UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?
Advertisement

UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରାଜ୍ୟର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ହେଉଛି ମତଦାନ। 

UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୧୪ ତାରିଖ ସୋମବାର ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଗତ ଗୁରୁବାର (ଫେବୃଆରୀ ୧୦) ବିଧାନସଭା ନିର୍ବାଚନ ଲାଗି ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ହୋଇଥିଲା ୬୦.୧୭% ମତଦାନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ହୋଇଥିଲା ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୯ ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ମତଦାନ।  

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (UP Assembly Election 2022) ଲାଗି ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରାଜ୍ୟର ପଶ୍ଚିମାଞ୍ଚଳରେ (Western Uttar Pradesh) ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ହେଉଛି ମତଦାନ। ଏହି ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ବିଧାନସଭା ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ମୁସଲିମ ଭୋଟର (Muslim Voter)। ଏଠାରେ ଏପରି କିଛି ସିଟ୍ ଅଛି ଯେଉଁଠି ମୁସଲମାନ ମତଦାତାଙ୍କ ସଂଖ୍ୟା ହେଉଛି ପ୍ରାୟ ୪୦-୫୦%। 

ପ୍ରଥମ ପର୍ଯ୍ୟାୟରେ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୮୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ  ଦ୍ୱିତୀୟ ପର୍ଯ୍ୟାୟ ବିଜେପି ପାଇଁ ସବୁଠାରୁ କଷ୍ଟସାଧ୍ୟ। ଏହାର କାରଣ ହେଉଛି ମୁସଲମାନ ମତଦାତାଙ୍କ ସଂଖ୍ୟା ବହୁଳତା।

Also Read: UP Election 2022: SP-RLD ମେଣ୍ଟ ବିରୋଧରେ ଗର୍ଜିଲେ AIMIM ମୁଖ୍ୟ Asaduddin Owaisi

ମୁସଲମାନଙ୍କୁ ଛାଡ଼ି ଜାଟ, ଲୋଧି, କୁର୍ମୀ ସମ୍ପ୍ରଦାୟର ମତଦାତା ଯେକୌଣସି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି। ଅନ୍ୟପଟେ ମୌର୍ଯ୍ୟ-ସୈନି, ଦଳିତ ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକାରେ ଅଛନ୍ତି | ସମାଜବାଦୀ ପାର୍ଟି ଏହି ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଆସୁଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରିଥିଲେ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦଳ ​​ବିଏସପି-ଆରଏଲଡି ସହ ଗଠବନ୍ଧନ କରିଥିଲା। ଏହି୨ ନିର୍ବାଚନରେ ​​ଏହି ୫୫ ଆସନରେ ସମାଜବାଦୀ ମେଣ୍ଟକୁ ଜବରଦସ୍ତ ସଫଳତା ମିଳିଥିଲା ଗତ ୨୦୧୭ ବିଧାନସଭା ନିର୍ବାଚନରେ ​​ଏହି ୫୫ ସିଟ୍ ମଧ୍ୟରୁ ବିଜେପି ୩୮, ସମାଜବାଦୀ ପାର୍ଟି ୧୫, କଂଗ୍ରେସ ୨ ଆସନ ପାଇଥିବା ବେଳେ ଖାତା ଖୋଲି ପାରିନଥିଲା ବିଏସପି।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଯେଉଁ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେଉଛି ସେଠାରେ ମୁସଲିମ ଜନସଂଖ୍ୟା (Muslim Population) କେତେ ତାହା ଉପରେ ପକାନ୍ତୁ ନଜର...   

  • ମୁରଦାବାଦ: ୫୦-୫୫%
  • ବିଜନୌର:୪୦-୫୦%
  • ରାମପୁର: ୫୦%
  • ସମ୍ଭଲ: ୬୦%
  • ବରେଲି: ୪୦%
  • ଅମରୋହା: ୫୦%
  • ସାହାରନପୁର:୪୧.୯୫%
  • ବଦାୟୁଁ:୨୩.୨୬%
  • ଶାହାଜହାଁପୁର:୧୭.୫୫%

ଗତ ୨୦୧୯ ଲୋକସଭା ନିର୍ବାଚନରେ ଏହି ଅଞ୍ଚଳର ମୋଟ ୧୧ ସଂସଦୀୟ କ୍ଷେତ୍ର ମଧ୍ୟରୁ ୭ ସିଟ୍ ସମାଜବାଦୀ ପାର୍ଟି-ବିଏସପି ମେଣ୍ଟ ଖାତାକୁ ଯାଇଥିବା ବେଳେ ୪ ଆସନ ହାତେଇଥିଲା ବିଜେପି। ବିଏସପି ଖାତାରେ ସାହାରନପୁର, ନଗିନା, ବିଜନୋର, ଆମରୋହା ଯାଇଥିବା ବେଳେ ମରଦାବାଦ, ସମ୍ଭଲ ଏବଂ ରାମପୁର ସିଟ୍ ସମାଜବାଦୀ ପାର୍ଟି ହାତେଇଥିଲା। 

Also Read: ମୁସଲମାନଙ୍କ ସମସ୍ୟାକୁ ନେଇ BSP-Congress-SP କୁ ଟାର୍ଗେଟ କଲେ Asaduddin Owaisi

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଯେଉଁ ୯ ଜିଲ୍ଲାର ୫୫ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି ସେଠାରେ ୪ ଭିନ୍ନ ଦଳ ପକ୍ଷରୁ ମୋଟ ୭୭ ଜଣ ମୁସଲମାନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୋଟ ମୁସଲିମ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ସମାଜବାଦୀ ପାର୍ଟି, ୨୩ ବିଏସପି, ୨୧ କଂଗ୍ରେସ, ୧୫ ଏଆଇଏମଆଇଏଣ ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଗତଥର ଭଳି ୪ ଦଳର ମୁସଲମାନ ପ୍ରାର୍ଥୀଙ୍କ କାରଣରୁ ଭୋଟ୍‌ ବିଭାଜନ ହୋଇପାରେ ଯାହାର ଫାଇଦା ସିଧାସଳଖ ବିଜେପି ହାତେଇବ।

Also Read: UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?

ସେହିପରି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଯେଉଁ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେଉଛି ସେଠାରେ ମୁସଲିମ ଜନସଂଖ୍ୟା (Muslim Population) କେତେ ତାହା ଉପରେ ପକାନ୍ତୁ ନଜର...   

  • ଶାମଲି:୪୧.୭୩ %
  • ମୁଜାଫରନଗର: ୪୧.୧୧%
  • ବାଗପତ:୨୭.୯୮ %
  • ମେରଠ:୩୪.୪୩%
  • ହାପୁଡ଼:୩୨.୩୯%
  • ଗାଜିଆବାଦ:୨୨.୫୩%
  • ବୁଲନ୍ଦସହର:୨୨.୨୨%
  • ମଥୁରା:୮.୫୨%
  • ଆଗ୍ରା:୯.୩୧%
  • ଗୌତମବୁଦ୍ଧ ନଗର:୧୩.୦୮%
  • ଆଲିଗଡ଼: ୧୯.୮୫%