UP Election 2022: ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଫସିଯାଇଛି ସଂଖ୍ୟା ଗଣିତ ଖେଳ
Advertisement

UP Election 2022: ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଫସିଯାଇଛି ସଂଖ୍ୟା ଗଣିତ ଖେଳ

ଦ୍ୱିତୀୟ ପର୍ଯ୍ୟାୟରେ ୬୧.୮୦% ମତଦାନ ହୋଇଥିଲାବେଳେ ଗତ ୨୦୧୭ ନିର୍ବାଚନରେ ଏଠାରେ ପ୍ରାୟ ୬୫% ମତଦାନ ହୋଇଥିଲା।

UP Election 2022: ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଫସିଯାଇଛି ସଂଖ୍ୟା ଗଣିତ ଖେଳ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ପ୍ରଥମ ୨ ପର୍ଯ୍ୟାୟ ଭୋଟ ଗ୍ରହଣ। ଫେବୃଆରୀ ୧୪ ସୋମବାର ରାଜ୍ୟର ୯ ଜିଲ୍ଲାର ୫୫ ଆସନ ଆସନ ଲାଗି ହୋଇଥିଲା ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ୬୧.୮୦% ମତଦାନ ହୋଇଥିଲାବେଳେ ଗତ ୨୦୧୭ ନିର୍ବାଚନରେ ଏଠାରେ ପ୍ରାୟ ୬୫% ମତଦାନ ହୋଇଥିଲା। ଏଥର ପ୍ରାୟ ୩% କମ୍ ମତଦାନ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ଟ୍ରେଣ୍ଡ  କ’ଣ କହୁଛି?

ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୫୫ ଆସନରେ ମତଦାନ ହୋଇଥିଲା  ସେହି ଆସନରେ ୨୦୧୭ ନିର୍ବାଚନ ଫଳାଫଳକୁ ଯଦି ଦେଖାଯାଏ ବିଜେପି (BJP) ଏଠାରେ ୩୮ ଆସନ ପାଇଥିବା ବେଳେ ସମାଜବାଦୀ ପାର୍ଟି (Samajwadi Party) ୧୫ ଏବଂ କଂଗ୍ରେସ (Congress) ୨ ଆସନ ପାଇଥିଲା। ହେଲେ ଏଥର ବିଜେପି ସହ ଲଢିବା ଲାଗି ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ସହ ମେଣ୍ଟ ଗଠନ କରିଛି ସମାଜବାଦୀ ପାର୍ଟି। 

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ରହିଥିଲା। କାରଣ ଏଠାରେ ଯେଉଁ ଆସନରେ ମତଦାନ ହୋଇଥିଲା ସେଠାରେ ବହୁ ସଂଖ୍ୟକ ମୁସଲମାନ ମତଦାତା ଅଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିବା ୯ ମଧ୍ୟରୁ ୬ ଜିଲ୍ଲାରେ ମୁସଲମାନଙ୍କ ଜନସଂଖ୍ୟା ୪୦ ପ୍ରତିଶତରୁ ଅଧିକ ରହିଛି। 

Also Read: UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଯେଉଁ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେଉଛି ସେଠାରେ ମୁସଲିମ ଜନସଂଖ୍ୟା (Muslim Population) କେତେ ତାହା ଉପରେ ପକାନ୍ତୁ ନଜର...   

  • ମୁରଦାବାଦ: ୫୦-୫୫%
  • ବିଜନୌର:୪୦-୫୦%
  • ରାମପୁର: ୫୦%
  • ସମ୍ଭଲ: ୬୦%
  • ବରେଲି: ୪୦%
  • ଅମରୋହା: ୫୦%
  • ସାହାରନପୁର:୪୧.୯୫%
  • ବଦାୟୁଁ:୨୩.୨୬%
  • ଶାହାଜହାଁପୁର:୧୭.୫୫%

ଚଳିତ ବିଧାନସଭା ନିର୍ବାଚନକୁ ନେଇ ହୋଇଥିବା ଏକ ଆକଳନ ମୁତାବକ ଏଥର ଏହି ଆସନରେ ୬୫-୭୦% ମୁସଲମାନ ମତଦାନ କରିଛନ୍ତି। ଗତ ୨୦୧୭ ନିର୍ବାଚନରେ ଏହି ସଂଖ୍ୟା ୫୦% ପ୍ରତିଶତ ଥିଲା। ଅର୍ଥାତ୍ ମୁସଲମାନ ସମ୍ପ୍ରଦାୟର ୫୦% ପ୍ରତିଶତ ଲୋକ ମତଦାନ କରିନଥିଲେ। ହେଲେ ଏଥର ମତଦାନ ହାର ୧୫-୨୦% ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ମୁସଲମାନ ମତଦାତା ଜାଣିଥିଲେ କାହାକୁ ଏବଂ କାହିଁକି ଭୋଟ୍ ଦେବେ। 

ଯଦି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କଥା ବିଚାରକୁ ନିଆଯାଏ ତାହାଲେ ମୋଟ ୬୨.୦୮% ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ କୈରାନା ଆସନରେ ସର୍ବାଧିକ ୭୫.୧୨ ପ୍ରତିଶତ ଏବଂ ସାହିବାବାଦ ଆସନରେ ସର୍ବନିମ୍ନ ୪୫% ମତଦାନ ହୋଇଥିଲ। ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ଆସନରେ ହୋଇଥିଲା ଭୋଟ୍ ଗ୍ରହଣ। ଗତ ୨୦୧୭ ନିର୍ବାଚନ ଏହି ପର୍ଯ୍ୟାୟରେ ୬୩.୭୫% ଏବଂ ୨୦୧୨ ନିର୍ବାଚନରେ ୬୧.୦୩% ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। 

ଏନେଇ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କରିବା ପାଇଁ ମତଦାତାଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯଦିଓ ଦ୍ୱିତୀୟ ପର୍ଯ୍ୟାୟରେ, ଗତ ଥର ଅପେକ୍ଷା କମ୍ ମତଦାନ ହୋଇଛି। ହେଲେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ରହିଛି। ଯଦି ବିଗତ ତିନୋଟି ବିଧାନସଭା ନିର୍ବାଚନ ତଥ୍ୟକୁ ଦେଖାଯାଏ ତାହାଲେ ଭୋଟ ହାର ବୃଦ୍ଧି ପାଇଥିଲା ଏବଂ ଏହାର ଫଳାଫଳ କ୍ଷମତା ପରିବର୍ତ୍ତନ ଆକାରରେ ସାମ୍ନାକୁ ଆସିଥିଲା। 

Also Read: Assembly Election 2022: ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଗୋଆରେ ହୋଇଛି ସର୍ବାଧିକ ମତଦାନ

ପ୍ରଥମ ୨ ପର୍ଯ୍ୟାୟରେ ନିର୍ବାଚନର ଜାଟ ଲ୍ୟାଣ୍ଡ (Jat Land of UP), ମୁସଲିମ ବେଲ୍ଟ (Muslim Belt of UP) ଏବଂ ରୋହିଲଖଣ୍ଡ (Rohilkhand of UP) ଅଞ୍ଚଳର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ରୀୟ ଉତ୍ତର ପ୍ରଦେଶ (Central Uttar Pradesh) ଏବଂ ବୁନ୍ଦେଲଖଣ୍ଡ (Bundelkhand) ଅଞ୍ଚଳର ଯାଦବ ଲ୍ୟାଣ୍ଡ (Yadav Land of UP) ଠାରେ ମତଦାନ ହେବ। ମତଦାତାଙ୍କ ପରିବର୍ତ୍ତିତ ସମୀକରଣ ସହିତ ନିର୍ବାଚନ ପ୍ରସଙ୍ଗ ଏବଂ ଭାଷଣର ସ୍ୱର ମଧ୍ୟ ତୃତୀୟ ପର୍ଯ୍ୟାୟରୁ ପରିବର୍ତ୍ତନ ହୋଇପାରେ।

ଫେବୃଆରୀ ୨୦ ତାରିଖରେ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟରେ କାସଗଞ୍ଜ, ହାଥରସ, ଫିରୋଜାବାଦ, ଏଟା, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୈୟା, କାନପୁର ଦେହାତ, କାନପୁର ନଗର, ଜାଲୌନ, ହମୀରପୁର, ମହୋବା, ଝାନ୍ସି, ଲଲିତପୁର ପ୍ରଭୃତି ୧୬ ଜିଲ୍ଲାର ୫୯ ଆସନରେ ହେବେ ମତଦାନ। ଏହି ଜିଲ୍ଲା ମଧ୍ୟରୁ ୭ ଜିଲ୍ଲା ଯାଦବ ବେଲ୍ଟ (Yadav Belt) ଅଞ୍ଚଳର ହୋଇଥିବା ବେଳେ ବୁନ୍ଦେଲଖଣ୍ଡ ଅଞ୍ଚଳର ୫ ଜିଲ୍ଲା ରହିଛି। 

Also Read: UP Election 2022: ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ୬୦% ହୋଇଛି ମତଦାନ

ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳରେ ସମାଜବାଦୀ ପାର୍ଟି ପ୍ରଦର୍ଶନ ଖରାପ ରହିଥିଲା। କ୍ଷମତାରେ ଥିବା ସତ୍ତ୍ୱେ ଦଳ ଏଠାରେ ଆଶା କରାଯାଉଥିବା ଭଳି ଭୋଟ୍ ସଂଗ୍ରହ କରିପାରିନଥିଲେ। ଦଳକୁ କେବଳ ୮ ଆସନ ଏବଂ ମେଣ୍ଟ ସହଯୋଗୀ କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। ଯେଉଁଠି ବିଜେପି ଏକାକୀ ୪୯ ସିଟ୍ ପାଇଥିଲା। ନିଜେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ୨୦୨୨ ନିର୍ବାଚନରେ ପ୍ରଚାର କରୁଛନ୍ତି। ହେଲେ ଏହା ଦ୍ୱାରା ଦଳକୁ କେତେ ଲାଭ ମିଳିବ ତାହା ନିର୍ବାଚନ ଫଳ ପ୍ରକାଶ ହେବା ସମୟରେ ଜଣାପଡ଼ିବ।