ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୧୦ ତାରିଖ ଗୁରୁବାର ପର୍ଯ୍ୟାୟ ନିର୍ବାଚନ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଫେବୃଆରୀ ୧୪ ତାରିଖ ସୋମବାର ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ନିର୍ବାଚନରେ ବାଜିମାତ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଯଥାସମ୍ଭବ ପ୍ରୟାସ ଜାରି ରଖିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପର ଟର୍ଗେଟ କରୁଛନ୍ତି ବିଭିନ୍ନ ଦଳର ନେତା। 


COMMERCIAL BREAK
SCROLL TO CONTINUE READING

ଫେବୃଆରୀ ୧୪ ତାରିଖ ସୋମବାର ହେବାକୁ ଯାଉଥିବ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନରେ ଏପରି ଅନେକ ବିଧାନସଭା ଆସନ ରହିଛି ଯେଉଁଠାରେ ଦେଖିବାକୁ ମିଳିବ ରୋମାଞ୍ଚକର ପ୍ରତିଯୋଗିତା। ଏହି ଆସନ ମଧ୍ୟରୁ ଏପରି ଗୋଟିଏ ସିଟ୍ ରହିଛି ଯେଉଁଠି ରାଜକୀୟ ଯୁଦ୍ଧ ଦେଖିବାକୁ ମିଳିବ।


ରୋମାଞ୍ଚକର ପ୍ରତିଯୋଗିତା ହେଉଥିବା ସିଟ୍ ତାଲିକାରେ ରହିଛି ରାମପୁର ବିଧାନସଭା ଆସନ (Rampur Assembly Constituency)। ଚଳିତ ବିଧାନସଭା ନିର୍ବାଚନରେ ଏଠାରେ ୨ ପରିବାର ମଧ୍ୟରେ ହେବ ରାଜକୀୟ ଯୁଦ୍ଧ। ଏହି ନିର୍ବାଚନମଣ୍ଡଳୀରୁ ସ୍ଥାନୀୟ ସାଂସଦ (Rampur Lok Sabha MP) ଆଜମ ଖାନ୍ (Azam Khan) ସମାଜବାଦୀ ପାର୍ଟି (Samajwadi Party) ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ (Samajwadi Party MLA Candidate) ହୋଇଥିବା ତାଙ୍କ ବିପକ୍ଷରେ ପ୍ରତିନ୍ଦ୍ୱିତା କରୁଛନ୍ତି ରାମପୁର ନବାବ (Rampur Nawab) ତଥା କଂଗ୍ରେସ ପ୍ରାର୍ଥୀ (Congress MLA Candidate) କାଜିମ ଅଲ୍ଲୀ ଖାନ୍ (Kazim Ali Khan) ଓରଫ ନାଭେଦ ମିଆଁ (Naved Mian)। ଏଠାରେ ବିଜେପି (MLA Candidate) ପକ୍ଷରୁ ଆକାଶ ସାକ୍ସେନା (Akash Saxena) ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ହେଲେ ଏଠାରେ ଲଢେଇ ମୁଖ୍ୟତଃ ଆଜାମ ଖାନ ଏବଂ କାଜିମ ଅଲ୍ଲୀଙ୍କ ମଧ୍ୟରେ ହେବ।


Also Read: ମିଳିଲାନି ଅନ୍ତରୀଣ ଜାମିନ; ଜେଲରୁ ଥାଇ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ


ଉତ୍ତର ପ୍ରଦେଶ ରାଜନୀତିରେ (Uttar Pradesh Politics) ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଆଜାମ ଖାନ। ସେ ସମାଜବାଦୀ ପାର୍ଟିରେ ଜଣେ ଶକ୍ତିଶାଳୀ ନେତା ଭାବେ ବିବେଚିତ ହୋଇଥାନ୍ତି। ରାଜ୍ୟରେ ସମାଜବାଦୀ ସରକାର କ୍ଷମତାସୀନ ଥିବା ବେଳେ ତାଙ୍କର ମଇଁଷି ଚୋରି ହୋଇଯିବା ଘଟଣାରେ ତଦନ୍ତ କରିଥିଲା ପୋଲିସ। ହେଲେ ବର୍ତ୍ତମାନ ସେ ଜମି ଜବର ଦଖଲ ମାମଲାରେ ସେ ଏବେ ସୀତାପୁର ଜେଲରେ ଅଛନ୍ତି। ହେଲେ ତଥାପି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କୁ ରାମପୁର ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ କରିଛନ୍ତି।


ଏହି ଆସନରୁ ସେ ୯ ଥର ବିଧାୟକ ନିର୍ବାଚିତ ହୋଇସାରିଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ରାମପୁର ଲୋକସଭା ଆସନରୁ (Rampur Lok Sabha Constituency) ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ ନିର୍ବାଚିତ ହେବା ପରେ ଆଜମ ଖାନ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେହି ବର୍ଷ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ତାଜିନ ଫାତମା (Tazeen Fatma) ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।


Also Read: UP Election 2022: ନିର୍ବାଚନ ପ୍ରଚାର ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ଆଜମ ଖାନ


ରାମପୁର ଆସନକୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା କାଜିମ ଅଲ୍ଲୀ ଖାନ ହେଉଛନ୍ତ ରାମପୁର ନବାବଙ୍କ ବଂଶଧର। ଯେତେବେଳେ ଭାରତ ବ୍ରିଟିଶ ସରକାରଙ୍କ ଶାସନାଧିନ ଥିଲା ସେତେବେଳେ ରାମପୁରର ନବାବଙ୍କୁ ସ୍ୱାଗତ କରିବା ପାଇଁ ୧୫ ତୋପ ସଲାମୀ ଦିଆଯାଉଥିଲା। ଦେଶ ସ୍ୱାଧୀନ ହେବା ସମୟରେ ରଜା ଅଲି ଖାନ ବାହାଦୂର ରାମପୁର ନବାବ ଥିଲେ। କଂଗ୍ରେସ ପ୍ରାର୍ଥୀ କାଜିମ ଅଲ୍ଲୀ ଖାନ ହେଉଛନ୍ତି ତାଙ୍କର ନାତି। 


କଂଗ୍ରେସ ଟିକେଟରେ କାଜିମ ଅଲ୍ଲୀ ଖାନଙ୍କ ପିତାମାତା ରାମପୁର ଲୋକସଭା ଆସନରୁ ୭ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ସେ ନିଜେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୬ ମସିହାରେ ପ୍ରଥମେ ସେ ରାମପୁର ଜିଲ୍ଲାର ବିଳାସପୁର ଆସନରୁ ବିଧାୟକ ହୋଇଥିଲେ। ଏହା ପରେ ସେ ସ୍ୱାର ବିଧାନସଭା ଆସନରୁ (Suar Assembly Constituency) ୨୦୦୨, ୨୦୦୭, ୨୦୧୨ ବର୍ଷରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ। 


ଗତ ୨୦୧୭ ବିଧାନସଭା ନିର୍ବାଚନରେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍ (Abdullah Azam Khan) ଏହି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ବୟସଗତ ବିବାଦ କାରଣରୁ ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କୁ ୨୦୧୯ ଡିସେମ୍ବର ବିଧାୟକ ପଦ ହରାଇବାକୁ ପଡ଼ିଥିଲା। ମାତ୍ର ପୁଣି ଥରେ ଅବଦୁଲ୍ଲା ୨୦୨୨ ବିଧାନସଭା ନିର୍ବାଚନରେ ପୁନର୍ବାର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 


Also Read: UP Election 2022: ସମାଜବାଦୀ ପାର୍ଟି ବାହୁବଳୀ ନେତାଙ୍କୁ କିଏ ଦେବ ଟକ୍କର?


ସ୍ୱାର ବିଧାନସଭା ଆସନ ରାମପୁର ଜିଲ୍ଲାରେ ଅବସ୍ଥିତ। ଏଠାରେ ବେଶ ରୋମାଞ୍ଚକର ପ୍ରତିଯୋଗିତା ହେବାକୁ ଯାଉଛି। ରାମପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା କାଜିମ ଅଲ୍ଲୀ ଖାନଙ୍କ ପୁଅ ହୈଦର ଅଲ୍ଲୀ ଖାନ (Haider Ali Khan) ଏହି ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ତଥା ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ନେତୃତ୍ୱାଧି୍ନ ଏନଡି଼ଏ ମେଣ୍ଟରେ ସାମିଲ ଥିବା ଏଡିଏସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ବିପକ୍ଷରେ ନିର୍ବାଚତ ଲଢୁଛନ୍ତି ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଅବଦୁଲ୍ଲା ଆଜାମ ଖାନ। ମୋଟ ଉପରେ କହିବାକୁ ଗଲେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ରାଜ୍ୟର ରାମପୁର ଜିଲ୍ଲାରେ ପୁଅ-ପୁଅ ଏବଂ ବାପ-ବାପ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ।