ଲକ୍ଷ୍ନୌ: ପ୍ରକାଶ ପାଇଛି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳା। ଏଥର ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଏହି ନିର୍ବାଚନରେ ଦଳୀୟ ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ଏପରି ମୋଟ ୯ ଜଣ ବିଜେପି ବିଧାୟକ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ କରିଛନ୍ତି।     


COMMERCIAL BREAK
SCROLL TO CONTINUE READING

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମେ ବୃହତ୍ତ ବ୍ୟବଧାନରେ ବିଜୟୀ ହେବାର ରେକର୍ଡ କରିଥିଲେ ଗୌତମବୁଦ୍ଧ ନଗର ଜିଲ୍ଲାର ନୋଏଡା ଆସନର ବିଜେପି ବିଧାୟକ ପ୍ରାର୍ଥୀ ପଙ୍କଜ ସିଂହ। ଏହା ପରେ ତାଙ୍କ ରେକର୍ଡ ଭାଙ୍ଗିଥିଲେ ଗାଜିଆବାଦ ଜିଲ୍ଲାର ସାହିବାବାଦ ଆସନର ବିଜେପି ବିଧାୟକ ପ୍ରାର୍ଥୀ ସୁନୀଲ ଶର୍ମା। 


Also Read: UP Election 2022: ୨୩ ଜିଲ୍ଲାରେ ଫୁଟିଲା ପଦ୍ମ, ଖାତା ଖୋଲିପାରିଲେନି ବିରୋଧି


ପୂର୍ବରୁ ଏହି ରେକର୍ଡ କରିଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱର। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନସିପି ବିଧାୟକ ପ୍ରାର୍ଥୀ ଅଜିତ ପାୱର ୧.୬୫ ଲକ୍ଷ ଭୋଟ ବ୍ୟବଦାନ ବାରାମତି ଆସନରୁ ନିର୍ବାଚିତ ହୋଇଥିଲେ।    


ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ ତଥା ଉତ୍ତର ପ୍ରଦେଶ ବିଜେପି ଉପାଧ୍ୟକ୍ଷ ପଙ୍କଜ ସିଂହ ନୋଏଡା ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କୁ ୨୦୨୨ ବିଧାନସଭାରେ ୨ ଲକ୍ଷ ୪୪ ହଜାର ୩୧୯ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀଲ ଚୌଧୁରୀଙ୍କୁ ୬୨ ହଜାର ୮୦୬ ଖଣ୍ଡ ଭୋଟ ମିଳିଥିଲା। ପଙ୍କଜ ସିଂହ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁନୀଲ ଚୌଧୁରୀଙ୍କୁ ୧ ଲକ୍ଷ ୮୧ ହଜାର ୫୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।


Also Read: UP Assembly Election 2022 Result: ୩୭ ବର୍ଷର ରେକର୍ଡ ଭାଙ୍ଗିଲା BJP


ଅନ୍ୟପଟେ ସାହିବାବାଦ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୁନୀଲ ଶର୍ମାଙ୍କୁ ୩ ଲକ୍ଷ ୨୨ ହଜାର ୪୫ ଖଣ୍ଡ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅମର ପାଲ ଶର୍ମାଙ୍କୁ ୧ ଲକ୍ଷ ୮ ହଜାର ୪୭ ଖଣ୍ଡ ଭୋଟ ମିଳିଥିଲା। ସୁନୀଲ ଶର୍ମା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅମର ପାଲ ଶର୍ମାଙ୍କୁ ୨ ଲକ୍ଷ ୧୩ ହଜାର ୯୯୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।