Trending Photos
ଅଯୋଧ୍ୟା: ଦୀପାବଳି ଉପଲକ୍ଷେ ଧର୍ମ ନଗରୀ ଅଯୋଧ୍ୟା ଠାରେ ଅନୁଷ୍ଠିତ ହୋଇଥିବା ଦୀପୋତ୍ସବ ୨୦୨୧ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଥ୍ୟନାଥ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ୧୯୯୦ ଦଶକରେ ଜୟ ଶ୍ରୀରାମ କହିବା ଏକ ଅପରାଧ ଥିଲା। ସେହି ସମୟରେ ରାମଙ୍କ ଭକ୍ତଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଯେଉଁମାନେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ସେମାନେ ବର୍ତ୍ତମାନ ନତମସ୍ତକ ହୋଇଛନ୍ତି। ଯଦି ଏହା ଜାରି ରହେ ତାହେଲେ ପରବର୍ତ୍ତୀ କର ସେବା ସମୟରେ ନିଆଁ ଲାଗିବ ନାହିଁ ଆଉ ସେହି ଲୋକଙ୍କୁ ରାମ ଭକ୍ତଙ୍କ ଧାଡିରେ ଦେଖିବାକୁ ମିଳିବ।
ଦୀପାବଳି (Diwali) ଅବସରରେ ଅଯୋଧ୍ୟା (Ayodhya) ଠାରେ ଆୟୋଜିତ ହୋଇଥିବା ଦୀପୋତ୍ସବ ୨୦୨୧ (Deepotsav 2021) କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଥ୍ୟନାଥ (UP CM Yogi) କହିଛନ୍ତି ୧୯୯୦ ଦଶକରେ ଧର୍ମ ନଗରୀ ଅଯୋଧ୍ୟା ଠାରେ କରସେବକଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। ସେତେବେଳେ ରାମ ଅପରାଧ ବୋଲି ବିବେଚନା କରାଯାଉଥିଲା। ଯେଉଁମାନେ ଗତକାଲି ପର୍ଯ୍ୟନ୍ତ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଉଥିଲେ ସେମାନେ ଏବେ ନତମସ୍ତକ ହୋଇଯାଇଛନ୍ତି। ଯଦି ଏହି ପ୍ରକ୍ରିୟା ଜାରି ରହେ ତାହେଲେ ପରବର୍ତ୍ତୀ କର ସେବା ସମୟରେ ଗୁଳିମାଡ ହେବ ନାହିଁ। ଏହା ପରିବର୍ତ୍ତେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ଲୋକଙ୍କୁ ମଧ୍ୟ ରାମ ଭକ୍ତଙ୍କ ଧାଡ଼ିରେ ଛିଡା ହୋଇଥିବାର ଦେଖିବାକୁ ମିଳିବ। ପରବର୍ତ୍ତୀ କର ସେବା ସମୟରେ ରାମ ଭକ୍ତ ଏବଂ କୃଷ୍ଣ ଭକ୍ତଙ୍କ ଉପରେ ପୁଷ୍ପ ବର୍ଷା ହେବ।
Also Read: କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ
ଗତ ୨୦୧୭ ବର୍ଷରେ ପ୍ରଥମ ଥର ଲାଗି ଧର୍ମ ନଗରୀ ଅଯୋଧ୍ୟା ଠାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେତେବେଳେ କେବଳ ଗୋଟିଏ ନାରା ପ୍ରତିଧ୍ୱନିତ ହେଉଥିଲା। ଯୋଗୀ ଜୀ, ଗୋଟିଏ କାମ କର, ମନ୍ଦିରର ନାଁ କର। ମୁଁ ସେତେବେଳେ ମଧ୍ୟ କହିଥିଲି ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଯାଉଛି, ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇଥିବାରୁ ସବୁ ଲୋକ ଖୁସି ଅଛନ୍ତି।
ଯେତେବେଳେ ୫ ବର୍ଷ ପୂର୍ବେ ଦୀପୋତ୍ସବ କାର୍ଯ୍ୟକ୍ରମକୁ ନେଇ ହେଉଥିଲା ସେତେବେଳେ ଅଯୋଧ୍ୟା ଠାରେ ଦୀପାବଳି ଉପଲକ୍ଷେ କୌଣସି ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନଥିଲା। ହେଲେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ବିଦେଶୀ ଉଚ୍ଚାୟୁକ୍ତ ଏବଂ ଶହ ଶହ ଲୋକ ଦୀପୋତ୍ସବ ଦେଖିବାକୁ ସେମାନଙ୍କ ପ୍ରିୟ ସହର ଅଯୋଧ୍ୟା ଆସୁଛନ୍ତି। ଏହା ନିଜେ ଏକ ବଡ ଉତ୍ସବ। ଲକ୍ଷ୍ନୌ, ଆଗ୍ରା, କାଶୀ, ପ୍ରୟାଗରାଜ ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
'ଅଯୋଧ୍ୟା ଏକ ନୂତନ ସାଂସ୍କୃତିକ ସହର ହେବା ଆବଶ୍ୟକ। ଆସନ୍ତା ୨୦୨୩ ପର୍ଯ୍ୟନ୍ତ କୌଣସି ଶକ୍ତି ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିପାରିବ ନାହିଁ। ଅଯୋଧ୍ୟାରେ ରାମ ମନ୍ଦିର, ବାରାଣାସୀରେ କାଶୀ ବିଶ୍ୱନାଥ କରିଡର ନିର୍ମାଣ କାର୍ଯ୍ୟ ଚାଲିଛି। ଦେଶର ଟଙ୍କା ପ୍ରଥମେ କବ୍ରୀସ୍ଥାନ ପାଇଁ ଖର୍ଚ୍ଚ ହେଉଥିଲା ହେଲେ ଏବେ ଏହା ମନ୍ଦିର ପାଇଁ ଖର୍ଚ୍ଚ ହେଉଛି। ଏହା ହେଉଛି ସବୁଠାରୁ ବଡ ପାର୍ଥକ୍ୟ।