ଡେରାଡୁନ: ମାର୍ଚ୍ଚ ୨୩ ତାରିଖ ବୁଧବାର ଦ୍ୱିତୀୟ ଥର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୁଷ୍କର ସିଂହ ଧାମୀ। ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପରେ ଗତ ଗୁରୁବାର ଅନୁଷ୍ଠିତ ହୋଇଥିବ ପ୍ରଥମ କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଧାମୀ ସରକାର। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ସମାନ ନାଗରିକ ସଂହିତା (Uniform Civil Code) ୟୁସିସି (UCC) ଲାଗୁ ହେବା ନେଇ ଜଣାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttarakhand Chief Minister) ପୁଷ୍କର ସିଂହ ଧାମୀ (Pushkar Singh Dhami)। ଏନେଇ ମତ ରଖି ସେ କହିଛନ୍ତି ରାଜ୍ୟ ମନ୍ତ୍ରୀମଣ୍ଡଳର (Uttarakhand Cabinet) ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଯଥା ଶୀଘ୍ର ଏକ କମିଟି ଗଠନ କରାଯଇ ରାଜ୍ୟରେ ଏହାକୁ ଲାଗୁ କରାଯିବ। ଯଦି ଏପରି ହୁଏ ତାହେଲେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ସମଗ୍ର ଦେଶରେ ପ୍ରଥମ ରାଜ୍ୟ ହେବ। 


କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଉତ୍ତରାଖଣ୍ଡରେ କ୍ଷମତୀନ ହୋଇଥିବା ବିଜେପି ସରକାରର ପ୍ରଥମ କ୍ୟାବିନେଟ ବୈଠକ ମାର୍ଚ୍ଚ ୨୪ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏବଂ ତାଙ୍କ କ୍ୟାବିନେଟ ସର୍ବସମ୍ମତି କ୍ରମେ ସମାନ ନାଗରିକ ସଂହିତା ଉପରେ ଏହି ନିଷ୍ପତ୍ତି ନେଇଛି। 


Also Read: Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ


ୟୁସିସି ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୧୨ ଫେବୃଆରୀରେ ଆମେ କହିଥିଲୁ ଯେ ଯଦି ରାଜ୍ୟରେ ବିଜେପି ଗଠିତ ହୁଏ ତାହେଲେ ଆମେ ସମାନ ନାଗରିକ ସଂହିତା ଆଣିବୁ। ବର୍ତ୍ତମାନ ଆମେ ସ୍ଥିର କରିଛୁ ଯେ ଆମେ ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବୁ। ଏନେଇ ଆମେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବୁ। ଏହି କମିଟି ୟୁସିସି ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବ ଏବଂ ଆମ ସରକାର ଏହାକୁ କାର୍ଯ୍ୟକାରୀ କରିବ। ସମାନ ନାଗରିକ ସଂହିତା ଲାଗୁ କରିବାକୁ ସେ ଅନ୍ୟ ରାଜ୍ୟଙ୍କ ଉଦ୍ଦେଶ୍ୟରେ ନିବେଦନ ମଧ୍ୟ କରିଛନ୍ତି।


ସମାନ ନାଗରିକ ସଂହିତା (Uniform Civil Code) କ'ଣ?
ସମାନ ନାଗରିକ ସଂହିତା ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ସମାନ ନିୟମ। କୌଣସି ଧର୍ମ କିମ୍ବା ଜାତି ପାଇଁ କୌଣସି ପୃଥକ ନିୟମ ରହିବ ନାହିଁ। ସମାନ ନାଗରିକ ସଂହିତା  ଲାଗୁ ହେବା ପରେ ପ୍ରତ୍ୟେକ ଧର୍ମର ଲୋକେ ଗୋଟିଏ ଆଇନ ଅଧୀନରେ ଆସିଯିବେ। ବର୍ତ୍ତମାନ ଦେଶର ପ୍ରତ୍ୟେକ ଧର୍ମର ଲୋକେ ବିବାହ, ଛାଡପତ୍ର, ସମ୍ପତ୍ତି ବିଭାଜନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ସମସ୍ୟାର ସମାଧାନ ସେମାନଙ୍କ ଧର୍ମି ସହ ଜଡ଼ିତ ଆଇନ ଅନୁସାରେ କରୁଛନ୍ତି। 


ହେଲେ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା ଲାଗୁ ହେବା ପରେ ସମସ୍ତ ଧର୍ମର ଲୋକେ ସମାନ ନିୟମ ପାଳନ କରିବେ। ଦେଶରେ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଧର୍ମର ଲୋକଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ଏହା ସହିତ ହିନ୍ଦୁ, ଶିଖ, ଜୈନ ଏବଂ ବୌଦ୍ଧ ଧର୍ମର ମାନେ ହିନ୍ଦୁ ନାଗରିକ ଆଇନ ଅଧୀନରେ ଆସନ୍ତି। ସମାନ ନାଗରିକ ସଂହିତା ଲାଗୁ କରିବା ଧାରା ୪୪ ଅନୁଯାୟୀ ରାଜ୍ୟର ଦାୟିତ୍ୱ ବୋଲି ଭାରତୀୟ ସମ୍ବିଧାନରେ ବର୍ଣ୍ଣନା କରାଯାଇଛି। ଦେଶର ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଏହା କାର୍ଯ୍ୟକାରୀ ହୋଇନାହିଁ। ଯଦି ଏପରି ହୁଏ ତାହେଲେ ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ସମଗ୍ର ଦେଶରେ ପ୍ରଥମ ରାଜ୍ୟ ହେବ।