UP Assembly Election 2022: କ`ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?
ଗତ ୨୦୧୪ ଲୋକସଭା ନିର୍ବାଚନରେ ମୋଦି ଲହର କାରଣରୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ପୁନର୍ବାର ଶକ୍ତିଶାଳୀ ହୋଇଥିଲା ବିଜେପି।
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି କ୍ରମରେ ରାଜ୍ୟରେ କ୍ଷମତାସୀନ ବିଜେପି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପାଇଁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରୁଛି ଦଳ। ଗତ ବିଧାନସଭା ନିର୍ବାଚନରେ ଦଳ ପ୍ରାୟ ସାଢେ ୩ କୋଟି ଭୋଟ ପାଇ ୩୧୨ ଆସନ ହାତେଇଥିଲା। ବର୍ତ୍ତମାନ ଦଳ ପାଖରେ ପ୍ରାୟ ୨.୫ କୋଟି ସଦସ୍ୟ ଅଛନ୍ତି। ଏହାକୁ ୪ କୋଟିକୁ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ରାଜ୍ୟର ପ୍ରତ୍ୟେକ ବୁଥରେ ଦଳୀୟ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିଛି ଦଳ।
ଗତ ୨୦୧୪ ଲୋକସଭା ନିର୍ବାଚନରେ ମୋଦି ଲହର କାରଣରୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ପ୍ରାଣବାୟୁ ଫେରି ପାଇଥିବା ବିଜେପି ଏହାର ଦଳୀୟ ସଙ୍ଗଠନକୁ ମଜବୁତ କରିଥିଲା। ଯାହାର ଫଳସ୍ୱରୂପ ଗତ ୨୦୧୭ ବିଧାନସଭା ନିର୍ବାଚନରେ ୩୧୨ ଆସନ ପାଇବା ସହ ରାଜ୍ୟରେ କ୍ଷମତାସୀନ ସମାଜବାଦୀ ପାର୍ଟି ସରକାରକୁ ଗାଦିଚ୍ୟୁତ କରିଥିଲା। ଏହି ନିର୍ବାଚନର ଦଳର ରଣନୀତିଜ୍ଞ ଭାବେ କାମ କରିଥିଲେ ତତ୍କାଳୀନ ରାଜ୍ୟ ବିଜେପି ପ୍ରଭାରୀ ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ବୁଥ ପରିଚାଳନା ଉପରେ ଗୁରୁତ୍ୱ ଦେଇ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
Also Read: UP Assembly Election 2022: ଜୟ-ପରାଜୟ ନିଷ୍ପତ୍ତି ନେବ ପୂର୍ବାଞ୍ଚଳର ୧୫୬ ଆସନ
ଗତ ୨୦୧୭ ବିଧାନସଭା ନିର୍ବାଚନରେ ବୁଥ ଉପରେ କରାଯାଇଥିବା ରଣନୀତି ଦଳକୁ ୨୦୧୯ ଲୋକସଭା ନିର୍ବାଚନରେ ପୁନଃର୍ବାର ସଫଳତା ପ୍ରଦାନ କରିଥିଲା। ଏହି ରଣନୀତି ଏତେ ପ୍ରଭାବଶାଳୀ ଥିଲା ଯେ ଦଳର ବିରୋଧି ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ଏହା ଆଗରେ ପ୍ରଭାବହୀନ ପ୍ରଭାବହୀନ ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ୨୦୨୨ ବିଧାନସଭା ନିର୍ବାଚନ ଦଳ ଲାଗି ମୁଖ୍ୟ ଆହ୍ୱାନ ଭାବେ ଉଭା ହୋଇଛି। ଏନେଇ ଦଳ 'ବୁଥ ଜିତି, ନିର୍ବାଚନ ଜିତିବା' ନୀତି ଆପଣାଇଛି। ପ୍ରତ୍ୟେକ ବୁଥରେ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଇଛି।
କିଛି ଦନ ପୂର୍ବେ ରାଜଧାନୀ ଲକ୍ଷ୍ନୌ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିଥିଲେ। ଏନେଇ ରାଜ୍ୟ ପ୍ରତ୍ୟେକ ବୁଥ ଠାରେ ସେ ଏକ ଦଳୀୟ ଶିବିର ଆୟୋଜନ କରାଯାଇ ମିସ୍ କଲ ମାଧ୍ୟମରେ ନୂତନ ସଦସ୍ୟ ଗ୍ରହଣ କରାଯାଉଛି। ଏହି ଅଭିଯାନ ରାଜ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ବୁଥରେ ଚାଲିଛି। ଏହି ଦାୟିତ୍ୱ ଦଳର ସମସ୍ତ ପଦାଧିକାରୀ ଏବଂ ଜନ ପ୍ରତିନିଧିଙ୍କ ଉପରେ ନ୍ୟସ୍ତ ହୋଇଛି।
Also Read: ସେବା ହେଉଛି ସବୁଠାରୁ ବଡ ପୂଜା: ପ୍ରଧାନମନ୍ତ୍ରୀ ମୋଦି
ଦଶ ପ୍ରତ୍ୟେକ ବୁଥରେ ୧୦୦ ଜଣ ନୂତନ ସଦସ୍ୟ ଗ୍ରହଣ କରି ଅଢେଇ କୋଟି ନୂତନ ସଦସ୍ୟ ସୃଷ୍ଟି କରିବାର ଲକ୍ଷ୍ୟ ସ୍ଥିର କରିଛି। ଏହା ପଛରେ ରଣନୀତି ହେଉଛି ଦଳୀୟ ସାଙ୍ଗଠନିକ ଶକ୍ତି ବଳରେ ଯେପରି ନିର୍ବାଚନ ଦୃଶ୍ୟପଟ୍ଟ ପରିବର୍ତ୍ତନ କରାଯାଇପାରିବ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ମୋଟ ୪୦୩ ଆସନରୁ ୩୮୪ ଆସନରେ ପ୍ରତିଦ୍ୱନ୍ଦ୍ୱତା କରିଥିଲା। ଅବଶିଷ୍ଟ ଆସନ ସହଯୋଗୀଙ୍କ ପାଇଁ ଛାଡିଥିଲା। ରାଜ୍ୟରେ ମୋଟ ୧୪.୫ କୋଟି ଭୋଟର ଥିଲେ। ସେଥିମଧ୍ୟରୁ ଦଳ ମୋଟ ୩ କୋଟି ୪୪ ଲକ୍ଷ ୩୨ ଶହ ୯୯ ଖଣ୍ଡ ଭୋଟ ପାଇଥିଲା। ଯେଉଁଥିରେ ଦଳର ତତ୍କାଳୀନ ସଦସ୍ୟ ତଥା ସାଧାରଣ ଜନତାଙ୍କ ଭୋଟ୍ ରହିଥିଲା। ଏହା ସହିତ ଦଳ ଏକାକୀ ୩୧୨ ଆସନ ପାଇଥିଲା। ଏନେଇ ଦଳ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ଦଳରେ ପ୍ରାୟ ୨.୫ କୋଟି ସଦସ୍ୟ ଅଛନ୍ତି। ଏହାକୁ ୪ କୋଟିକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ଗତ ନିର୍ବାଚନରେ ଏହା ଦଳକୁ ମିଳିଥିବା ଭୋଟ୍ ଠାରୁ ଏହା ଅଧିକ। ଏଭଳି ପରିସ୍ଥିତିରେ କେବଳ ସାଙ୍ଗଠନିକ ଶକ୍ତି ଦ୍ୱାରା ବିଜୟୀ କରିବାର ରାସ୍ତା ସହଜ ହୋଇପାରିବ।
Also Read: UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ UP CM Yogi
ବୁଥ୍ ସଦସ୍ୟତା ଅଭିଯାନ ପାଇଁ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଦୁଇଟି ଲିଫଲେଟ୍ ଦିଆଯାଇଛି। ନୂଆ ସଦସ୍ୟଙ୍କ ଜରିଆରେ ଗୋଟିଏ ଫର୍ମ ପୂରଣ କରାଯାଉଛି। ସେମାନଙ୍କୁ ମିସ୍ କଲ୍ ଦିଆଯାଉଛି। 'ମୋ ପରିବାର, ବିଜେପି ପରିବାର' ନାରାର ଏକ ଷ୍ଟିକର ସହ ଏକ ବିଜେପି ଉତ୍ତରୀୟ ଘରେ ରଖାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨.୫ କୋଟି ଦଳୀୟ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୧.୫ କୋଟି ସଦସ୍ୟଙ୍କ ତଥ୍ୟ ଉପଲବ୍ଧ ରହିଛି। ବର୍ତ୍ତମାନ ପୁରୁଣା ସଦସ୍ୟଙ୍କ ଠାରୁ ଫର୍ମ ପୂରଣ କରାଯାଇ ସେମାନଙ୍କ ପାଖକୁ ମିସ୍ କଲ୍ କରି ସେମାନଙ୍କ ତଥ୍ୟ ଯାଞ୍ଚ କରାଯାଉଛି।