UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ UP CM Yogi
Advertisement
Article Detail0/zeeodisha/odisha1022208

UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ UP CM Yogi

ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟର କେଉଁ ଆସନରୁ ନିର୍ବାଚନ ଲଢିବେ ତାହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। 

UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ  UP CM Yogi

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ମେଣ୍ଟ ଗଠନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଜାରି ରହିଛି କଥାବର୍ତ୍ତା। ସମୟ ପାଖେଇ ଆସୁଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ ହୋଇଉଠିଲେଣି ବିଭିନ୍ନ ଦଳର ନେତା। 

ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ରାଜ୍ୟର କେଉଁ ଆସନରୁ ନିର୍ବାଚନ ଲଢିବେ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi)। ଏନେଇ ସେ କହିଛନ୍ତି ଦଳ ଯେଉଁଠାରୁ କହିବ ମୁଁ ରାଜ୍ୟର ସେହି ବିଧାନସଭା ଆସନରୁ ​ପ୍ରତିଦ୍ୱନ୍ଦ୍ୱିତା କରିବି। ଏନେଇ ନିଷ୍ପତ୍ତି ପାଇଁ ଦଳର ସଂସଦୀୟ ବୋର୍ଡ ନେବ। ଦଳର ଜଣେ ପ୍ରାର୍ଥୀ କେଉଁଠାରୁ ନିର୍ବାଚନ ଲଢିବେ ତାହା ଦଳୀୟ ସଂସଦୀୟ ବୋର୍ଡ ସ୍ଥିର କରିବ। ମୁଁ ସବୁବେଳେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଆସିଛି।

Also Read: ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିଧାନସଭା ନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟର ଆଯୋଧ୍ୟା ଆସନର (Ayodhya Assembly Constituency) ବିଜେପି ବିଧାୟକ ବେଦ ପ୍ରକାଶ ଗୁପ୍ତା (BJP MLA Ved Prakash Gupta) କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଲାଗି ମୁଁ ଏହି ଆସନ ଛାଡି଼ବାକୁ ପ୍ରସ୍ତୁତ ରହିଛି। କାରଣ ଏହା ଅଯୋଧ୍ୟାବାସୀ ତଥା ଏହି ନିର୍ବାଚନମଣ୍ଡଳୀର ମତଦାତାଙ୍କ ଲାଗି ଗର୍ବର କଥା। ଗତ ୨୦୧୭ ନିର୍ବାଚନରେ ସେ ବିଜେପି ଟିକେଟ ନିର୍ବାଚନରେ ଲଢି ସେ ଏଠାରୁ ବାଜିମାତ କରିଥିଲେ। ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି ସେ ନିର୍ବାଚନ ଲଢିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏଥର ସେ କ୍ଷମତାରୁ ଯାଉଛନ୍ତି।