ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!
Advertisement
Article Detail0/zeeodisha/odisha951028

ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!

ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ଏଥରର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତାହେଲେ ଏହାର ବହୁତ ବଡ଼ ପ୍ରଭାବ ରାଜ୍ୟ ରାଜନୀତିରେ ଅନୁଭୂତ ହେବ।

ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଦିନକୁ ଦିନ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ସରଗରମ ହୋଇଉଠୁଛି ରାଜ୍ୟ ରାଜନୀତି। ନିର୍ବାଚନ ସମୟ ନିକଟତର ହୋଇଆସୁଥିବା ବେଳେ ଏହାକୁ ନଜରରେ ରଖି ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ।        

ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2022)। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ପ୍ରସ୍ତୁତ ହୋଇଉଠିଲେଣି। ହେଲେ ଏବେ ଏହି ନିର୍ବାଚନକୁ ନେଇ ଏକ ଚର୍ଚ୍ଚିତ ଖବର ସାମ୍ମାକୁ ଆସିଛି। ଏନେଇ କୁହାଯାଉଛି ରାଜନୈତିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଅଯୋଧ୍ୟା ବିଧାନସଭା ଆସନରୁ (Ayodhya Assembly Constituency)  ପ୍ରତିଦ୍ୱନ୍ଦ୍ୱିତା କରିବେ ବର୍ତ୍ତମାନର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)। 

Also  Read: Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ

ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ଏଥରର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତାହେଲେ ଏହାର ବହୁତ ବଡ଼ ପ୍ରଭାବ ରାଜ୍ୟ ରାଜନୀତିରେ ଅନୁଭୂତ ହେବ। କାରଣ ଗତ ୨୦୦୭, ୨୦୧୨, ୨୦୧୭ ବିଧାନସଭା ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଠନ କରିଥିବା ଦଳର ନେତା ବିଧାୟକ (UP Elected MLA) ଭାବେ ନିର୍ବାଚିତ ହେବା ବଦଳରେ ବିଧାନ ପରିଷଦ (UP Legislative Council Member) ସଦସ୍ୟ ହୋଇ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଭାବେ କାର୍ଯ୍ୟ କରିଛନ୍ତି।    

ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଯୋଧ୍ୟା ଆସନରୁ (Ayodhya MLA) ନିର୍ବାଚନ ଲଢିବା ପ୍ରସଙ୍ଗରେ ବର୍ତ୍ତମାନ ବିଧାୟକ ବେଦ ପ୍ରକାଶ ଗୁପ୍ତା (UP BJP MLA Ved Prakash Gupta) । ଗତ ନିର୍ବାଚନରେ ସେ ବିଜେପି ଟିକେଟ ନିର୍ବାଚନ ଲଢି ବାଜିମାତ କରିଥିଲେ। ଏନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲାଗି ମୁଁ ଏହି ଆସନ ଛାଡି଼ବାକୁ ପ୍ରସ୍ତୁତ ରହିଛି। କାରଣ ଏହା ଅଯୋଧ୍ୟାବାସୀ ତଥା ଏହି ନିର୍ବାଚନମଣ୍ଡଳୀର ମତଦାତାଙ୍କ ଲାଗି ଗର୍ବର କଥା।  

Also Read: UP Politics: ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହେଲା Block Chairman Elections

ଏଥର ଚର୍ଚ୍ଚା ହେଉଛି ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ଅନେକ ଦଳୀୟ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବ ବିଜେପି। ଏ ପ୍ରସଙ୍ଗରେ ଅଯୋଧ୍ୟା ବିଜେପି ବିଧାୟକ ରଖିଥିବା ପ୍ରତିକ୍ରିୟା ଉପରେ ଦଳ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ଆଗାମୀ ଦିନରେ ଜଣାପଡି଼ବ।  

କେବଳ ସେତିକି ନୁହେଁ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏନେଇ ଉଭୟ ଦଳୀୟ ସରକାର ଓ ସଙ୍ଗଠନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଗଲାଣି। ଚଳିତ ଥରକୁ ମିଶାଇ ତୃତୀୟ ଥର ଲାଗି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ ଯୋଗୀ ସରକାର। ଏଥର ୬ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟବିନେଟରେ ସାମିଲ କରାଯିବ। 

Also Read: Block Chairman ନିର୍ବାଚନକୁ ନେଇ ଲଙ୍କାକାଣ୍ଡ; ଗୁଳିମାଡରେ ଥରିଉଠିଲା UP

ନୂଆମନ୍ତ୍ରୀ ତାଲିକାରେ କିଛି ଦିନ ପୂର୍ବେ ଜୀତିନ ପ୍ରସାଦ, ସଞ୍ଜୟ ନିଷାଦଙ୍କ ନାଁ ସର୍ବାଗ୍ରେ ରହିଛି। ସେମାନଙ୍କୁ ଛାଡି ପଛୁଆ ବର୍ଗର ଅନେକ ଚେହେରାଙ୍କୁ ସୁଯୋଗ ମିଳିପାରେ। ଆସନ୍ତା ବର୍ଷ ପ୍ରାରମ୍ଭରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନଜରରେ ରଖି ଜାତିଗତ ସମୀକରଣକୁ ଆଧାର କରି ମନ୍ତ୍ରୀମଣ୍ଡଳ ବିସ୍ତାର କରାଯିବ। କାରଣ ଉତ୍ତର ପ୍ରଦେଶ ରାଜନୀତିରେ ଜାତିବାଦ ଅନେକ ଗୁରୁତ୍ୱ ବହନ କରିଥାଏ। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉତ୍ତର ପ୍ରଦେଶକୁ ସର୍ବାଧିକ ଗୁରୁତ୍ୱ ମିଳିଥିଲା।