Uniform Civil Code: ଗୋଆ ପରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ନେଇ ଆରମ୍ଭ ହୋଇଯାଇଛି ପ୍ରୟାସ। ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟି ଦିଲ୍ଲୀରେ ଏହାର ପ୍ରଥମ ବୈଠକ କରିଛି। ଏହି ବୈଠକରେ ସମାନ ନାଗରିକ ସଂହିତାରେ ଅନ୍ତର୍ଭୂକ୍ତ ହେବାକୁ ଥିବା ବିଷୟ ଉପରେ ଚର୍ଚ୍ଚା କରାଯାଇଛି। ପରବର୍ତ୍ତୀ ବୈଠକ ପାଇଁ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ବୈଠକରେ ସମାନ ନାଗରିକ ସଂହିତ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନ ପ୍ରକାଶ ଦେଶାଇ ଅଧ୍ୟକ୍ଷତା କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ବୈଠକ ପରେ ଉତ୍ତରାଖଣ୍ଡ ସମାନ ନାଗରିକ ସଂହିତା କମିଟି ଅଧ୍ୟକ୍ଷ ଜଷ୍ଟିସ ରଞ୍ଜନ ପ୍ରକାଶ ଦେଶାଇ କହିଛନ୍ତି ଯେ ଏହା ଆମର ପ୍ରଥମ ବୈଠକ। କମିଟିର ସମସ୍ତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ପ୍ରଥମ ବୈଠକରେ ସମାନ ନାଗିରକ ସଂହିତା ସହ ଜଡିତ ପ୍ରସଙ୍ଗ ବାବଦରେ ଚର୍ଚ୍ଚା କରାଯାଇଛି। ପରବର୍ତ୍ତୀ ବୈଠକରେ ଏହି ପ୍ରସଙ୍ଗ ବ୍ୟବସ୍ଥା ଅନୁଯାୟୀ ଉପସ୍ଥାପିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଯାହା ପରେ ସେହି ପ୍ରସଙ୍ଗ ଉପରେ ଆଲୋଚନା କରା ଯାଇପାରେ। କମିଟିର ପରବର୍ତ୍ତୀ ବୈଠକ ଜୁଲାଇ ୧୪ କିମ୍ବା ୧୫ ତାରିଖରେ ହୋଇପାରେ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ।


ସାମାନ ନାଗରିକ ସଂହିତା କମିଟି କେବେ ଏହାର ରିପୋର୍ଟ  ସରକାରଙ୍କ ପାଖରେ ଦାଖଲ କରିବ ତାହାର ଜବାବ ରଖି ଜଷ୍ଟିସ ରଞ୍ଜନ ପ୍ରକାଶ ଦେଶାଇ କହିଛନ୍ତି ବର୍ତ୍ତମାନ ଏନେଇ କିଛି କୁହାଯାଇପାରିବ ନାହିଁ। କମିଟି ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ କରିଛି। ଏହା ପରେ ସମସ୍ତ ପକ୍ଷ ସହ ଆଲୋଚନା କରାଯିବ। ଏହା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଦାଖଲ କରାଯିବ। ଏହି କାର୍ଯ୍ୟ ପାଇଁ ଅନେକ ସମୟ ଲାଗିପାରେ। ବର୍ତ୍ତମାନ ରିପୋର୍ଟ ଦାଖଲ ପାଇଁ କୌଣସି ସମୟ ସୀମା ସ୍ଥିର ହୋଇପାରିବ ନାହିଁ।


ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଘୋଷଣା କରିଥିଲେ ଯେ ଯଦି ରାଜ୍ୟରେ ବିଜେପି ସରକାର ଗଠିତ ହୁଏ ତାହେଲେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ। ନିର୍ବାଚନ ​​ଜିତିବା ପରେ ସେ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନ ପ୍ରକାଶ ଦେଶାଇ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଯିଏ ବର୍ତ୍ତମାନ ୟୁସିସି ଡ୍ରାଫ୍ଟ ପ୍ରସ୍ତୁତ କରି ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରିବ। ଏହା ପରେ ପ୍ରଥମେ କ୍ୟାବିନେଟ ଏବଂ ପରେ ବିଧାନସଭାରେ ଏହାକୁ ଉପସ୍ଥାପନ କରି ଏନେଇ ଆଲୋଚନା ହେବ। ଏହା ପରେ ବିଧାନସଭାରେ ଏହାକୁ ପାରିତ କରାଯାଇ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ। 


Also Read: ଉତ୍ତରାଖଣ୍ଡ ପରେ ପରେ ଏଠାରେ ଲାଗୁ ହୋଇାପରେ ସମାନ ନାଗରିକ ସଂହିତା


Also Read: ଧାମୀ ଧମାକା: ରାଜ୍ୟରେ ଲାଗୁ ହେବେ ସମାନ ନାଗରିକ ସଂହିତା