UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?
Advertisement

UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?

ରାଜ୍ୟର ମୋଟ ୪୦୩ ଆସନରୁ ମଧ୍ୟରୁ ଶହେରୁ ଏପରି ସିଟ୍ ରହିଛି ଯେଉଁଠି ମୁସଲିମ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।

UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ବର୍ଗର ଭୋଟ ହାତେଇବାକୁ ସବୁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ବିଶେଷ କରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିବା ମୁସଲିମ ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ସ୍ୱଘୋଷିତ ଧର୍ମ ନିରପେକ୍ଷ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା। ରାଜ୍ୟର ମୋଟ ୪୦୩ ଆସନରୁ ମଧ୍ୟରୁ ଶହେରୁ ଏପରି ସିଟ୍ ରହିଛି ଯେଉଁଠି ମୁସଲିମ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଅର୍ଥାତ ଏଭଲି ଆସନରେ କେଉଁ ଦଳର ପ୍ରାର୍ଥୀ ବାଜିମାତ କରିବେ ତାହା ମୁସଲମାନ ସମ୍ପ୍ରଦାୟର ଭୋଟ ଆଧାରରେ ସ୍ଥିର ହୋଇଥାଏ।

ଗତ ୨୦୧୧ ଜନଗଣନା ଅନୁସାରେ ଉତ୍ତର ପ୍ରଦେଶ ଜନବହୁଳ ରାଜ୍ୟର ମୋଟ ଲୋକସଂଖ୍ୟାର (Uttar Pradesh  Population) ୧୯.୨୬% ହେଉଛନ୍ତି ମୁସଲମାନ (Muslim Population of UP)। ଏହି ସଂଖ୍ୟା ବର୍ତ୍ତମାନ ରାଜ୍ୟର ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ଅତିକ୍ରମ କରିସାରିଥିବ ଯଦିଓ କୋରୋନା ମହମାରୀ କାରଣରୁ ୨୦୨୧ ଜନଗଣନା ହୋଇନାହିଁ। ହେଲେ ଏବେ ପ୍ରଶ୍ନ ଉଠୁଛି ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ରାଜ୍ୟର ବସବାସ କରୁଥିବା ମୁସଲମାନ ଭୋଟ (Muslim Vote) କେଉଁ ଦଳ ଖାତାକୁ ଯିବ।

Also Read: UP Poll: ଜାତୀୟ ନୁହେଁ ଆଞ୍ଚଳିକ ଦଳ ସହ ମେଣ୍ଟ କରୁଛି ସମାଜବାଦୀ ପାର୍ଟି

ଉତ୍ତର ପ୍ରଦେଶ ରାଜନୀତିରେ ମୁସଲିମ ଭୋଟ ପ୍ରାୟତଃ ସମାଜବାଦୀ ପାର୍ଟି (Samajwadi Party), ବହୁଜନ ସମାଜ ପାର୍ଟି (Bahujan Samaj Party), ରାଷ୍ଟ୍ରୟ ଲୋକ ଦଳ ଏବଂ କଂଗ୍ରେସ (Congress) ଭଳି ଦଳ ଖାତାକୁ ଯାଇଥାଏ। ଯଦି ଏହି ସମସ୍ତ ରାଜନତୈକ ଦଳର ସାଙ୍ଗଠନିକ ସ୍ଥିତିକୁ ବିଚାର କରାଯାଏ ତାହାଲେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆସନରେ ଏବେ  ସମାଜବାଦୀ ପାର୍ଟି ବସିଛି। ଏହ ପଛକୁ ବହୁଜନ ସମାଜ ପାର୍ଟି, କଂଗ୍ରେସ ଏବଂ ରାଷ୍ଟ୍ରୟ ଲୋକ ଦଳ ଭଳି ଦଳ ରହିଛନ୍ତି।

ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party)  ସହ ମେଣ୍ଟ କରିଥିବା ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ଭଳି ଦଳ ଏକାକୀ ନିର୍ବାଚନ ଲଢୁଛନ୍ତି। 

Also Read: UP Poll 2022: ମେଣ୍ଟ ଗଠନରେ ବଡ଼ ଦଳ ଆଗରେ ଭାରୀ ପଡ଼ୁଛନ୍ତି ଛୋଟ ଦଳ

ଏଥର ମୁସଲିମ ଭୋଟ କେଉଁ ଦଳ ଖାତାକୁ ଯିବ ସେ ନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ପ୍ରାୟ ୪୮ ପ୍ରତିଶତ ଲୋକଙ୍କ ମତ ଅନୁସାରେ ମୁସଲମାନ ସମ୍ପ୍ରଦାୟର ଭୋଟ ସମାଜବାଦୀ ପାର୍ଟି ଖାତାକୁ ଯିବ। ସେହିପରି ୩୭ ପ୍ରତିଶତ ଲୋକଙ୍କ ମତ ଅନୁସାରେ ଏପରି କୌଣସି ନାହିଁ। ଅନ୍ୟପଟେ ୧୫ ପ୍ରତିଶତ ଲୋକ ଏହାର କୌଣସି ସଠିକ ଜବାବ ଦେଇନାହାଁନ୍ତି। 

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପୁଣି ଥରେ ମେଣ୍ଟ କରି କ୍ଷମତା ଫେରିପାଇବାକୁ ଚେଷ୍ଟା ଆରମ୍ଭ କରିଛି। ଦଳର ମୁଖ୍ୟ ଅଖିଳେଶ ଯାଦବ ଏଥର ଛୋଟ ଦଳ ସହ ମେଣ୍ଟ କରି ନିଜକୁ ଜଣେ ବଡ଼ ନେତା  ଉପସ୍ଥାପନ କରିବାରେ ନିୟୋଜିତ ଅଛନ୍ତି। ରାଜନୈତିକ ଅଭିଜ୍ଞତା ଅନୁସାରେ ଅନ୍ୟ ଦଳ ସହ ମେଣ୍ଟ ଗଠନ କରିବା ସମାଜବାଦୀ ପାର୍ଟି ଲାଗି ଅନୁକୂଳ ରହିନାହିଁ। ଜାତି ତଥା ଆଞ୍ଚଳିକ ସମୀକରଣକୁ ନଜରରେ ରଖି ଏହି ଦଳର ରାଜ୍ୟର ବିଭିନ୍ନ ଭାଗରେ ସାଙ୍ଗଠନିକ ଦୃଷ୍ଟିକୋଣରୁ ସକ୍ରିୟ ରହିଥିବା ସ୍ଥାନୀୟ ଆଞ୍ଚଳିକ ଦଳ ସହ ଗଠବନ୍ଧନ କରିବାକୁ ପ୍ରୟାସ ଜାରି ରଖିଛନ୍ତି।   

Also Read: ମେଣ୍ଟ ଗଠନ ନେଇ Akhilesh Yadav ଙ୍କୁ ଅନ୍ତିମ ଚେତାବନୀ ଦେଲେ Shivpal Yadav

ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏଥର ସମଜବାଦୀ ପାର୍ଟି ନଜର ଅଣ-ଯାଦବ ଭୋଟ୍ (Non-Yadav Vote) ଉପରେ ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଦଳ ମୁସଲମାନ ସମ୍ପ୍ରଦାୟ ଉପରେ ନଜର ପକାଇଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କଂଗ୍ରେସ ସହ ଏକ ମେଣ୍ଟ କରିଥିଲେ। ହେଲେ ଉଭୟ ଦଳର ପାରମ୍ପରିକ ଭୋଟ ଦୁଇ ଦଳ ମଧ୍ୟରେ ହସ୍ତାନ୍ତର ହୋଇପାରିଲା ନାହିଁ। ସେହପରି ୨୦୧୯ ଲୋକସଭା ନିର୍ବାଚନରେ ​ଦୀର୍ଘ  ୨୯ ବର୍ଷ ପରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲେ ସମାନସ୍ଥିତି ଉପୁଜିଥିଲା। ଯଦି ଏହି ଦୁଉ ଦଳ ମଧ୍ୟରେ ଭୋଟ ସ୍ଥାନାନ୍ତରଣ ହୋଇଥାନ୍ତା ତାହେଲେ ଏହି ମେଣ୍ଟକୁ ଜବରଦସ୍ତ ସଫଳତା ମିଳିଥାନ୍ତା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ସମାଜବାଦ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ଯେଉଁ ଆଞ୍ଚଳିକ ଦଳ ସହ ମେଣ୍ଟ କରିଛି ତାହା ଏହି ମେଣ୍ଟର ଅଂଶୀଦାର ଦଳ ସ୍ଥାନାନ୍ତର ହେବ ନା ନାହିଁ।