UP Election 2022: ୨୦ ଫେବୃଆରୀରେ Yadav Land ଠାରେ ପରୀକ୍ଷା ଦେବେ Akhilesh Yadav
ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ଲାଗି ତୃତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଛି ପ୍ରଥମ ୨ ପର୍ଯ୍ୟାୟ ଭୋଟ ଗ୍ରହଣ। ଫେବୃଆରୀ ୨୦ ତାରିଖ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟରେ ୧୬ ଜିଲ୍ଲାର ୫୯ ଆସନରେ ହେବେ ମତଦାନ। ପ୍ରଥମ ପର୍ଯ୍ୟାୟରେ ଜାଟ ଲ୍ୟାଣ୍ଡ, ଦ୍ୱିତୀୟ ପର୍ଯ୍ୟାୟରେ ମୁସଲିମ ସଂଖ୍ୟାଗରିଷ୍ଠ ଅଞ୍ଚଳ ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟକୁ ଯାଦବ ବେଲ୍ଟ ଠାରେ ମତଦାନ ହେବାକୁ ଯାଉଛି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ତିନୋଟ ଭୌଗୋଳିକ ଅଞ୍ଚଳ ପଶ୍ଚିମ ଉତ୍ତର ପ୍ରଦେଶ, ଅୱଧ ବୁନ୍ଦେଲଖଣ୍ଡ ପ୍ରଭୃତି ଅଞ୍ଚଳ ପାଇଁ ହେବ ଭୋଟ ଗ୍ରହଣ।
ଫେବୃଆରୀ ୨୦ ତାରିଖ ରବିବାର ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମ ଉତ୍ତର ପ୍ରଦେଶର କାସଗଞ୍ଜ, ହାଥରସ, ଫିରୋଜାବାଦ, ଏଟା, ମୈନପୁରୀ ପ୍ରଭୃତି ୫ ଜିଲ୍ଲାର ୧୯ ଆସନ, ଅୱଧ କ୍ଷେତ୍ରର ଫରୁଖାବାଦ, କନୌଜ, ଇଟାୱା, ଔରୈୟା, କାନପୁର ଦେହାତ, କାନପୁର ନଗର ପ୍ରଭୃତି ଜିଲ୍ଲାର ୨୭ ଆସନ ଏବଂ ବୁନ୍ଦେଲଖଣ୍ଡ ଜାଲୌନ, ହମୀରପୁର, ମହୋବା, ଝାନ୍ସି, ଲଲିତପୁର ପ୍ରଭୃତି ୧୩ ଆସନ ଲାଗି ହେବ ମତଦାନ।
ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବଙ୍କ (Akhilesh Yadav) ଲାଗି ତୃତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପର୍ଯ୍ୟାୟ ତାଙ୍କର କ୍ଷମତାକୁ ଫେରିବା ପାଇଁ ପଥ ପରିଷ୍କାର କରିବ। ଏହା ସହିତ ଏହି ପର୍ଯ୍ୟାୟ ବିଜେପି ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଥମ ୨ ପର୍ଯ୍ୟାୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଜେପି ପାଇଁ ଏହି ପର୍ଯ୍ୟାୟରେ ପୂର୍ବ ୨ ପର୍ଯ୍ୟାୟ ଅପେକ୍ଷା ଜନସମର୍ଥନ ବଢିପାରେ।
Also Read: UP Election 2022: ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଫସିଯାଇଛି ସଂଖ୍ୟା ଗଣିତ ଖେଳ
ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ମେଣ୍ଟ ଏଠକାରେ ୫୯ ସିଟ ମଧ୍ୟରୁ ୪୯ ଆସନ ଦଖଳ କରିଥିଲା। ଅନ୍ୟପଟେ ସମାଜବାଦୀ ପାର୍ଟି ୮, କଂଗ୍ରେସ ୧ ଏବଂ ବିଏସପି ଗୋଟି ଆସନ ପାଇଥିଲେ। ଏଭଳି ପରିସ୍ଥିତିରେ ବିଜେପି ଏହାର ପୂର୍ବ ସଫଳତାକୁ ଦୋହରାଇବାକୁ ଆଶା କରୁଥିବାବେଳେ ସମାଜବାଦୀ ପାର୍ଟି ମଧ୍ୟ ଏହି ପର୍ଯ୍ୟାୟରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଦାବି କରୁଛି।
ଏହି ପର୍ଯ୍ୟାୟରେ ସବୁଠାରୁ ଚର୍ଚ୍ଚିତ ସିଟ୍ ହେଉଛି କରହଲ୍ ଆସନ। ଯେଉଁଠୁ ନିଜେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି। ଏହି ଆସନରେ ସମାଜବାଦୀ ପାର୍ଟି ଜୋରଦାର ଲଢେଇ କରିବାକୁ ବିଜେପି ମଧ୍ୟ ପ୍ରସ୍ତୁତି ଚଳାଇଛି। ଏହି ଆସନରେ ଦଳ କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ସେ ବର୍ତ୍ତମାନ ରାଜ୍ୟର ଆଗ୍ରା ଲୋକସଭା ଆସନରୁ ସାଂସଦ ଅଛନ୍ତି।
ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଯେଉଁ ୧୬ ଜିଲ୍ଲାରେ ମତଦାନ ହେବାକୁ ଯାଉଛି ତାହା ମଧ୍ୟରୁ ୯ ଜିଲ୍ଲା ହେଉଛି ଯାଦବ ବହୁଳ (Yadav Dominated Dist of UP)। ଏହି କାରଣରୁ ରାଜ୍ୟର ଏହି ଅଞ୍ଚଳକୁ ଯାଦବ ଲ୍ୟାଣ୍ଡ (Yadav Land of UP) ବୋଲି କୁହାଯାଇଥାଏ। ଏହା ଅଧିନରେ ଆସୁଥିବା ଜିଲ୍ଲା ହେଉଛନ୍ତି ଫିରୋଜାବାଦ, ମୈନିପୁରୀ, ଇଟୱା, ଏଟା, କାସଗଞ୍ଜ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଯାଦବ ବହୁଳ ୩୦ ଆସନ ମଧ୍ୟରୁ ସମାଜବାଦୀ ପାର୍ଟି କେବଳ ୬ ଆସନ ପାଇଥିଲା। ଦଳର ଏପରି ଦୟନୀୟ ପ୍ରଦର୍ଶନ ପଛରେ ରହିଥିବା କାରଣ ହେଉଛି ଯାଦବ ବିରୋଧି ଭୋଟର ଧ୍ରୂବୀକରଣ।
Also Read: UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?
ଗତ ୨୦୧୭ ବିଧାନସଭା ନିର୍ବାଚନରେ ହିନ୍ଦୁତ୍ୱ ଲହରରେ ବିଜେପି ଏହାର ଭରପୂର ଫାଇଦା ଉଠାଇଥିଲା। ଏହାର କାରଣ ହେଉଛି ଏଥର ମଧ୍ୟ ବିଜେପି ଏଥର ମଧ୍ୟ ସାମ୍ପ୍ରଦାୟିକ ଧ୍ରୂବୀକରଣ ପ୍ରସଙ୍ଗକୁ ଜୋରସୋରରେ ଉଠାଇବାରେ ଲାଗିଛି। ଏହା ସହିତ ଯାଦବ ପ୍ରାଧାନ୍ୟ ଅଞ୍ଚଳକୁ ଦଖଲ କରିବା ପାଇଁ ବିଜେପି ମଧ୍ୟ ପାରିବାରିକବାଦ ଭଳି ପ୍ରସଙ୍ଗ ମଧ୍ୟ ଉଠାଇବାକୁ ଭୁଲି ନାହିଁ।
ତୃତୀୟ ପର୍ଯ୍ୟାୟରେ ହାଥରସ ଜିଲ୍ଲାରେ ମଧ୍ୟ ହେବ ଭୋଟଗ୍ରହଣ। ଯେଉଁଠାରେ ଜଣେ ଦଳିତ ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା କରାଯିବା ଘଟଣା ଏକ ଜାତୀୟ ପ୍ରସଙ୍ଗ ପାଲଟିତିଲା। ମତଦାତାଙ୍କ ମନରେ ଏହି ପ୍ରସଙ୍ଗକୁ ଜୀବନ୍ତ ରଖିବା ପାଇଁ ଅଖିଳେଶ ଯାଦବ ପ୍ରତି ମାସରେ 'ହାଥରସ କି ବେଟି ସ୍ମୃତି ଦିବସ' ପାଳନ କରୁଛନ୍ତି। ସୁଗନ୍ଧିତ ସହର କନ୍ନୌଜ ଠାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ହୋଇଥିବା ଚଢାଉକୁ ସମାଜବାଦୀ ପାର୍ଟି ଏକ ବଡ ପ୍ରସଙ୍ଗ କରିଛି। ବିଜୋପି କନ୍ନୈଜକୁ ବଦନାମ କରିଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ।