ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହେବାକୁ ଯାଉଛି ପ୍ରଚାର। ଦିନକୁ ଦିନ ସମୟ ପାଖେଇ ଆସୁଥିବା ବେଳେ ଥମିଯିବ ନିର୍ବାଚନ ପ୍ରଚାର। ବିଭିନ୍ନ ଦଳ ପକ୍ଷରୁ ଜାରି ରହିଥିବା ପ୍ରଚାର ଅଭିଯାନ ଶେଷ ହେବାକୁ ବସିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ରାଜନୈତିକ ଦଳ କିମ୍ବା ଏହାର ଦଳୀୟ ନେତା। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଡ଼କୁ ବ୍ୟଙ୍ଗବାଣୀ ମାରି ତାଙ୍କୁ ଦଙ୍ଗାଇନାଥ ବୋଲି ସମାଜବାଦୀ ପାର୍ଟି। ଏନେଇ ଦଳ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, "ଯେତେବେଳେ ଲିଟିଲ୍ ମାଷ୍ଟର ଦଙ୍ଗାଇନାଥ ଦର୍ପଣରେ ତାଙ୍କ ମୁହଁକୁ ଦେଖନ୍ତି, ସେତେବେଳେ ତାଙ୍କୁ କେବଳ ଚାରିଆଡ଼େ ଦଙ୍ଗା ଦେଖାଯାଇଥାଏ। ହେଲେ ସେ ଭୁଲିଯାଉଛନ୍ତି ଯେ ସେ ଚିଲମ ମାରିବା ପରେ ଦର୍ପଣରେ ନିଜକୁ ଦେଖୁଛନ୍ତି। ବାସ୍ତବରେ ସେ ନିଜେ ଲଙ୍କେଶ ଅର୍ଥାତ ଦଙ୍ଗେଶ ଅର୍ଥାତ ଦଙ୍ଗାଇନାଥ! "   


ନିର୍ବାଚନ ପ୍ରଚାର କରିବା ବେଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଶାସନ କାଳକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଯୋଗୀ ଏହାକୁ ରାଜ୍ୟର ଦଙ୍ଗା କାଳ କହିଛନ୍ତି। ଆମେ କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ସମାଜବାଦୀ ନୁହେଁ ଦଙ୍ଗାବାଦୀ ସରକାର ଶାସନ କରୁଥିଲା। ଯିଏ ହିନ୍ଦୁଙ୍କୁ ଦମନ କରିବାରେ କେତେବେଳେ ପଛରୁ ହଟିନଥିଲା। 


Also Read: ଭଗୱା ରଙ୍ଗକୁ କଳଙ୍କି ସହ ତୁଳନା କରି ବିବାଦରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ


ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏଭଳି ତୀକ୍ଷ୍ଣ ବାଣରେ ଭୟଭୀତ ହୋଇଉଠିଥିବା ଅଖିଳେଶ ଯାଦବ ତାଙ୍କୁ ସର୍ବସାଧାରଣ ସଭାରେ ଚିଲାମଧାରୀ ବୋଲି କହିଛନ୍ତି। ତାଙ୍କ ଠିକଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଲମଧାରୀ ଏବଂ ଦଙ୍ଗାଇନାଥ ବୋଲି କହି କଟାକ୍ଷ କରୁଛନ୍ତି। 


ଅପରାଧ ଅଖିଲେଶ ଯାଦବଙ୍କୁ ଜବାବ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେଉଁମାନେ ଆତଙ୍କବାଦୀଙ୍କୁ ସମର୍ଥନ କରନ୍ତି, ଯେଉଁମାନେ ବୃତ୍ତିଗତ ଦଙ୍ଗାକାରୀ ଏବଂ ମାଫିଆଙ୍କୁ ସଂରକ୍ଷଣ ଦେଇଥାନ୍ତି ସେମାନଙ୍କୁ କେବଳ ଗୋରଖପୁର ନୁହେଁ ବରଂ ସମଗ୍ର ରାଜ୍ୟର ଭୟ ଲାଗିଥାଏ। ଗୋରଖପୁରକୁ ମାଫିଆଙ୍କ କବଳରୁ ମୁକ୍ତ କରିବା ପାଇଁ ବହୁ ପୂର୍ବରୁ ଲଢେଇ ଆରମ୍ଭ ହୋଇଥିଲା। ବିଗତ ୫ ବର୍ଷରେ ଉତ୍ତର ପ୍ରଦେଶ ଅପରାଧ, ଦଙ୍ଗା ଏବଂ ମାଫିଆ ମୁକ୍ତ ହେବା ଦିଗରେ ଗତି କରିଛି। ଏହାର କାରଣ ହେଉଛି ଗୋରଖପୁରକୁ ଆସିବା ପୂର୍ବରୁ ଅଖିଲେଶ ଯାଦବ ବିଦେଶ ପଳାୟନ କରିବାକୁ ଟିକେଟ କାଟି ସାରିଛନ୍ତି।


Also Read: 'ନିର୍ବାଚନ ସରିବା ପରେ ଦେଶ ଛାଡ଼ି ପଳାୟନ କରିବେ ଅନେକ ବିରୋଧି ଦଳ ନେତା'


ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ  ସୁରକ୍ଷା, ବିକାଶ ତଥା ଉତ୍ତମ ଶାସନ ତଥା ଗରିବ ଲୋକଙ୍କ କଲ୍ୟାଣ ପାଇଁ ଯେଉଁ କାର୍ଯ୍ୟ କରିଛି ସେହି କାରଣରୁ ଜନସାଧାରଣଙ୍କ ଅହେତୁକ ସମର୍ଥନ ଦଳକୁ ନିର୍ବାଚନରେ ମିଳୁଛି। ଯେତେବେଳେ ନିର୍ବାଚନ ଫଳାଫଳ ଆସିବ ସେତେବେଳେ ବିଜେପି ୮୦ ପ୍ରତିଶତ ଆସନ ଜିତିବ ବାକି ୨୦ ପ୍ରତିଶତ ଆସନ ସମସ୍ତ ବିରୋଧି ଦଳ ପାଇବେ। ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ରାସ୍ତାରେ ଅଗ୍ରସର ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।