ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଜନସମର୍ଥନ ହାତେଇବା ଲାଗି ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳ। ଅନ୍ୟପଟେ ଆଗାମୀ ନିର୍ବାଚନ ବିଭିନ୍ନ ବର୍ଗ ତଥା ଜାତି, ଧର୍ମ, ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ଆରମ୍ଭ ହୋଇଯାଇଛି ପ୍ରୟାସ। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (UP Assembly Elelction 2022) ପାଇଁ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଅନ୍ୟାନ୍ୟ ପଛୁଆବର୍ଗ (Other Backward Class) ଅର୍ଥାତ ଓବିସି ଭୋଟ (OBC Vote) ହାତେଇବା ଲାଗି ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜାରି ରହିଛି ପ୍ରତିଦ୍ୱନ୍ଦିତା। ଓବିସି ମତାଦାତାଙ୍କ ସମର୍ଥନ ପାଇବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି (BJP)। 


Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar


ଏହିକ୍ରମରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱରେ ଚଳିତ ମାସ ୧୭ ତାରିଖରୁ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଓବିସି ବର୍ଗ  ଅଧିନରେ ଆସୁଥିବା ବିଭିନ୍ନ ଜାତିର ଜାତିଗତ ସମ୍ମିଳନୀ ଗତ ରବିବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ୟୁପି ଉପମୁଖ୍ୟମନ୍ତ୍ରୀ (UP Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) କହିଛନ୍ତି ଓବିସି ଭୋଟ୍ ବ୍ୟାଙ୍କ ଆମ ଦଳ ସହିତ ଅଛି ଏବଂ ଆମ ସହ ରହିବ। ରାଜ୍ୟରେ ସମାଜବାଦ ପାର୍ଟି (Samajwadi Party) କ୍ଷମତାସୀନ ଥିବା ସମୟରେ ରାଜ୍ୟରେ ବସବାସ କରୁଥିବା ଓବିସି ବର୍ଗଙ୍କ ଲାଗି କ'ଣ କରିଛି?  


ଯୋଗୀ ନୁହେଁ ରାଜ୍ୟରେ ଯୋଗ୍ୟ ସରକାର ଆବଶ୍ୟକ ବୋଲି ସମାଜବାଦ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଳେଶ ଯାଦବ (Akhilesh Yadav) ରଖିଥିବା ବୟାନ ଉପରେ ୟୁପି ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଛନ୍ତି ଉତ୍ତର ପ୍ରଦେଶରେ ଯୋଗ୍ୟ ସରକାର ଶାସନ କରୁଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସବକା ସାଥ ସବକା ବିକାଶ ନୀତିରେ ବିଶ୍ୱାସ କରିଥାଏ। ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦ ପାର୍ଟିକୁ ଯାଉଥିବା ଓବିସି ନେତାଙ୍କ ପାଖରେ ଭୋଟ୍ ବ୍ୟାଙ୍କ ନାହିଁ ବୋଲି କହିଛନ୍ତି ସେ।


Also Read: CM Yogi ଙ୍କ ଆଶୀର୍ବାଦ ନେଲେ ବିଦ୍ରୋହୀ SP ପ୍ରାର୍ଥୀ; ମିଳିପାରେ ଏହି ପଦବୀ


ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କରି ସମାଜବାଦ ପାର୍ଟି ସୁପ୍ରିମୋ କହିଛନ୍ତି ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି। ରାଜ୍ୟ ପାଇଁ ଯୋଗୀ ନୁହେଁ ଯୋଗ୍ୟ ସରକାର ଆବଶ୍ୟକ ବୋଲି କହିଥିଲେ ସେ। ବିଜେପି ସରକାରର କୌଣସି କାମ ନାହିଁ, ନାମ ବଦଳାଇବା, ରଙ୍ଗ ବଦଳାଇବା, ନାମ ଫଳକ ବଦଳାଇବା, ହୋର୍ଡିଂ ଲଗାଇବା, ଗଙ୍ଗା ଜଳ ଛିଞ୍ଚିବା, କାର ଓଲଟାଇବା ଭଳି କାମ କରିବା କେବଳ ଜାଣିଛି। ଏଭଳି ସରକାର ଉପରେ ରାଜ୍ୟବାସୀ ନାରାଜ ହୋଇଉଠିଲେଣି।


Also Read: UP Poll 2022: କେଉଁ ବିଧାୟକଙ୍କ କଟିବ ଟିକେଟ, ଜବାବ ରଖିଲେ ରାଜ୍ୟ BJP ସଭାପତି


ଦରଦାମ ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚାର୍ଗେଟ କରିଛନ୍ତି ସମାଜବାଦ ପାର୍ଟି ସୁପ୍ରିମୋ। ବିଶ୍ୱ ଭୋକିଲା ତାଲିକାରେ ଦେଶର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମତ ରଖି ସେ କହିଛନ୍ତି ଦେଶ ପାକିସ୍ତାନ, ନେପାଳ ଏବଂ ବାଂଲାଦେଶକୁ ପଛରେ ପକାଇ ଦେଇଛି। ଯେଉଁମାନେ ପାଞ୍ଚ ହଜାର ବିଲିୟନ ଡଲାର ଅର୍ଥନୀତି କରିବାର ସ୍ୱପ୍ନ ଦେଖାଉଥିଲେ ସେମାନଙ୍କ ନିୟମ ଅନୁଯାୟୀ ଦେଶବାସୀ ଭୋକିଲା ଶୋଉଛନ୍ତି। ଦେଶରେ ଜାତିଗତ ଜନଗଣନା କରିବାକୁ ସେ ଦାବି କରିଛନ୍ତି।