Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav
Advertisement

Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav

ଦେଶର ଜନସାଧାରଣ ଏପରି ବିଭାଜନକାରୀଙ୍କ ମାନସିକତାକୁ କେବେ ସ୍ୱୀକାର କିମ୍ବା ଗ୍ରହଣ କରିବେ ନାହିଁ। 

Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav

ଲକ୍ଷ୍ନୌ: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨। ଜନସମର୍ଥନ ହାତେଇବା ଲାଗି ବିଭିନ୍ନ ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବାରେ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିକ୍ରମରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। 

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (Uttar Pradesh Assembly Election 2022) ଲାଗି ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ରଥ ଯାତ୍ରା (Samajwadi Rath Yatra) ନେଇ ଗତ ରବିବାର ରାଜ୍ୟର ହରଦୋଇ (Hardoi) ଜିଲ୍ଲା ଠାରେ ପହଞ୍ଚିଥିଲେ ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav)। ଏହି ଅବସରରେ ସେ ଦେଶର ଲୌହ ମାନବ (Iron Man of India) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabh Bhai Patel) ଜୟନ୍ତୀ ଅବସରରେ ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ (Muhammad Ali Jinnah) ସ୍ମରଣ କରି କରିଥିଲେ। ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। 

Also Read: କବ୍ରୀସ୍ଥାନ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଏବେ ମନ୍ଦିର ପାଇଁ ଖର୍ଚ୍ଚ ହେଉଛି: UP CM Yogi

ସର୍ଦ୍ଦାର ପଟେଲ ଭାରତ ଭୂମିକୁ ଜାଣିଥିଲେ। ଏହାକୁ ନଜରରେ ରଖି ନିଷ୍ପତ୍ତି ନେଉଥିଲେ। ସେ ତୃମମୂଳସ୍ତରର ସ୍ଥିତିକୁ ବୁଝିବା ପରେ ନିଷ୍ପତ୍ତି ନେଉଥିଲେ ସେଥିପାଇଁ ସେ ଦେଶର ଲୌହ ମାନବ ଭାବେ ଜଣାଶୁଣା ଥିଲେ।। ସର୍ଦ୍ଦାର ପଟେଲ ଏକ ଆଦର୍ଶ ଉପରେ ପ୍ରତିବନ୍ଧକ ଲଗାଇବା କାର୍ଯ୍ୟ କରିଥିଲେ।ଆଜି ଯେଉଁମାନେ ଦେଶ ବିଷୟରେ କହୁଛନ୍ତି ସେମାନେ ଆମକୁ ଏବଂ ଆପଣକୁ ଜାତି ଧର୍ମ ନାଁରେ ବିଭକ୍ତ କରିବା ବିଷୟରେ କହୁଛନ୍ତି। ଯଦି ଆମେ ଆମେ ବିଭକ୍ତ ହୋଇଯିବା ତାହେଲେ ଦେଶର ଅବସ୍ଥା କ’ଣ ହେବ? ଦୁନିଆରେ ଆମ ଦେଶର ସବୁଠାରୁ ବଡ ପରିଚୟ ହେଉଛି ଏଠାରେ ବିଭିନ୍ନ ଜାତି ଧର୍ମର ଲୋକ ଏକାଠି ବାସ କରନ୍ତି। ଦୁନିଆର ଅନ୍ୟ କୌଣସି ଜାଗାରେ ଏତେ ସଂଖ୍ୟକ ଜାତି  ଧର୍ମର ଲୋକେ ଏକାଠି ରହୁନାହାଁନ୍ତି। ସେଥିପାଇଁ ଆମେ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରୁଛ। କାରଣ ସେ ଗଡଜାତ ରାଜ୍ୟ ଭାରତୀୟ ସଂଘରେ ବିଲୟ କରି ଦେଶକୁ ଏକଜୁଟ କରିଥିଲେ। ଜାତି, ଧର୍ମ ନାଁରେ ବିବାଦ ସୃଷ୍ଟି କୌଣସି ଶକ୍ତିର ଆଦର୍ଶକୁ ଆମେ ଗ୍ରହଣ କରିବୁ ନାହିଁ।

ଏସପି ସୁପ୍ରିମୋଙ୍କ ଏପରି ବୟାନ ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (CM Yogi Adityanath)। ସୋମବାର ରାଜ୍ୟର ମୋରଦାବାଦ (Moradabad) ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ସର୍ଦ୍ଦାର ପଟେଲଙ୍କୁ (Sardar Patel) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ତୁଳନା କରିଛନ୍ତି ଅଖିଲେଶ ଯାଦବ। ଯାହା ଲଜ୍ଜାଜନକ। ସ୍ୱାଧିନତା ପରେ ଦେଶକୁ ଏକତା ସୂତ୍ରରେ ଯୋଡି ରଖିବା କାର୍ଯ୍ୟ ସର୍ଦ୍ଦାର କରିଥିଲେ। ଦେଶର ଜନସାଧାରଣ ଏପରି ବିଭାଜନକାରୀଙ୍କୁ କେବେ ସ୍ୱୀକାର କରିବେ ନାହିଁ। ବିଭାଜନକାରୀ ମାନସିକତାକୁ ଲୋକେ ଗ୍ରହଣ କରିବେ ନାହିଁ। 

Also Read: ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନ ଦେଇ ବନ୍ଧାହେଲେ ସମାଜବାଦୀ ପାର୍ଟି ନେତା ଅନଦାନ ଖାନ

ବିଭାଜନ ତାଙ୍କ ପ୍ରବୃତ୍ତିରେ ସବୁ ବେଳେ ରହିଛି। ଯେତେବେଳେ ସେମାନେ ନିଜ ଯୋଜନାରେ ସଫଳ ହୁଅନ୍ତି ନାହିଁ, ସେତେବେଳେ ସେମାନେ ମହାପୁରୁଷଙ୍କୁ ଅପମାନିତ କରି ସମଗ୍ର ସମାଜକୁ ଅପମାନିତ କରିବାକୁ ଚେଷ୍ଟା କରିଥାନ୍ତି। ଏଭଳି ବୟାନ ପାଇଁ ସମାଜବାଦୀ ପାର୍ଟି ସୁପ୍ରିମୋ ଦେଶବାସୀଙ୍କ ଠାରୁ କ୍ଷମା ମାଗନ୍ତୁ।