ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରବେଶ କରି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ କଳ ବଳ ଲଗାଇ ଦେବା ସହ ନିଜ ନିଜର ବିଜୟ ଦାବି କରୁଛନ୍ତି। ରାଜ୍ୟରେ ପୁଣି ଥରେ ସମାଜବାଦୀ ପାର୍ଟି ସରକାର ଗଠନ କରିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ଅଖିଳେଶ ଯାଦବ କ୍ରମାଗତ ଭାବେ ଦାବି କରୁଛନ୍ତି। ଏହା ସହିତ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଗାମୀ ନିର୍ବାଚନରେ ଦଳ କେତେ ଆସନ ପାଇବ ଏବଂ କଂଗ୍ରେସର ପ୍ରଦର୍ଶନ କିପରି ରହିବ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି ଉତ୍ତର ପ୍ରଦେଶ ରାଜନୀତିରେ କଂଗ୍ରେସ ଦଳର କୌଣସି ଭୂମିକା ନାହିଁ। ଜନସାଧାରଣ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ। ବୋଧହୁଏ କଂଗ୍ରେସ ଦଳ ଖାତା ଖୋଲିବାକୁ ସମର୍ଥ ହେବ ନାହିଁ। ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବା ପାଇଁ ଅଖିଲେଶ ଯାଦବ ଶୁକ୍ରବାର ବୁନ୍ଦେଲଖଣ୍ଡ ଅଞ୍ଚଳର ଝାନ୍ସି ଠାରେ ପହଞ୍ଚିଥିଲେ। 


Also Read: ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'


ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରି ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ହେଲେ ଏହି ନିର୍ବାଚନରେ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟର ଶୋଚନୀୟ ପରାଜୟ ହେବା ସହ ବିଜେପିର ବିପୁଳ ହୋଇଥିଲା। ହେଲେ ଏଥର ନିର୍ବାଚନରେ ସମାଜବାଦୀ ପାର୍ଟି ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ଜାତିଭିତ୍ତିକ ଆଞ୍ଚଳିକ ଦଳ ସହ ମେଣ୍ଟ କରିବା ପରେ ଗୁରୁତ୍ୱାରୋପ କରୁଛି। ଏହି କ୍ରମରେ ଦଳର ସୁପ୍ରିମୋ ଅଖିଲେଶ ଯାଦବ ନିକଟରେ ରାଷ୍ଟ୍ରୀୟ ଲୋକ ଦଳ ଜୟନ୍ତ ଚୌଧୁରୀଙ୍କ ସହ ସାକ୍ଷାତ କରିଥିଲେ। ଆହୁରି ମଧ୍ୟ କୃଷ୍ଣ ପଟେଲଙ୍କ ନେତୃତ୍ୱାଧିନ ଅପନା ଦଳ ସହ ମେଣ୍ଟ କରୁଛି ସମାଜବାଦୀ ପାର୍ଟି। 


Also Read: UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?


ତିନି ଦିନିଆ ବୁନ୍ଦେଲଖଣ୍ଡ ଗସ୍ତରେ ଥିବା ଅଖିଲେଶ ଯାଦବ କହିଛନ୍ତି ବିଜେପି ଶାସନ କାଳରେ ସମାଜର ପ୍ରତ୍ୟେକ ବିର୍ଗ ଅସୁବିଧା ଭୋଗୁଛନ୍ତି। ବିଜେପି ଅତ୍ୟାଚାର ମାମଲାରେ ବ୍ରିଟିଶ ସରକାରକୁ ଟପିଯାଇଛି। ସରକାରଙ୍କୁ ବିରୋଧ କରିବା ପାଇଁ ଚାଷୀଙ୍କ ଉପରେ ଗାଡି଼ ଚଢାଇ ଦିଆଯାଉଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ବିରୋଧ କରୁଥିବା ଲୋକଙ୍କୁ ଜେଲ ପଠାଯାଉଛି।


Also Read: UP Poll 2022: ପ୍ରଚାର ମୈଦନାରେ ମୁହାଁମୁହିଁ Samajwadi Party-BJP


ବର୍ତ୍ତମାନ ରାଜ୍ୟବାସୀ ବିଜେପି ସରକାରକୁ ହଟା ସମାଜବାଦୀ ପାର୍ଟିକୁ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ସତୀଶ ଜାଟରିଆ ଏବଂ କଂଗ୍ରେସ ନେତା ବିଜୟ ବର୍ମା ତାଙ୍କ ଦଳରେ ଯୋଗଦାନ କରିଥିଲେ।