ବର୍ତ୍ତମାନ ମୁଖ୍ୟମନ୍ତ୍ର ରାଜ୍ୟ ବିଧାନସଭା ନୁହେଁ ବିଧାନ ପରିଷଦ ସଦସ୍ୟ ଅଛନ୍ତି।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଅଗ୍ନି ପରୀକ୍ଷା ଦେବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କାରଣ ତାଙ୍କ ନେତୃତ୍ୱରେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହେବ ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ଚଳିତ ୨୦୨୨ ବିଧାନସଭା ନିର୍ବାଚନକୁ (Uttar Pradesh Assembly Election 2022) ନେଇ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)। ଏଥର ରାଜ୍ୟର କେଉଁ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସେ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା।
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଦଳ ମୋତେ ଯେଉଁ ଆସନରୁ ନିର୍ବାଚନ ଲଢିବାକୁ କହିବ ମୁଁ ସେହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବି। ମୋର ନିର୍ବାଚନ ଲଢିବା ବିଷୟରେ ଦଳ ନିଷ୍ପତ୍ତି ନେବ। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କେଉଁଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ତାଙ୍କ ଦଳ ବିଜେପି ନେତୃତ୍ୱ ସ୍ଥିର କରିବ। ମୋର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ସନ୍ଦେହ ନାହିଁ। ହେଲେ ମୁଁ କେଉଁଠାରୁ ନିର୍ବାଚନ ଲଢିବି ସେନେଇ ଦଳୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ।
Also Read: ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!
ଅଯୋଧ୍ୟା (Ayodhya), ମଥୁରା (Mathura), ଗୋରଖପୁର (Gorakhpur) ରାଜ୍ୟର ଏହି ୩ ବିଧାନସଭା ଆସନ (Assembly Constituency of UP) ମଧ୍ୟରୁ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଏ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ। ଦଳ ଯେଉଁ ଆସନରୁ କହିବ ମୁଁ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି। ବର୍ତ୍ତମାନ ସେ ରାଜ୍ୟ ବିଧାନସଭା (Member of the Legislative Assembly) ନୁହେଁ ବିଧାନ ପରିଷଦ ସଦସ୍ୟ (Member of the Legislative Council) ଅଛନ୍ତି।
ଆଗାମୀ ବିଧାନସଭା ନିର୍ବାଚନରେ ଦଳୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଟିକେଟ କଟିବା ପ୍ରସଙ୍ଗରେ ଜବାବ ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ବିଜେପି ଏକ ବିରାଟ ପରିବାର। ସେଠାରେ ବିଭିନ୍ନ ସମୟରେ ବ୍ୟକ୍ତିର ଭୂମିକା ଭିନ୍ନ ରହିଥାଏ। ଜଣେ ବ୍ୟକ୍ତି ସର୍ବଦା ସରକାରରେ ରହିବା ଜରୁରୀ ନୁହେଁ। ବେଳେବେଳେ ଦଳର ନେତା ଦଳୀୟ ସଙ୍ଗଠନ ଲାଗି କାର୍ଯ୍ୟ କରିବା ଆବଶ୍ୟକ।
Also Read: ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଜ୍ୟର ଗୋରଖପୁର ଲୋକସଭା ଆସନରୁ (Gorakhpur Lok Sabha Constituency) କ୍ରମାଗତ ଭାବେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ। ସେ ରାଜ୍ୟର ଏହି ଜିଲ୍ଲାରେ ଅବସ୍ଥିତ ଯେକୌଣସି ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ (BJP MLA Candidate) ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରିନ୍ତି। ଅନ୍ୟ ପଟେ ସେ ରାଜ୍ୟର ଅଯୋଧ୍ୟା ଜିଲ୍ଲାରେ ଅବସ୍ଥିତ କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି। ତାଙ୍କ ଗୃହ ଜିଲ୍ଲା ଏବଂ କାର୍ଯ୍ୟକ୍ଷେତ୍ର ହେଉଛି ଗୋରଖପୁର। ଯଦିଓ ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ଗୋଟିଏ କିମ୍ବା ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ହେଲେ ଏନେଇ ତାଙ୍କ ଦଳ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।