ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'
Advertisement
Article Detail0/zeeodisha/odisha1040091

ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'

ବୁନ୍ଦେଲଖଣ୍ଡକୁ ଆଗକୁ ନେବାକୁ ଏହି ସରକାର କୌଣସି ଠୋସ୍ ନିଷ୍ପତ୍ତି ନେଇ ନାହାଁନ୍ତି।

ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଦଳ ପକ୍ଷରୁ ପ୍ରଚାର କରିବା ଲାଗି ରାଜ୍ୟର ବୁନ୍ଦେଲଖଣ୍ଡ ଅଞ୍ଚଳ ଗସ୍ତରେ ଅଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ। ଏହି ଗସ୍ତ ଅବସରରେ ସେ ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି। ଏନେଇ ସେ ପଶ୍ଚିମବଙ୍ଗ ଭଳି ଉତ୍ତର ପ୍ରଦେଶରେ ମଧ୍ୟ 'ଖେଲା ହୋବେ' କାର୍ଡ ଖେଳାଯିବ। ଯେପରି ମମତା ବାନାର୍ଜୀ  ବଙ୍ଗଳାରେ ବିଜେପିକୁ ପରାସ୍ତ କରିଥିଲେ ଠିକ ସେପରି ଉତ୍ତର ପ୍ରଦେଶ ରାଜନୀତିରେ ଏହି କାର୍ଯ୍ୟ କରିବ ସମାଜବାଦୀ ପାର୍ଟି।

ଝାନ୍ସି ଗସ୍ତ ଅବସରରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଉଭୟ ଯୋଗୀ-ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ କିଛି ଦିନ ପୂର୍ବେ ହମିରପୁର, ଜାଲୌନ୍ ଏବଂ କଲପି ଦେଇ ବିଜୟ ରଥ ଯାତ୍ରା କରିବାର ଏକ ସୁଯୋଗ ଥିଲା। ବର୍ତ୍ତମାନ ବୁନ୍ଦେଲଖଣ୍ଡ ଅଞ୍ଚଳର ସମସ୍ତ ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ କରାଯାଇଛି। ଏଠାକାର ଲୋକେ ବିଜେପିକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ସେମାନେ ଲୋକସଭା ଏବଂ ବିଧାନସଭାର ସମସ୍ତ ଆସନ ବିଜେପି ହାତକୁ ଦେଇଛନ୍ତି। ହେଲେ ଗତ ସାଢେ ଚାରି ବର୍ଷର ସରକାରରେ ବୁନ୍ଦେଲଖଣ୍ଡର ଲୋକ ଖାଲି ହାତରେ ରହିଛନ୍ତି। ବୁନ୍ଦେଲଖଣ୍ଡକୁ ଆଗକୁ ନେବାକୁ ଏହି ସରକାର କୌଣସି ଠୋସ୍ ନିଷ୍ପତ୍ତି ନେଇ ନାହାଁନ୍ତି। ଅଖିଳେଶ ଯାଦବ ଏଠାରେ ରଥ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛନ୍ତି।

Also Read: UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?

ବୁନ୍ଦେଲଖଣ୍ଡର ଲୋକେ ବିଜେପିକୁ ଶୂନ କରିବେ। ଏଠାକାର କୃଷକ, ଯୁବକ ଏବଂ ବ୍ୟବସାୟୀଙ୍କ ଲାଗି ଦୁଃଖ  ସଂକଟ ଆସିଛି। ଲକ ଡାଉନ ସମୟରେ ଲୋକେ ଅନେକ ଦିନ ଧରି ନଖାଇ ନପିଇ ସୀମାରେ ରହିଥିଲେ। ସେହିଭଳି ଲଲିତପୁରର ଲୋକମାନେ ମଧ୍ୟ ସ୍ନାନ ନକରି ଖାଇ ଏକ ସପ୍ତାହ ପର୍ଯ୍ୟନ୍ତ ପଡି଼ ରହିଥିଲେ। ସରକାର ଲୋକଙ୍କୁ ଅନାଥ କରିଦେଇଛନ୍ତି। ଲଲିତପୁର ସୀମାରେ ପାଦରେ ଆସିଥିବା ଗର୍ଭବତୀ ମହିଳାଙ୍କୁ ସରକାର ସାହାଯ୍ୟ କରିନାହାଁନ୍ତି। ଅନେକ ଶ୍ରମିକ ଘରେ ପହଞ୍ଚି ପାରିନଥିଲେ। ସେମାନେ ନିଜ ଜୀବନ ହରାଇ ସାରିଛନ୍ତି।

ପରିବାରର ଦୁଃଖକୁ କେବଳ ପରିବାର ଲୋକ ହିଁ ବୁଝିପାରିବେ। ଏହି ସରକାର ଲୋକଙ୍କୁ ଧାଡିରେ ଛିଡା କରାଇଛି। କୋରୋନା ସମୟରେ ଔଷଧ, ଶଯ୍ୟା ଏବଂ ଅମ୍ଳଜାନ ପାଇଁ ଲୋକଙ୍କୁ ଧାଡ଼ିରେ ଠିଆ ହେବାକୁ ପଡିଲା। ବିମୁଦ୍ରାକରଣ ସମୟରେ ମଧ୍ୟ ଧାଡି଼ କରିବାକୁ ପଡିଲା। ଏଥର ବୁନ୍ଦେଲଖଣ୍ଡର ଲୋକ ଧାଡି଼ରେ ଛିଡା ହୋଇ ଭୋଟ୍ ଦେଇ ସେମାନଙ୍କୁ ଶୂନ୍ୟ କରିଦେବେ। ରାଣୀ ଲକ୍ଷ୍ମୀବାଇ ବ୍ରିଟିଶ ସରକାରଙ୍କୁ ତଡ଼ି ଥିଲେ। ହେଲେ ଏହି ସରକାର ବ୍ରିଟିଶଙ୍କ ଅପେକ୍ଷା ଖରାପ ବ୍ୟବହାର କରିଛନ୍ତି। ନିର୍ବାଚନ ଆସିବା ପରେ ଝାନ୍ସି, ବୁନ୍ଦେଲଖଣ୍ଡ ଲୋକଙ୍କୁ ମିସାଇଲ ସ୍ୱପ୍ନ ଦେଖାଯାଉଛି। ହେଲେ ଲୋକ ସେମାନଙ୍କ ଦ୍ୱାରା ପ୍ରଲୋଭିତ ହେବେ ନାହିଁ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାର ଟାବଲେଟ୍ ଦେବେ ବୋଲି କହୁଛନ୍ତି। ବର୍ତ୍ତମାନ ଲୋକେ ନାମ ପରିବର୍ତ୍ତନ କରୁଥିବା ଲୋକଙ୍କ ନାଁ ବଦଳାଇ ଦେବେ।

Also Read: UP Poll 2022: ପ୍ରଚାର ମୈଦନାରେ ମୁହାଁମୁହିଁ Samajwadi Party-BJP

ଉତ୍ତର ପ୍ରଦେଶରେ ସର୍ବାଧିକ ହାଜତ ମୃତ୍ୟୁ ହୋଇଛି। ଏହି ସରକାର ଧ୍ୱଂସ ହେବ ବୋଲି ଲୋକେ ନିଷ୍ପତ୍ତି ନେଇଛନ୍ତି। ଯଦି ଆଇପିଏସ୍ ଅଫିସର କୌଣସି ରାଜ୍ୟରୁ ପଳାୟନ କରୁଛନ୍ତି ତାହେଲେ ସେହି ରାଜ୍ୟ ହେଉଛି ଉତ୍ତର ପ୍ରଦେଶ। ଏଠାରେ ଏକ ନକଲି ଏନକାଉଣ୍ଟର ହୋଇଥିଲା। ଅଖିଲେଶ ଏହା ମଧ୍ୟ କହିଛନ୍ତି ଯେ TET ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ଧରାପଡିଥିବା ଲୋକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାର। ଏହି ଘଟଣାର ଅନୁସନ୍ଧାନ କରାଯିବା ଆବଶ୍ୟକ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ।