କବରସ୍ଥାନ ନୁହେଁ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ କରୁଛୁ ଲୋକଙ୍କ ଟଙ୍କା: UP CM Yogi
ଯେଉଁମାନେ ୩୧ ବର୍ଷ ପୂର୍ବେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଉଥିଲେ ସେମାନେ ବର୍ତ୍ତମାନ ଏହି ଗଣତନ୍ତ୍ରର ଶକ୍ତି ହେତୁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇଛନ୍ତି।
ଲକ୍ଷ୍ନୌ: ଲୋକଙ୍କ ଟଙ୍କାକୁ ବିଜେପି ସରକାର କବରସ୍ଥାନ ପାଇଁ ଜମି କିଣିବାରେ ନୁହେଁ ବରଂ ମନ୍ଦିର ପୁନଃନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି। ଏହା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିରୋଧିଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ପୂର୍ବରୁ ରାଜ୍ୟର ଅର୍ଥକୁ କବରସ୍ଥାନ ପାଇଁ ଜମି କିଣିବା ପାଇଁ ବ୍ୟବହାର କରାଯାଉଥିଲା। ହେଲେ ଆମ ସରକାରରେ ଏହି ଟଙ୍କାଙ୍କୁ ମନ୍ଦିର ପାଇଁ ଖର୍ଚ୍ଚ କରାଯାଉଛି।
ଦୀପାବଳି ଅବସରରେ ଅଯୋଧ୍ୟାସ୍ଥିତ ରାମକଥା ପାର୍କ ଠାରେ ଆୟୋଜିତ ହୋଇଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ସମ୍ବୋଧିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi) କହିଛନ୍ତି ଆମେ ସରକାରକୁ ଆସିବା ପୂର୍ବରୁ ରାଜ୍ୟର ଅର୍ଥ କବରସ୍ଥାନ ପାଇଁ ଜମି କିଣିବା ପାଇଁ ବ୍ୟବହାର ହେଉଥିଲା ହେଲେ ଆମେ ଏହି ଟଙ୍କାଙ୍କୁ ମନ୍ଦିର ପୁନଃନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ କରୁଛୁ।
Also Read: କବ୍ରୀସ୍ଥାନ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଏବେ ମନ୍ଦିର ପାଇଁ ଖର୍ଚ୍ଚ ହେଉଛି: UP CM Yogi
ଅଯୋଧ୍ୟା ଠାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହା ଆସନ୍ତା ୨୦୨୩ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଏହା ସହିତ କେନ୍ଦ୍ର ସରକାର ରାଜ୍ୟର ୫୦୦ ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନରେ ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଏହିକ୍ରମରେ ପ୍ରାୟ ୩୦୦ ସ୍ଥାନରେ କାର୍ଯ୍ୟ ଶେଷ ହୋଇଛି। ବାକି ରହିଥିବା ସ୍ଥାନରେ କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଶେଷ ହେବ।
ବିରୋଧିଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଆଜକୁ ଠିକ ୩୧ ବର୍ଷ ପୂର୍ବେ ଗତ ୧୯୯୦ ମସିହା ଅକ୍ଟୋବର ୩୦ ତାରିଖରେ ଧର୍ମ ନଗରୀ ଅଯୋଧ୍ୟା ଠାରେ ରାମ ଭକ୍ତ ଏବଂ କର ସେବକଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ସେତେବେଳେ ଜୟ ଶ୍ରୀରାମ ନାରା ଲଗାଇବା କିମ୍ବା ରାମ ମନ୍ଦିର ପାଇଁ ସ୍ୱର ଉତ୍ତୋଳନ କରିବା ଅପରାଧ ବୋଲି ବିବେଚନା କରାଯାଉଥିଲା। ହେଲେ ଗଣତନ୍ତ୍ରର ଶକ୍ତି କେତେ ଶକ୍ତିଶାଳୀ ତାହା ଆପଣ ଅନୁଭବ କରୁଛନ୍ତି। ଯେଉଁମାନେ ୩୧ ବର୍ଷ ପୂର୍ବେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଉଥିଲେ ସେମାନେ ବର୍ତ୍ତମାନ ଏହି ଗଣତନ୍ତ୍ରର ଶକ୍ତି ହେତୁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇଛନ୍ତି।
Also Read: Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav
ଯଦି ଏହି ପ୍ରକ୍ରିୟା ଜାରି ରହେ ତାହେଲେ ଆଗକୁ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିବା ଲୋକଙ୍କୁ କର ସେବକଙ୍କ ଧାଡି଼ରେ ଛିଡା଼ ହୋଇଥିବାର ଦେଖିବାକୁ ମିଳିବ। ଯେତେବେଳେ ପରବର୍ତ୍ତୀ କର ସେବା ଆରମ୍ଭ ହେବ ସେତେବେଳେ ଗୁଳିମାଡ଼ ନୁହେଁ ସେତେବେଳେ ରାମ-କୃଷ୍ଣ ଭକ୍ତଙ୍କ ଉପରକୁ ପୁଷ୍ପ ବର୍ଷା ହେବ। ଏହା ହେଉଛି ଗଣତନ୍ତ୍ରର ଶକ୍ତି।