେ ସେତେବେଳର ସରକାର।   

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

 

ଅଟଳ ଜୀ କେନ୍ଦ୍ରରେ ସରକାର ଗଠନ କରିଥିବା ସମୟରେ କର୍ଣ୍ଣାଟକରେ ଜେଡିଏସ, କାଶ୍ମୀରରେ ପିଡିପି, ପଶ୍ଚିମବଙ୍ଗରେ ଟିଏମସି, ପଞ୍ଜାବରେ ଅକାଳୀ ଦଳ, ବିହାରରେ ଜେଡିୟୁ, ମହାରାଷ୍ଟ୍ରରେ ଶିବସେନା ସମେତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହ ଗଠବନ୍ଧନ କରିଥିଲା ବିଜେପି। ସମସ୍ତଙ୍କୁ ସାଥିରେ ନେଇ ଚାଲୁଥିବା ଦଳର କେହି ସହଯୋଗୀ ନାହାଁନ୍ତି। ଦେଶ ବର୍ତ୍ତମାନ ଏକ ଅଜବ ପରିସ୍ଥିତି ମଧ୍ୟରେ ଗତି କରୁଛି। ସମସ୍ତ ସରକାରୀ ସଂସ୍ଥାକୁ ବ୍ୟବସ୍ଥାଗତ ଭାବେ କମଜୋର କରାଯାଉଛି। 

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

 

ଦଳୀୟ ନେତୃବୃନ୍ଦଙ୍କ ସହ ମତଭେଦ ହେବା କାରଣରୁ ଆଜକୁ ୩ ବର୍ଷ ପୂର୍ବେ ବିଜେପି ଛାଡି ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋୱନ୍ତ ସିହ୍ନା। କେନ୍ଦ୍ରରେ ୧୯୯୦ ଦଶକରେ କେନ୍ଦ୍ରରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିବା ବେଳେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ସେ। ଏହା ପରେ ବାଜପେୟୀ ସରକାରେ ଯଶୋୱନ୍ତ ସିହ୍ନା ଅର୍ଥ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।