UP Assembly Election 2022: ଜୟ-ପରାଜୟ ନିଷ୍ପତ୍ତି ନେବ ପୂର୍ବାଞ୍ଚଳର ୧୫୬ ଆସନ
Advertisement
Article Detail0/zeeodisha/odisha1026325

UP Assembly Election 2022: ଜୟ-ପରାଜୟ ନିଷ୍ପତ୍ତି ନେବ ପୂର୍ବାଞ୍ଚଳର ୧୫୬ ଆସନ

ଏହି ରାଜ୍ୟରେ କୌଣସି ଦଳ ଲାଗି ସରକାର ଗଠନ କରିବାରେ ପୂର୍ବାଞ୍ଚଳ କ୍ଷେତ୍ର ବେଶ ଗୁରୁତ୍ୱପୂର୍ଣ୍ଣ। 

UP Assembly Election 2022: ଜୟ-ପରାଜୟ ନିଷ୍ପତ୍ତି ନେବ ପୂର୍ବାଞ୍ଚଳର ୧୫୬ ଆସନ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସମସ୍ତ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ରାଜ୍ୟରେ କୌଣସି ଦଳ ଲାଗି ସରକାର ଗଠନ କରିବାରେ ପୂର୍ବାଞ୍ଚଳ କ୍ଷେତ୍ର ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ଏପରି ୧୫୬ ବିଧାନସଭା ଆସନ ରହିଛି ଯାହାର କୌଣସି ଦଳର ଜୟ-ପରାଜୟ ଉପରେ ନିଷ୍ପତ୍ତ ନେଇଥାଏ। ଆଗାମୀ ନିର୍ବାଚନ ପାଇଁ ସମସ୍ତ ଦଳର ନଜର ପୂର୍ବାଞ୍ଚଳ ଉପରେ ରହିଛି।

ଗତ ୨୦୧୪ ଲୋକସଭା ନିର୍ବାଚନ (Lok Sabha Elelction 2014) ପରେ ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ କ୍ଷେତ୍ରରେ (Purvanchal Region) ଦଳୀୟ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବାରେ ସଫଳ ହୋଇଛି ବିଜେପି (BJP)। ଯାହାର ଫଳସ୍ୱରୂପ ଗତ ୨୦୧୭ ବିଧାନସଭା (Uttar Pradesh Assembly Election 2017) ଏବଂ ୨୦୧୯ ଲୋକସଭାରେ (Lok Sabha Elelction 2019) ଜବରଦସ୍ତ ସଫଳତା ହାତେଇଥିଲା ବିଜେପି। ଅନ୍ୟପଟେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ (Congress) ଏଠାରେ ଶୋଚନୀୟ ପରାଜୟ ବରଣ କରିଥିଲା।

Also Read: Poll Mission of SP: ୧୬ ତାରିଖରେ ନିର୍ବାଚନୀ ଶଙ୍ଖନାଦ କରିବ ଦଳ

ପୂର୍ବାଞ୍ଚଳ କ୍ଷେତ୍ରରେ ମୋଟ ୨୬ ଜିଲ୍ଲା ରହିଛି। ଏହି ସମସ୍ତ ଜିଲ୍ଲାରେ ସର୍ବମୋଟ ୧୫୬ ବିଧାନସଭା ଆସନ ରହିଛି। ଏଠାରେ ଅବସ୍ଥିତ ବିଭିନ୍ନ ବିଧାନସଭା ଆସନରେ ସମାଜବାଦୀ ପାର୍ଟି (Samajwadi Party), ବହୁଜନ ସମାଜ ପାର୍ଟି (Bahujan Samaj Party) ଭଳି ଆଞ୍ଚଳିକ ଦଳର ପ୍ରଭାବଶାଳୀ ଭୋଟ ବ୍ୟାଙ୍କ ରହିଛି। ଏହି ଏ ଅଞ୍ଚଳ ରାଜ୍ୟର ଅନ୍ୟ ଛୋଟ ଛୋଟ ଦଳ ଯଥା ଅପନା ଦଳ (Apna Dal), ନିଷାଦ ପାର୍ଟି (NISHAD Party), ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଲାଗି ପ୍ରୟୋଗଶାଳା ସଦୃଶ୍ୟ। ବର୍ତ୍ତମାନ ନିଷାଦ ପାର୍ଟି ଏବଂ ଅପନା ଦଳ ବିଜେପି ସହ ମେଣ୍ଟ କରିଛନ୍ତି। ଅନ୍ୟପଟେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ପୂର୍ବରୁ ଏଆଇଏମଆଇଏମ ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ ଏଥର ସମାଜବାଦୀ ପାର୍ଟି ସହ ମେଣ୍ଟ କରୁଛି। 

fallback

ଗତ ୨୦୧୭ ନିର୍ବାଚନରେ ଏଠାରେ ଅବସ୍ଥିତ ମୋଟ ୧୫୬ ଆସନରୁ ବିଜେପି ୧୦୬, ସମାଜବାଦ ପାର୍ଟି ୧୮, ବହୁଜନ ସମାଜ ପାର୍ଟି ୧୨,  ଅପନା ଦଳ ୮,  ଏସବିଏସପି ୪, କଂଗ୍ରେସ ୪, ନିଷାଦ ପାର୍ଟି ଗୋଟିଏ ଆସନ ହାତେଇଥିଲା। ଅନ୍ୟପଟେ ୩ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହାସଲ କରିଥିଲେ।

Also Read: UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad

ପୂର୍ବାଞ୍ଚଳରେ ଅବସ୍ଥିତ ୨୬ ଜିଲ୍ଲା ରହିଛି ମୋଟ ୨୯ ଲୋକସଭା ଆସନ। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୨, ସମାଜବାଦ-ବହୁଜନ ସମାଜ ପାର୍ଟି ଗଠବନ୍ଧନକୁ ୬ ଏବଂ କଂଗ୍ରେସ ଗୋଟିଏ ଆସନ ହାତେଇଥିଲା।