ସରକାର ହେଉଛି ସରକାର। ନିଜ କାମର ସଫଳତା ବାବଦରେ କହିବା ପ୍ରତ୍ୟେକ ସରକାରଙ୍କ ଅଧିକାର।
Trending Photos
Uttar Pradesh Assembly: ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଗୃହରେ ମୁହାଁମୁହିଁ ହୋଇଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିରୋଧି ଦଳ ନେତା ଅଖିଲେଶ ଯାଦବ। ଗୃହରେ ଉଭୟଙ୍କ ମଧ୍ୟରେ କଥା କଟାକଟା ହେବା ପରେ ସ୍ଥିତି ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଯୋଗୀ ସରକାରଙ୍କ ବିରୋଧରେ ବର୍ଷି ବିରୋଧି ଦଳ ନେତା ଅଖିଲେଶ ଯାଦବ କହିଥିଲେ ଏହି ସରକାର ହେଉଛି ରାଜ୍ୟର ସବୁଠାରୁ ବିଫଳ ସରକାର। ରାଜ୍ୟରେ ଜିଲ୍ଲା ମୁଖ୍ୟାଳୟରେ କିଏ ସଡ଼କ ନିର୍ମାଣ କରିଥିଲା ତାହାର ଜବାବ ଦିଅନ୍ତୁ।
ବିରୋଧି ଦଳ ନେତାଙ୍କ କଥା ଶୁଣିବା ପରେ ଜବାବ ଦେବାକୁ ଗୃହରେ ଛିଡା ହୋଇଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ଏନେଇ ସେ କହିଥିଲେ ଆସନ୍ତା ୨୦୨୭ ବର୍ଷରେ ନିର୍ବାଚନ ଅନୁଷ୍ଠିତ ହେବ। ପୁଣି ଥରେ ବିଜେପି ସରକାର ଗଠନ କରିବ। ଆପଣଙ୍କର କୌଣସ ଭବିଷ୍ୟତ ନାହିଁ। ଏପରି ଲାଗୁଛି ଯେ ଯେପରି ଆପଣ ସୈଫେଇ ଜମି ବିକି ରାଜ୍ୟରେ ସଡକ, ମେଟ୍ରୋ, ଏକ୍ସପ୍ରେସ ୱେ ନିର୍ମାଣ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ଜବାବ ଶୁଣିବା ପରେ ବିରୋଧି ଦଳ ନେତା କହିଥିଲେ ରାସ୍ତା ନିର୍ମାଣ ପାଇଁ ଆପଣ କଣ ଆପଣଙ୍କ ବାପାଙ୍କ ଠାରୁ ପଇସା ଆଣିଛନ୍ତି। ନିର୍ମାଣ ପାଇଁ ଆପଣ କ'ଣ ଘରୁ ପଇସା ଆଣୁଛନ୍ତି। ଆପଣ ରାସନ ବାଣ୍ଟିଥିଲେ। ତାହା କ'ଣ ଆପଣଙ୍କ ବାପା ଦେଇଥିଲେ।
ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବିତର୍କ ବେଳେ ଅସଂସଦୀୟ ଶବ୍ଦ ପ୍ରୟୋଗ କରିବା ଉପରେ ଜବାବ ରଖି ବିରୋଧି ଦଳ ନେତା କହିଛନ୍ତି ଯଦି ମୁଁ ଏପରି କରିଛି ତାହେଲେ ମୋତେ ବିଧାନସଭା ଅଧିବେଶନରୁ ବାହାର କରାଯାଉ। ଅନ୍ୟପଟେ ବିରୋଧ ଦଳ ନେତାଙ୍କ ସହ ହୋଇଥିବା କଥା କଟାକଟି ମଧ୍ୟରେ ବିଧାନସଭାରେ ନିଜର ସମ୍ପୂର୍ଣ୍ଣ ଭାଷଣ ଶେଷ କରିଥିଲେ ଉପମୁଖ୍ୟମନ୍ତ୍ରୀ।
ଏହାକୁ ନେଇ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ସମାଜବାଦୀ ପାର୍ଟି ବିଧାୟକ ଗୃହରେ ଠିଆ ହୋଇ ନାରାବାଜି କରିଥିଲେ। ବିଧାନସଭା ବାଚସ୍ପତି ମଧ୍ୟ ଗୃହର ପରିବେଶକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆମେ ବିରୋଧି ଦଳର ନେତାଙ୍କ କଥା ଶୁଣିଲୁ। ଅନ୍ୟପଟେ ଗୃହରେ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ ଉପମୁଖ୍ୟମନ୍ତ୍ରୀ। ଜଣେ ସମ୍ମାନିତ ନେତାଙ୍କ ବିରୁଦ୍ଧରେ ଅଶାଳୀନ ଶବ୍ଦ ବ୍ୟବହାର କରିବା ଠିକ୍ ନୁହେଁ। ଆମେ ସରକାର କରୁଥିବା ବିକାଶମୂଳକ କାର୍ଯ୍ୟ କିମ୍ବା ଆପଣଙ୍କ ସରକାର ସମୟରେ କରାଯାଇଥିବା କାର୍ଯ୍ୟ ଆମର କିମ୍ବା ଆପଣଙ୍କ କର୍ତ୍ତବ୍ୟ ଥିଲା। ସରକାର ହେଉଛି ସରକାର। ନିଜ କାମର ସଫଳତା ବାବଦରେ କହିବା ପ୍ରତ୍ୟେକ ସରକାରଙ୍କ ଅଧିକାର।
Also Read: ପ୍ରଚାର ମୈଦାନ ପରେ ବିଧାନସଭାରେ ମୁହାଁମୁହିଁ ଯୋଗୀ ଆଦିତ୍ୟନାଥ-ଅଖିଲେଶ ଯାଦବ