ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏଥରର ନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଦ୍ୱନ୍ଦ୍ୱୀ କରିପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ରାଜ୍ୟର କେଉଁ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ସେ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।  


COMMERCIAL BREAK
SCROLL TO CONTINUE READING

ସଦ୍ୟତମ ଖବର ଅନୁସାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi  Adityanath) ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଆସନରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି। ଏଠାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଲଢିବାକୁ ନେଇ ତାଙ୍କ ଦଳ ଏଠାରେ ସକ୍ରିୟ ହୋଇଉଠିଛି। ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦଳ ଅଯୋଧ୍ୟା ବିଧାନସଭା ଆସନର ବିଜେପି ବୁଥ ସଭାପତିଙ୍କ ସହ ଦଳୀୟ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ଅଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏକ OSD ମଧ୍ୟ ଅଯୋଧ୍ୟା ଠାରେ କ୍ୟାମ୍ପ କରିଛନ୍ତି।


Also Read: UP Poll 2022: ମିଳିଗଲା ଆସନ; ଜାଣନ୍ତୁ କେଉଁ ଆସନରୁ ନିର୍ବାଚନ ଲଢିବେ CM  Yogi


ଚଳିତ ବିଧାନସଭା ନିର୍ବାଚନରେ ସେ କେଉଁଠାରୁ ନିର୍ବାଚନ ଲଢିବେ ତାହାର ଜବାବ ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଏନେଇ ଦଳ ନିଷ୍ପତ୍ତି ନେବ। ଦଳ ଯେଉଁ ଆସନରୁ କହିବ ମୁଁ ସେହି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ଅଯୋଧ୍ୟା ନାଁ ଗୋରଖପୁର କେଉଁ ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦଳ ମୋତେ ଯେଉଁଠାରୁ କହିବ ମୁଁ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି।


Also Read: ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!


ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିଧାନସଭା ନିର୍ବାଚନ ଲଢିବା ଉପରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ନିକଟରେ ଦାବି କରି କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ସଦସ୍ୟ ନୁହଁନ୍ତି। ସେ ବିଭିନ୍ନ ସମୟରେ ବିଭିନ୍ନ ଆସନରୁ ଦଳୀୟ ଟିକେଟ୍ ମାଗୁଛନ୍ତି ଏବଂ କେହି ତାଙ୍କୁ ଟିକେଟ୍ ଦେଉନାହାଁନ୍ତି। ଏହାର ଜବାବ ରଖି ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୪୦୩ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଅଖିଳେଶ ଯାଦବ ନିଜେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ସ୍ଥିର କରିବାରେ ସେ ଅସମର୍ଥ।