UP Election 2022: ସମାଜବାଦୀ ପାର୍ଟି ବାହୁବଳୀ ନେତାଙ୍କୁ କିଏ ଦେବ ଟକ୍କର?
Advertisement
Article Detail0/zeeodisha/odisha1082556

UP Election 2022: ସମାଜବାଦୀ ପାର୍ଟି ବାହୁବଳୀ ନେତାଙ୍କୁ କିଏ ଦେବ ଟକ୍କର?

ସ୍ୱାର ଆସନରେ ଏନଡିଏ ମେଣ୍ଟ ଏବଂ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିପାରେ।

UP Election 2022: ସମାଜବାଦୀ ପାର୍ଟି ବାହୁବଳୀ ନେତାଙ୍କୁ କିଏ ଦେବ ଟକ୍କର?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରାର୍ଥୀ ଚୟନ ପ୍ରକ୍ରିୟା। ଏହିକ୍ରମରେ ଦଳର ପାରମ୍ପରିକ ଗଡ଼ ଭାବେ ଜଣାଶୁଣା ରାମପୁର ଜିଲ୍ଲାର ବିଭିନ୍ନ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ସମାଜବାଦୀ ପାର୍ଟି। ରାଜ୍ୟ ରାଜନୀତୀରେ ବାହୁବଳୀ ନେତା ଭାବେ ଜଣାଶୁଣା ଆଜମ ଖାନ ରାମପୁର ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ସ୍ୱାର ଆସନରୁ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବ।

ଅନ୍ୟପଟେ ବିରୋଧି ସମାଜବାଦୀ ପାର୍ଟି (Samajwadi Part) ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟାଭିଡି଼ଛି ଶାସକ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ (BJP led NDA Alliance)। ଏହିକ୍ରମରେ ସ୍ୱାର ଆସନ (Suar Assembly Constituency) ଲାଗି ଏନଡିଏ ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳ ଅପନା ଦଳ ସୋନେଲାଲ (Apna Dal Sonelal) ହୈଦର ଅଲ୍ଲୀ ଖାନଙ୍କୁ (Haider Ali Khan) ଦଳୀୟ ବିଧାୟକ ପ୍ରାର୍ଥୀ କରିଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ଆଜମ ଖାନ (Abdullah Azam Khan) ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ପୁଣି ଥରେ ସେ ୨୦୨୨ ନିର୍ବାଚନରେ (UP Assembly Election 2022) ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି।   

Also Read: 'ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'

ଏଥର ସ୍ୱାର ଆସନରେ ଏନଡିଏ ମେଣ୍ଟର ପ୍ରାର୍ଥୀ (NDA Alliance Candidate) ହୈଦର ଅଲ୍ଲୀ ଖାନ ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଦୁଲ୍ଲା ଆଜମ ଖାନଙ୍କ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିପାରେ। ଅନ୍ୟପଟେ ବିଜେପି (BJP) ଭାଗରେ ପଡ଼ିଥିବା ରାମପୁର ଆସନରେ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଆକାଶ ସାକ୍ସେନା (Akash Saxena)।    

ସମାଜବାଦୀ ସରକାରରେ ମନ୍ତ୍ରୀ ଥିବା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ୨ ବର୍ଷ ସୀତାପୁର ଜେଲରେ ରହିବା ପରେ ଏବେ ମୁକୁଳିଛନ୍ତି। ଅନ୍ୟପଟେ ତାଙ୍କ ପିତା ତଥା ରାମପୁର ଲୋକସଭା ଆସନର ସାସଂଦ (Rampur MP) ଏବେ ଜେଲରେ ଅଛନ୍ତି। ସେ ଏଥର  ରାମପୁର ବିଧାନସଭା ଆସନରୁ (Rampur Assembly Constituency) ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। 

Also Read: UP Election 2022: ଅଖିଲେଶ ଯାଦବଙ୍କ ଲାଗି ଆସନ ସ୍ଥିର କଲା ସମାଜବାଦୀ ପାର୍ଟି, ଏଥର ହେବେ କି ସଫଳ?

ଯଦିଓ ଆଜାମ ଖାନ ଜେଲରେ ଅଛନ୍ତି ହେଲେ ସେ ନିର୍ବାଚନ ଲଢିବାକୁ ଖାନ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପ୍ରଚାର କରିବା ପାଇଁ ଜାମିନ ପ୍ରଦାନ କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଜେଲରୁ ମୁକ୍ତ ହେବା ପରେ  ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବାପାଙ୍କୁ ମନେ ପକାଇ ଭାବ ବିହ୍ୱଳ ହୋଇଉଠିଥିଲେ ଅବଦୁଲ୍ଲା ଆଜମ ଖାନ। ଏନେଇ ସେ କହିଥିଲେ ମୋ ବାପାଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି।