Akhilesh Yadav vs Keshav Prasad Maurya: ବୁଧବାର ଉତ୍ତର ପ୍ରଦେଶ ବିଧାନସଭାରେ ବିତର୍କ ଚାଲିଥିବା ବେଳେ ଗୃହରେ ବିରୋଧି ଦଳ ନେତା ଅଖିଲେଶ ଯାଦବ ରଖିଥିବା ବୟାନକୁ ନେଇ ବ୍ୟଥିତ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। 


COMMERCIAL BREAK
SCROLL TO CONTINUE READING

ଗୁରୁବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଧାନସଭାରେ ଭାବୁକ ହୋଇ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ମୋର ପିତା ନାହାଁନ୍ତି। ଗୃହରେ ବିରୋଧି ଦଳ ନେତା ଅଖିଲେଶ ଯାଦବ ରଖିଥିବା ବୟାନକୁ ନେଇ ମୁଁ ବହୁତ ବ୍ୟଥିତ। ସେ ମୋର ଦିବଂଗତ ପିତାଙ୍କ ଉପରେ ଟିପ୍ପଣୀ କରି ଅନ୍ୟାନ୍ୟ ପଛୁଆ ବର୍ଗକୁ ଅପମାନିତ କରିଛନ୍ତି। ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବା ଅଖିଲେଶ ଯାଦବଙ୍କ  ବ୍ୟବହାର ତାଙ୍କୁ ଶୋଭା ଦେଉନାହିଁ। ଗୃହର ଉପନେତା ନେତା ଭାବେ ମୁଁ ମୋର ବକ୍ତବ୍ୟ ରଖିଥିଲି। ହେଲେ ବିରୋଧି ଦଳ ନେତାଙ୍କ ବ୍ୟବହାର ସଂସଦୀୟ ଶୈଳୀ ଅନୁଯାୟୀ ନ ଥିଲା। 


କ'ଣ ଥିଲା ଘଟଣାକ୍ରମ? 
ବୁଧବାର ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଗୃହରେ ମୁହାଁମୁହିଁ ହୋଇଥିଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିରୋଧି ଦଳ ନେତା ଅଖିଲେଶ ଯାଦବ। ଗୃହରେ ଉଭୟଙ୍କ ମଧ୍ୟରେ କଥା କଟାକଟା ହେବା ପରେ ସ୍ଥିତି ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।


ଯୋଗୀ ସରକାରଙ୍କ ବିରୋଧରେ ବର୍ଷି ବିରୋଧି ଦଳ ନେତା ଅଖିଲେଶ ଯାଦବ କହିଥିଲେ ଏହି ସରକାର ହେଉଛି ରାଜ୍ୟର ସବୁଠାରୁ ବିଫଳ ସରକାର। ରାଜ୍ୟରେ ଜିଲ୍ଲା ମୁଖ୍ୟାଳୟରେ କିଏ ସଡ଼କ ନିର୍ମାଣ କରିଥିଲା ତାହାର ଜବାବ ଦିଅନ୍ତୁ। ଆପଣ ରାଜ୍ୟର ଲୋକ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। 
 
ବିରୋଧି ଦଳ ନେତାଙ୍କ କଥା ଶୁଣିବା ପରେ ଜବାବ ଦେବାକୁ ଗୃହରେ ଛିଡା ହୋଇଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ଏନେଇ ସେ କହିଥିଲେ ଆସନ୍ତା ୨୦୨୭ ବର୍ଷରେ ନିର୍ବାଚନ ଅନୁଷ୍ଠିତ ହେବ। ପୁଣି ଥରେ ବିଜେପି ସରକାର ଗଠନ କରିବ। ଆପଣଙ୍କର କୌଣସ ଭବିଷ୍ୟତ ନାହିଁ। ଏପରି ଲାଗୁଛି ଯେ ଯେପରି ଆପଣ ସୈଫେଇ ଜମି ବିକି ରାଜ୍ୟରେ ସଡକ, ମେଟ୍ରୋ, ଏକ୍ସପ୍ରେସ ୱେ ନିର୍ମାଣ କରିଛନ୍ତି। 


ଉପମୁଖ୍ୟମନ୍ତ୍ରୀଙ୍କ ଜବାବ ଶୁଣିବା ପରେ ବିରୋଧି ଦଳ ନେତା କହିଥିଲେ ରାସ୍ତା ନିର୍ମାଣ ପାଇଁ ଆପଣ କଣ ଆପଣଙ୍କ ବାପାଙ୍କ ଠାରୁ ପଇସା ଆଣିଛନ୍ତି। ନିର୍ମାଣ ପାଇଁ ଆପଣ କ'ଣ ଘରୁ ପଇସା ଆଣୁଛନ୍ତି। ଆପଣ ରାସନ ବାଣ୍ଟିଥିଲେ। ତାହା କ'ଣ ଆପଣଙ୍କ ବାପା ଦେଇଥିଲେ। 


ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବିତର୍କ ବେଳେ ଅସଂସଦୀୟ ଶବ୍ଦ ପ୍ରୟୋଗ କରିବା ଉପରେ ଜବାବ ରଖି ବିରୋଧି ଦଳ ନେତା କହିଛନ୍ତି ଯଦି ମୁଁ ଏପରି କରିଛି ତାହେଲେ ମୋତେ ବିଧାନସଭା ଅଧିବେଶନରୁ ବାହାର କରାଯାଉ। ଅନ୍ୟପଟେ ବିରୋଧ ଦଳ ନେତାଙ୍କ ସହ ହୋଇଥିବା କଥା କଟାକଟି ମଧ୍ୟରେ ବିଧାନସଭାରେ ନିଜର ସମ୍ପୂର୍ଣ୍ଣ ଭାଷଣ ଶେଷ କରିଥିଲେ ଉପମୁଖ୍ୟମନ୍ତ୍ରୀ। 


Also Read: ଉପମୁଖ୍ୟମନ୍ତ୍ରୀଙ୍କୁ କହିଲେ ବିରୋଧି ଦଳ ନେତା, 'ଆପଣ କଣ ଆପଣଙ୍କ ବାପାଙ୍କ ଠାରୁ ପଇସା ଆଣୁଛନ୍ତି'