ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ସ୍ଥିର ହେବା ପରେ ବିଭିନ୍ନ ଦଳରୁ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରସ୍ତୁତି। ଏହିକ୍ରମରେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଆଜମ ଖାନ ରାଜନୈତିକ ମୈଦାନରେ ପହଞ୍ଚିବା ପରିବର୍ତ୍ତେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି।   


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ମାମଲାରେ ଜଡିତ ରହିବା ଅଭିଯୋଗରେ ବିଗତ ୨ ବର୍ଷ ଧରି ଜେଲରେ ଥିବା ସମାଜବାଦୀ ସରକାରଙ୍କ ମନ୍ତ୍ରୀ ତଥା ରାମପୁର ଲୋକସଭା ସାଂସଦ ଆଜାମ ଖାନ ବର୍ତ୍ତମାନ ଜାମିନ ପାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ରାମପୁର ବିଧାନସଭା ଆସନରୁ ​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ଲଢିବା ଏବଂ ଦଳୀୟ ପ୍ରଚାର କରିବା ପାଇଁ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଅଦାଲତରେ ଆବେଦନ କରିଛନ୍ତି। 


ଯଦିଓ କେତେକ ମାମଲାରେ ତାଙ୍କୁ ଜାମିନ ମିଳିସାରିଛି ହେଲେ ତାଙ୍କ ନାମରେ ଥିବା ଅନ୍ୟ କେତେକ ମାମଲା ଏବେ କୋର୍ଟରେ ବିଚରାଧିନ ରହିଛି। ଜୌହାର ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ସରକାରୀ ଜମି ଅକ୍ତିଆର କରିବା ଘଟଣାରେ ସେ ରାଜ୍ୟର ସୀତାପୁର ଜିଲ୍ଲା କାରାଗାରରେ ଅଛନ୍ତି। 


Also Read: UP Election 2022: ସମାଜବାଦୀ ପାର୍ଟି ବାହୁବଳୀ ନେତାଙ୍କୁ କିଏ ଦେବ ଟକ୍କର?


ନିର୍ବାଚନ ଲଢିବା ପାଇଁ ଆଜମ ଖାନ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ମାଧ୍ୟମରେ ନାମାଙ୍କନ ଫର୍ମ ମଧ୍ୟ କିଣିଛନ୍ତି। ଅନ୍ୟପଟେ ତାଙ୍କ ପୁଅ ସ୍ୱାର ଆସନରୁ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଦଳୀୟ ପ୍ରଚାର କରିବା ପାଇଁ ଜେଲରୁ ବାହାରିବାକୁ ଜାମିନ ଆବେଦନ କରିଛନ୍ତି ସେ। 


ଗତ ୨୦୨୦ ଫେବୃଆରୀ ୨୭ ତାରିଖରେ ଆଜମ ଖାନ ଏବଂ ଅବଦୁଲ୍ଲା ଆଜମ ଖାନଙ୍କୁ ରାମପୁର ଜେଲରୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଯଦିଓ ପୁଅ ଅବଦୁଲ୍ଲା ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ହେଲେ ବାପା ଆଜମ ଏବେ ମଧ୍ୟ ଜେଲରେ ଅଛନ୍ତି।  


ଜୌହାର ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ସରକାରୀ ଜମି ଅକ୍ତିଆର କରିବା ଘଟଣାରେ ବ୍ୟାପକ ହେରଫେର କରିଥିବା ନେଇ ଉଭୟ ବାପ-ପୁଅଙ୍କ ବିରୋଧରେ ଆସିଥିଲା ଅଭିଯୋଗ। ଏପରିକି ଉଭୟେ ବଳପୂର୍ବକ ଜମି ଦଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ରାଜ୍ୟରେ ଯୋଗୀ ସରକାର ଗଠନ ହେବା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସେମାନଙ୍କ ବିରୋଧରେ ୪୩ ମାମଲା ରୁଜୁ ହୋଇଥିଲା। ଏହା ପରେ ପୋଲିସ ଉଭୟଙ୍କ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା।


Also Read: UP Election 2022: ଅଖିଲେଶ ଯାଦବଙ୍କ ଲାଗି ଆସନ ସ୍ଥିର କଲା ସମାଜବାଦୀ ପାର୍ଟି, ଏଥର ହେବେ କି ସଫଳ?


ନିର୍ବାଚନ ଲଢିବା ପ୍ରସଙ୍ଗରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ମନା କରିଛନ୍ତି ଅବଦୁଲ୍ଲା ଆଜମ ଖାନ। ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଲୋକଙ୍କୁ ଦେବି ବୋଲି କହିଛନ୍ତି ସେ। ଜମି ଦୁର୍ନୀତି ବାବଦରେ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖିବାକୁ ସେ ରୋକଠୋକ ମନା କରି ଦେଇଛନ୍ତି। 


ରାମପୁର ଜିଲ୍ଲା ପ୍ରଶାସନ ମୋ ପ୍ରାର୍ଥୀପତ୍ର ରଦ୍ଧ କରିପାରେ ବୋଲି ଏକ ବିସ୍ଫୋରକ ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ଅବଦୁଲ୍ଲା। ଏହାକୁ ଦୃଷ୍ଟିରେ ରଖି ମୁଁ ମୋ ତଞ୍ଜିମ ଫାତିମାଙ୍କ ନାମରେ ମୁଁ ଆଉ ଏକ ନାମାଙ୍କନ ଫର୍ମ ନେଇଛି। ହେଲେ ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।  


ଗୁରୁବାର ପ୍ରଚାର କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଅବଦୁଲ୍ଲା ଆଜାମ ଖାନ। ପ୍ରଚାର କରିବା ଲାଗି ଗତକାଲି ସେ ସାହାରିଆ ଗ୍ରାମରେ ପହଞ୍ଚିଥିଲେ। ସୁରକ୍ଷା ପାଇଁ ତାଙ୍କ କନଭୟ (Convoy) ରେ ଏକ ପୋଲିସ ଗାଡି ମଧ୍ୟ ଥିଲା। ଗାଁ ବାହାରେ ପହଞ୍ଚିବା ପରେ ସେଠାରେ ଥିବା ପୋଲିସ ତାଙ୍କ କାରକୁ ଅଟକାଇଥିଲା। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ପ୍ରଚାର ବେଳେ କୌଣସି ପ୍ରାର୍ଥୀ ଚାରୋଟିରୁ ଅଧିକ ଗାଡ଼ି ବ୍ୟବହାର କରିପାରିବେ ନାହିଁ।


Also Read: 'ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'


ଏହାର ଜବାବ ରଖି ଅବଦୁଲ୍ଲା କହିଛ ପ୍ରଚାର କରିବା ଲାଗି ମୁଁ ତିନୋଟି ଗାଡ଼ି ନେଇ ଆସିଥିଲା। ଚତୁର୍ଥ ଗାଡି଼ ପୋଲିସ ଆଣିଥିଲା। ହେଲେ ମୋ କଥା ପୋଲିସ ଶୁଣିନଥିଲା। ପୋଲିସ ଅଧିକାରୀଙ୍କ ଏପରି ମନୋଭାକୁ ନେଇ କ୍ରୋଧିତ ହୋଇଉଠିଥିବା ଅବଦୁଲ୍ଲା କହିଛନ୍ତି ଏହା କଣ ଜଣା ଅଛି ଯେ ଉତ୍ତର ପ୍ରଦେଶ ପୋଲିସ ମୋତେ ଗୁଳି ମାରିଦେଇ ପାରେ।