UP Poll 2022: ପ୍ରଚାର ମୈଦନାରେ ମୁହାଁମୁହିଁ Samajwadi Party-BJP
Advertisement
Article Detail0/zeeodisha/odisha1036265

UP Poll 2022: ପ୍ରଚାର ମୈଦନାରେ ମୁହାଁମୁହିଁ Samajwadi Party-BJP

ଏବେ ନିର୍ବାଚନୀ ରାଲି, ଜନସଭା, ଦଳୀୟ ରଥଯାତ୍ରା, ନାରା, ପ୍ରଚାର ଗୀତକୁ ନେଇ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି।    

UP Poll 2022: ପ୍ରଚାର ମୈଦନାରେ ମୁହାଁମୁହିଁ Samajwadi Party-BJP

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କାରଣରୁ ରାଜ୍ୟର ରାଜନୈତିକ ପାଣିପାଗ ସେତିକି ସରଗରମ ହୋଇଉଠିଛି। ପ୍ରତି ଦିନ ନୂଆ ସ୍ଲୋଗାନ ଏବଂ ପ୍ରଚାର ଗୀତ ସାହାଯ୍ୟରେ ବିଭିନ୍ନ ରାଜନୈତିକ ଦଳ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି।

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ବିରୋଧି ସମାଜବାଦୀ ପାର୍ଟି (Samajwadi Party) ଶାସକ ବିଜେପି (BJP) ବିରୁଦ୍ଧରେ ଏକ ନୂଆ ସ୍ଲୋଗାନ ଦେଇଛି। ତାହା ହେଉଛି, 'ଖେଲା ହୋଇବେ, ଖଦେଡା ହୋଇବେ।' କେବଳ ସେତିକି ନୁହେଁ ଏହି ସ୍ଲୋଗାନ ଉପରେ ସାଢେ ୩ ମିନିଟ ଅବଧି ବିଶିଷ୍ଟ ଏକ ନିର୍ବାଚନ ପ୍ରଚାର ଗୀତ (Election Campaign Song) ଲଞ୍ଚ କରିଛି। ଏହି ଗୀତକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଏହାର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଟ୍ୱିଟ କରିଛି। 

Also Read: ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ଦେଲେ ଅଗ୍ନି ପରୀକ୍ଷା

ପ୍ରଚାର ଗୀତରେ ଦଳ ନାରା ଦେଇଛି, 'ସପା କି ଜିତ ହୁଇଏ, ୟୁପି ମେଁ ଖୁସିୟନ କା ମେଲା ହୁଇଏ ଖେଲା ହୋଏବ, ଖେଲା ହୋଇବେ, ଖଦେଡା ହୋଇବେ'। ଏହାପୂର୍ବରୁ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​ ତୃଣମୂଳ କଂଗ୍ରେସ ​ଟିଏମସି ପକ୍ଷରୁ 'ଖେଲା ହୋବେ' ନାରା ଦିଆଯାଇଥିଲା। ବର୍ତ୍ତମାନ ସମଜବାଦୀ ପାର୍ଟି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଏକ ସ୍ଲୋଗାନ ଲଞ୍ଚ କରିଛି।

'ଖଦେଡା ହୋଇବେ' ନାରା ସର୍ବପ୍ରଥମେ ଅକ୍ଟୋବର ୨୭ ତାରିଖରେ ମଉ ଠାରେ ଆୟୋଜିତ ହୋଇଥିବା ମହାପଞ୍ଚାୟତରେ ସମାଜବାଦୀ ପାର୍ଟି ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହେବା ନେଇ ଘୋଷଣା ହେବା ଅଖିଲେଶ ଯାଦବ ଏହି ନାରା ଦେଇଥିଲେ।   

Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

ସମାଜବାଦୀ ପାର୍ଟି ପ୍ରଚାର ଗୀତ ଉପରେ ଜବାବ ରଖି ବିଜେପି ପକ୍ଷରୁ ଏକ ଏକ କ୍ୟାମ୍ପେନ ଭିଡ଼ିଓ (BJP Campaign Video) ଲଞ୍ଚ କରି କୁହାଯାଇଛି 'ଆୟେଙ୍ଗେ ତୋ ଯୋଗୀ ହି'। ଏହା ସହିତ ଦଳ ଟ୍ୱିଟ କରି କହିଛି ଝଣ୍ଡା ବିଜେପି କା ଲହରୀ, କେହୁ ଆଗେ ନାହୀ ଠହରୀ. ୟହି ୟୁପି କେ ପୁକାର, ଫେର ବନି ଭାଜପା ସରକାର'। 

ଆଗାମୀ ବିଧାନସଭା ନିର୍ବାଚନ ଲାଗି ଉଭୟ ସମାଜବାଦୀ ପାର୍ଟି ଏବଂ ବିଜେପି ପକ୍ଷରୁ କ୍ୟାମ୍ପେନ ଭିଡ଼ିଓ ଲଞ୍ଚ କରିବାକୁ ନେଇ ଜାରି ରହିଛି ବୟାନବାଜି। ଏବେ ନିର୍ବାଚନୀ ରାଲି, ଜନସଭା, ଦଳୀୟ ରଥଯାତ୍ରା, ନାରା, ପ୍ରଚାର ଗୀତକୁ ନେଇ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି।